Personalized
Horoscope

କନ୍ୟା ବାର୍ଷିକ ରାଶିଫଳ 2025

ଏହି ବର୍ଷ ପାଇଁ କନ୍ୟା ବାର୍ଷିକ ରାଶିଫଳ 2025 ବିଶେଷ ରୂପରେ କନ୍ୟା ରାଶି ଲୋକଙ୍କ ପାଇଁ ତିଆରି କରାଯାଇଛି। ଏହି ଭବିଷ୍ୟଫଳ ମାଧ୍ୟମରୁ ଆପଣଙ୍କୁ ଜୀବନର ବିଭିନ୍ନ କ୍ଷେତ୍ର ଯେପରି କି ଆର୍ଥିକ ଜୀବନ, କ୍ୟାରୀଅର, ପ୍ରେମ, ବିବାହ, ପରିବାର, ସ୍ବାସ୍ଥ୍ୟ, ବ୍ୟବସାୟ ଇତ୍ୟାଦି ବିଷୟରେ ବିସ୍ତୃତ ଭାବରେ ସୂଚନା ପ୍ରାପ୍ତ ହେବ ଯାହା ବୈଦିକ ଶାସ୍ତ୍ର ଉପରେ ଆଧାରିତ। ଏବେ ଆମେ ଡେରି ନ କରି ଆଗକୁ ବଢ଼ିବା ଓ ଜାଣିବା କନ୍ୟା ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ 2025 କ’ଣ ରଖିଛି।

କନ୍ୟା ବାର୍ଷିକ ରାଶିଫଳ 2025

Read in English - Virgo Yearly Horoscope 2025

ବୈଦିକ ଜ୍ୟୋତିଶାସ୍ତ୍ର ଅନୁସାରେ ରାଶି ଚକ୍ରରେ କନ୍ୟା ରାଶି ଷଷ୍ଠ ରାଶି ଯାହାକି ପୃଥିବୀ ତତ୍ଵର ରାଶି। କାଣୀ ରାଶିର ସ୍ବାମୀ ବୁଦ୍ଧିର କାରକ ଗ୍ରହ ବୁଧ। ସେ ବୁଦ୍ଧିମତା, ତର୍କ, ବିଶ୍ଳେଷଣାମତ୍କ କ୍ଷମତା ଇତ୍ୟାଦିର ପାର୍ଟିନିଧିତ୍ଵ କରନ୍ତି। ବର୍ଷ 2025ରେ ମଈ ପରର ସମୟ କନ୍ୟା ରାଶି ଲୋକଙ୍କର କ୍ୟାରୀଅର, ଆର୍ଥିକ ଜୀବନ ଓ ପ୍ରେମ ଜୀବନ ଇତ୍ୟାଦି କ୍ଷେତ୍ରରେ ଅନୁକୂଳ ପରିଣାମ ପ୍ରଦାନ୍ କରିବ କାରଣ ଏହି ଅବଧିରେ ଗୁରୁ ଗୋଚର କରିବେ।

ଏହି ବର୍ଷ ଶନି ମହାରାଜ ଆପଣଙ୍କର ସପ୍ତମ ଘରେ ରହିବେ। ସାଙ୍ଗରେ ଛାୟା ଗ୍ରହ ରାହୁ ଓ କେତୁଙ୍କର ସ୍ଥିତି ମଧ୍ୟ ଅନୁକୂଳ ରହିବ ନାହିଁ ବୋଲି ଆଶଙ୍କା ଅଛି। ମଈ 2025 ରୁ ରାହୁ ଦେବ ଆପଣଙ୍କର ଷଷ୍ଠ ଘରେ ବସିବେ ଯେତେବେଳେ କି କେତୁ ଗ୍ରହ ଦ୍ଵାଦଶ ଘରେ ରହିବେ। ମଈ 2025 ପର୍ଯ୍ୟନ୍ତ ସମୟ ଆପଣଙ୍କୁ କାର୍ଯ୍ୟରେ ଶୁଭ ପରିଣାମ ଦେବ। ଷଷ୍ଠ ଘରେ ରାହୁଙ୍କର ସ୍ଥିତି ଆପଣଙ୍କୁ ସାହସୀ କାମ କରାଇବ ଓ ଭଲ ସଫଳତା ପ୍ରାପ୍ତ କରିବାରେ ଆପଣ ସଫଳ ରହିବେ।

ଏହି କନ୍ୟା ବାର୍ଷିକ ରାଶିଫଳ 2025 ଅନୁସାରେ, 13 ଜୁଲାଇ 2025 ରୁ 28 ନଭେମ୍ବର 2025ର ସମୟରେ ଶନି ବକ୍ରୀ ରହିବେ। ଏପରି ସ୍ଥିତିରେ କନ୍ୟା ରାଶିର ଲୋକଙ୍କୁ ମିଳିବାକୁ ଥିବା ସକାରାତ୍ମକ ପରିଣାମରେ ଅଭାବ ଦେଖାଯିବ। ଶନିଙ୍କର ବକ୍ରୀ ଅବସ୍ଥା କ୍ୟାରୀଅରରେ ପ୍ରଗତିର ଗତି ଧୀର କରିପାରେ। ଯେଉଁ ଲୋକମାନେ ବ୍ୟବସାୟ କରନ୍ତି, ତାଙ୍କୁ ଏହି ଅବଧିରେ ବ୍ୟବସାୟରେ ଉତ୍ଥାନ-ପତନ ସାମ୍ନା କରିବାକୁ ପଡ଼ିପାରେ। ଶନିଙ୍କର ବକ୍ରୀ ହେବା ଯୋଗୁଁ ଚାକିରି ଓ ବ୍ୟବସାୟ କରୁଥବା ବ୍ୟକ୍ତିଙ୍କଊ ସାବଧାନ ହୋଇ ଆଗକୁ ବଢ଼ିବାକୁ ପଡ଼ିବ।

ଚାଲନ୍ତୁ ଏବେ ଆଗକୁ ବଢ଼ିବା ଓ କନ୍ୟା ବାର୍ଷିକ ରାଶିଫଳ ମାଧ୍ୟମରୁ ଜାଣିବା କନ୍ୟା ରାଶି ଲୋକଙ୍କ ପାଇଁ ଆସନ୍ତା ବର୍ଷ 2025 କ’ଣ ପରିବର୍ତ୍ତନ ଆଣିବ?

ଆଷ୍ଟ୍ରୋବାର୍ତ୍ତା : ଆମର ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ପାଆନ୍ତୁ ସମସ୍ତ ସମସ୍ୟାର ସମାଧାନ।

କନ୍ୟା ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: କ୍ୟାରୀଅର

କନ୍ୟା ରାଶିଫଳ 2025 ଅନୁସାରେ, ଆସନ୍ତା ବର୍ଷ କନ୍ୟା ରାଶି ଲୋକଙ୍କ କ୍ୟାରୀଅର ଅନୁକୂଳ ରହିବ ନାହିଁ କାରଣ କାରକ ଗ୍ରହ ଶନି ମାର୍ଚ ମାସ ପର୍ଯ୍ୟନ୍ତ ସପ୍ତମ ଘରେ ରହିବେ। ଏହି ଅବଧିରେ ଆପଣଙ୍କୁ କାର୍ଯ୍ୟ ପାଇଁ କିଛି ସମସ୍ଯା ସାମ୍ନା କରିବାକୁ ପଡ଼ିବ। ଅପ୍ରିଲ 2025 ପର୍ଯ୍ୟନ୍ତ ଗୁରୁ ଗ୍ରହ ଆପଣଙ୍କ ପାଇଁ ଅନୁକୂଳ ରହିବେ ଓ ସେ ଆପଣଙ୍କୁ ସମସ୍ତ ପ୍ରକାରର ଲାଭ ପ୍ରଦାନ୍ କରିବେ। ଚାକିରିରେ ଆପଣା ପଦୋନ୍ନତି କିମ୍ବା ବେତନ ବୃଦ୍ଧି ଆଶା କରିପାରନ୍ତି। ତାହା ଆପଣଙ୍କୁ ଇନସେଂଟିଭ ରୂପରେ ମିଳିପାରେ। ଏହି ଲୋକଙ୍କୁ ଚାକିରିରେ ପ୍ରୋମୋସନ ମିଳିବାର ଯୋଗ ସରସୂତି ହେଉଛି ଓ ସାଙ୍ଗରେ, ଚାକିରିରେ ନୂଆ ସୁଯୋଗ ପ୍ରାପ୍ତ ହେବ। ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି ସେ ଏହି କ୍ଷେତ୍ରରେ ଅପାର ସଫଳତା ହାସଲ କରିବେ। ଅପ୍ରିଲ 2025 ପର୍ଯ୍ୟନ୍ତ ସମୟ ଆପଣଙ୍କୁ ଏହି ପ୍ରକ୍ରାର ପରିଣାମ ଦେବ।

ମଈ 2025 ରେ ହେବାକୁ ଥିବା ଗୁରୁ ଗୋଚର ଆପଣଙ୍କ ପାଇଁ ଅନୁକୂଳ ରହିବ ନାହିଁ। ଏହି ଲୋକଙ୍କ ଚାକିରିରେ ପରିବର୍ତ୍ତନ କିମ୍ବା ସ୍ଥାନାନ୍ତରଣ ହୋଇପାରେ। ଏହି ଲୋକଙ୍କ ପାଇଁ ମାର୍ଚ୍ଚ 2025 ପର ଠାରୁ ବର୍ଷ ଶେଷ ପର୍ଯ୍ୟନ୍ତ ଶନିଙ୍କର ସ୍ଥିତି ଭଲ ରହିବ ନାହିଁ।

ଯଦି ଆପଣା କ୍ୟାରୀଅର ସମ୍ବନ୍ଧରେ କୌଣସି ବଡ଼ ନିଷ୍ପତି ନେବାକୁ ଚାହୁଁଛନ୍ତି, ତେବେ ମାର୍ଚ 2025 ପର୍ଯ୍ୟନ୍ତ ଅବଧିରେ ଆପଣ ଏପରି କରିପାରିବେ କାରଣ ଏହି ସମୟରେ ଶନି ଦେବ ଆପଣଙ୍କର ଷଷ୍ଠ ଘରେ ବିରାଜମାନ ରହିବେ।

13 ଜୁଲାଇ 2025 ରୁ 28 ନଭେମ୍ବର 2025 ପର୍ଯ୍ୟନ୍ତ ଅବଧିରେ ଶନି ବକ୍ରୀ ଅବସ୍ଥାରେ ରହିବେ। ଏପରି ସ୍ଥିତିରେ ତାଙ୍କର ବକ୍ରୀ ଚଳନ ଯୋଗୁଁ କନ୍ୟା ରାଶି ଲୋକଙ୍କର କ୍ୟାରୀଅର ଉପରେ ଧ୍ୟାନ ଦୁର୍ବଳ ହୋଇପାରେ ସେଥିପାଇଁ ଏହି ସମୟ ଆପଣଙ୍କୁ କ୍ୟାରୀଅରରେ ଇଚ୍ଛାନୁଯାୟୀ ପ୍ରଗତି ନ ମିଳିବାର ଆଶଙ୍କା ଅଛି। ଯେଉଁ ସମୟରେ ଶନି ବକ୍ରୀ ଅବସ୍ଥାରେ ରହିବେ, ସେହି ସମୟ ଆପଣଙ୍କୁ ଚାକିରି ବଦଳାଇବା ପାଇଁ ବଡ଼ ନିଷ୍ପତି ଠାରୁ ଦୂରରେ ରହିବାକୁ ପଡ଼ିବ। ଏହା ଆପଣଙ୍କୁ ନକରାତ୍ମମକ ରୂପରେ ପ୍ରଭାବିତ କରିପାରେ।

କନ୍ୟା ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ଆର୍ଥିକ ଜୀବନ

କନ୍ୟା ରାଶିଫଳ 2025 ଭବିଷ୍ୟବାଣୀ କରୁଛି ଯେ ବର୍ଷ 2025ରେ ମଈ ମାସରେ କନ୍ୟା ରାଶି ଲୋକଙ୍କୁ ଧନ ସହିତ ଜଡ଼ିତ ମାମଲାରେ ଉତ୍ଥାନ-ପତନ ସାମ୍ନା କରିବାକୁ ପଡ଼ିପାରେ କାରଣ ଗୁରୁ ଗ୍ରହ ଆପଣଙ୍କର ଦଶମ ଘରେ ରହିବେ। ଏହାର ପରିଣାମସ୍ବରୂପ ଆପଣଙ୍କର ଖର୍ଚ୍ଚ ବଢ଼ିବ। ଶନିଙ୍କର ଗୋଚର ମାର୍ଚ 2025 ପର୍ଯ୍ୟନ୍ତ ଆପଣଙ୍କ ଅୟନ ଭଲ ରହିବ ଓ ଏହା ପରେ ଆପଣଙ୍କର ସପ୍ତମ ଘରେ ଗୋଚର କରିବେ। ଯଦି ଆପଣ ବ୍ୟବସାୟ କରନ୍ତି ତେବେ ଏହି ଘରେ ବସିଥିବା ଶନି ଆପଣଙ୍କର ଆର୍ଥିକ ଜୀବନରେ ଉତ୍ଥାନ-ପତନ ଆଣିପାରନ୍ତି।

ଯଦି ଆପଣ ବିନିଯୋଗ କିମ୍ବା ଧନ ସହିତ ଜଡ଼ିତ କୌଣସି ବଡ଼ ନିଷ୍ପତି ନେବାକୁ ଚାହୁଁଛନ୍ତି ତେବେ ଅପ୍ରିଲ 2025 ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। କନ୍ୟା ବାର୍ଷିକ ରାଶିଫଳ 2025 ଅନୁଯାୟୀ କିନ୍ତୁ ଅପ୍ରିଲ ପରେ ବିନିଯୋଗ କିମ୍ବା ଧନ ସମ୍ବନ୍ଧିତ ନିଷ୍ପତି ନେବାରୁ ଦୂରେଇ ରୁହନ୍ତି, ନଚେତ କ୍ଷତି ହୋଇପାରେ।

ଧନର କାରକ ଗ୍ରହ ବୃହସ୍ପତି ଦେବ 09 ଜୁନ 2025 ରୁ 09 ଜୁଲାଇ 2025 ସମୟରେ ଅସ୍ତ ରହିବେ। ଏପରି ସ୍ଥିତିରେ ଆପଣଙ୍କୁ ଧନର ଅଭାବ ସମସ୍ଯା ଦେଇପାରେ। କିନ୍ତୁ ଏହି ରାଶିର ଷଷ୍ଠ ଘରେ ଥିବା ରାହୁ ଆପଣଙ୍କୁ ଅନେକ ସ୍ରୋତରୁ ଧନ ଲାଭ କରାଇବେ।

ଆପଣ ଓ ଆପଣଙ୍କ ଜୀବନସାଥୀର ନାମ ଦ୍ବାରା କେତୋଟି ଗୁଣ ମିଶୁଛି? ଜାଣିବା ପାଇଁ ବେ କ୍ଲିକ କରନ୍ତୁ, ନାମ ଦ୍ବାରା କୁଣ୍ଡଳୀ ମିଳନ

କନ୍ୟା ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ଶିକ୍ଷା

କନ୍ୟା ବାର୍ଷିକ ରାଶିଫଳ କହୁଛି ଯେ କନ୍ୟା ରାଶି ଛାତ୍ରଙ୍କ ପାଇଁ ଅପ୍ରିଲ ମାସ ପର୍ଯ୍ୟନ୍ତ ସମୟ ଶିକ୍ଷା ପାଇଁ ଭଲ ରହିବ କାରଣ ଗୁରୁ ଦେବ ଆପଣଙ୍କର ଚନ୍ଦ୍ର ରାଶିର ନବମ ଘରେ ରହିବେ। ଏପରି ପରିସ୍ଥିତିରେ, ବୃହସ୍ପତିଙ୍କର ଏହି ସ୍ଥିତି ବୃତ୍ତିଗତ ରୂପରେ ପଢ଼ିବା ପାଇଁ ଇଙ୍ଗିତ କରିବେ। ଆପଣା ଉଚ୍ଚ ଶିକ୍ଷା ହାସଲ କରିବା ଦିଗରେ ଆଗକୁ ବଢ଼ିପାରିବେ ଯେଉଁଥିରେ ଆପଣଙ୍କୁ ସଫଳତା ମିଳିବ।

ମଈ 2025 ରେ ଗୁରୁ ଗ୍ରହ ଗୋଚର କରି ଆପଣଙ୍କର ଚନ୍ଦ୍ର ରାଶିର ଦଶମ ଘରେ ବିରାଜମାନ ରହିବେ। ଏହାର ପରିଣାମସ୍ବରୂପ, ଏହି ଲୋକଙ୍କର ଏକାଗ୍ରତାର କ୍ଷମତା ଦୁର୍ବଳ ହେବ ସେଥିପାଇଁ ଶିକ୍ଷାରୁ ବିଭ୍ରାନ୍ତ ହୋଇପାରନ୍ତି। ଶନି ଗ୍ରହ ମାର୍ଚ୍ଚ 2025 ରୁ ଆପଣଙ୍କର ସପ୍ତମ ଘରେ ରହିବେ ଯାହା ଶିକ୍ଷାରେ ଆପଣଙ୍କର ଗତିକୁ ପୁନଃ ଚଞ୍ଚଳ କରିବ। ସାଙ୍ଗରେ ଏହି ଅବଧିରେ ତାଙ୍କର ଦୃଷ୍ଟି ଆପଣଙ୍କର ଚନ୍ଦ୍ର ରାଶି ଉପରେ ପଡ଼ିବ।

ଏହା ବ୍ୟତୀତ, କନ୍ୟା ରାଶି ଲୋକଙ୍କୁ ନିଜର ଶିକ୍ଷାର ଯୋଜନା କରିବାକୁ ପଡ଼ିବ।

କନ୍ୟା ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ପାରିବାରିକ ଜୀବନ

କନ୍ୟା ବାର୍ଷିକ ରାଶିଫଳ ଭବିଷ୍ୟବାଣୀ କରୁଛି ଯେ ଆସନ୍ତା ବର୍ଷ କାଣୀ ରାଶି ଲୋକଙ୍କର ପାରିବାରିକ ଜୀବନ ଅପ୍ରିଲ ମାସ ପର୍ଯ୍ୟନ୍ତ ଭଲ ରହିବ କାରଣ ଗୁରୁ ଗ୍ରହ ଆପଣଙ୍କର ଚନ୍ଦ୍ର ରାଶିର ନବମ ଘରେ ରହିବେ। ତାଙ୍କର ସ୍ଥିତି ଭଲ କୁହାଜୀବ ଓ ଆପଣା ପରିବାରରେ ଉଚ୍ଚ ମୂଲ୍ୟ ରଖିବାକୁ ସକ୍ଷମ ହେବେ।

ଏହି ଲୋକ ପରିବାରରେ ନିଜର ସ୍ଥାନ ଦୃଢ଼ ରଖିପାରିବେ ଓ ପରିବାର ସଦସ୍ୟଙ୍କ ମଧ୍ୟରେ ଏକତା ରଖିବାରେ ସଫଳ ହେବେ।

କିନ୍ତୁ ମଈ 2025ରେ ହେବାକୁ ଥିବା ଗୁରୁ ଗ୍ରହଙ୍କର ଗୋଚର ଆପଣଙ୍କର ପାରିବାରିକ ଜୀବନ ପାଇଁ ଭଲ ନୁହେଁ କାରଣ ଆପଣଙ୍କର ରାଶିର ଦଶମ ଘରେ ଗୋଚର ହେବାକୁ ଯାଉଛି। ଏହି ସମୟରେ ଆପଣଙ୍କୁ ପରିବାରଜନଙ୍କ ସହିତ ଅହଂକାର ସହ ଜଡ଼ିତ ସମସ୍ଯାର ସାମ୍ନା କରିବାକୁ ପଡ଼ିବ।

ଆମେ ଆପଣଙ୍କୁ କହି ସାରିଚୁ ଯେ ସଜନି ଦେବ ମାର୍ଚ 2025 ରୁ ଆପଣଙ୍କର ସପ୍ତମ ଘରେ ବସିବେ ଓ ଏହାର ପରିଣାମସ୍ବରୂପ, ଆପଣ ଓ ଆପଣଙ୍କର ପରିବାର ସଦସ୍ୟଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା ଅଭାବ ଯୋଗୁଁ ଅହଂକାର ସମ୍ବନ୍ଧିତ ସମସ୍ଯା ହୋଇପାରେ। ସାଙ୍ଗରେ, କଥାବାର୍ତ୍ତାର ଅଭାବ ମଧ୍ୟ ନଜର ଆସିବ। କନ୍ୟା ବାର୍ଷିକ ରାଶିଫଳ 2025 କହୁଛି ଯେ ଆପଣଙ୍କର ଦ୍ଵାଦଶ ଘରେ ସ୍ଥିତ କେତୁ ଆପଣଙ୍କର ମନରେ ପରିବାର ପ୍ରତି ଉଦାସୀନତା ଭାବନା ସୃଷ୍ଟି କରିପାରେ। ଶନିଙ୍କର ଏହି ସ୍ଥିତି ଆପଣଙ୍କୁ ପାରିବାରିକ ଜୀବନରେ ବିବାଦ ସୃଷ୍ଟି କରିପାରେ।

ଆଜି ଚନ୍ଦ୍ର କେତେବେଳେ ବାହାରିବେ? ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ।

କନ୍ୟା ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ପ୍ରେମ ଏବଂ ବୈବାହିକ ଜୀବନ

କନ୍ୟା ବାର୍ଷିକ ରାଶିଫଳ କହୁଛି ଯେ କନ୍ୟା ରାଶି ଲୋକଙ୍କର ପ୍ରେମ ଓ ବୈବାହିକ ଜୀବନ ପାଇଁ ମଈ ପରେ ସମୟ ଅଧିକ ଭଲ ରହିବ ନାହିଁ କାରଣ ପାର୍ଟନର ସହିତ ସମ୍ପର୍କରେ ପାରସ୍ପରିକ ବୁଝାମଣା କମ ରହିପାରେ। ଏହି ଚିନ୍ତା ଯୋଗୁଁ ହଙ୍କାର ବଢ଼ି ପାରେ। ଆପଣଙ୍କୁ ପାର୍ଟନରକୁ ବୁଝିବ ଓ ତାଙ୍କ ସହିତ ସମ୍ପର୍କ ଭଲ ରଖିବା ପାଇଁ ଧର୍ଯ୍ୟ ରଖିବାକୁ ପରାମର୍ଶ ଦିଅଯାଇଛି। ସାଙ୍ଗରେ, ଏହି ଲୋକଙ୍କୁ ନିଜର ସମ୍ପର୍କ ଦୃଢ଼ କରିବା ପାଇଁ ପ୍ରୟାସ କରିବାକୁ ପଡ଼ିବ।

ଅପ୍ରିଲ 2025 ପର୍ଯ୍ୟନ୍ତ ସମୟ ଆପଣଙ୍କ ପ୍ରେମ ଜୀବନ ପାଇଁ ଭଲ ରହିବ। ଯଦି ଆପଣ ଆଗରୁ କାହାକୁ ପ୍ରେମ କରୁଛନ୍ତି ତେବେ ଆପଣଙ୍କର ସମ୍ପର୍କ ଉତ୍ତମ ହେବ। ଯେଉଁ ଲୋକମାନେ ଏକ ନୂଆ ସମ୍ପର୍କ ଆରମ୍ଭ କରିବାକୁ ଚାହୁଁଛନ୍ତି , ଅପ୍ରିଲ ମାସରେ ଏହି ଦିଗରେ ଆଗକୁ ବଢ଼ିପରିବେ। ଯଦି ଆପଣ ବିବାହ କରିବା ପାଇଁ ଚାହୁଁଛନ୍ତି ତେବେ ଏହି ସମୟ ବିବାହ ପାଇଁ ମଧ୍ୟ ଭଲ। କନ୍ୟା ବାର୍ଷିକ ରାଶିଫଳ ଅନୁସାରେ କେତୁ ଦେବଙ୍କର ଦ୍ଵାଦଶ ଘରେ ରହିବା ପ୍ରେମ ଓ ବୈବାହିକ ଜୀବନରେ ମିଳିବାକୁ ଥିବା ସକାରାତ୍ମକ ପରିଣାମକୁ ହ୍ରାସ କରିପାରେ। ଏହି ଲୋକଙ୍କ ମଧ୍ୟରୁ କିଛି ଲୋକଙ୍କର ମନରେ ବିବାହ ଭାଙ୍ଗିବାକୁ ଚିନ୍ତା ଆସିପାରେ। ସପ୍ତମ ଘରେ ଉପସ୍ଥିତି ଶନି ଦେବ ବିବାହରେ ଡେରିର କାରଣ ହେବେ।

ଏଠାରେ କ୍ଲିକ କରି ମାଗଣାରେ କରାନ୍ତୁ, ନାମ ଦ୍ବାରା କୁଣ୍ଡଳୀ ମିଳନ !

କନ୍ୟା ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ସ୍ବାସ୍ଥ୍ୟ

କନ୍ୟା ରାଶିଫଳ 2025 କହୁଛି ଯେ ଆସନ୍ତା ବର୍ଷ କନ୍ୟା ରାଶି ଲୋକଙ୍କୁ ମଈ ମାସ ପରେ ସ୍ବାସ୍ଥ୍ୟ କ୍ଷେତ୍ରରେ ମିଶାମିଶି ପରିଣାମ ମିଳିପାରେ କାରଣ ବୃହସ୍ପତି ଗ୍ରହ ଆପଣଙ୍କର ଦଶମ ଘରେ ସ୍ଥିତ ରହିବେ ଓ ତାଙ୍କର ସ୍ଥିତିକୁ ଭଲ କୁହାଯାଇ ପଡ଼ିବ ନାହିଁ। କିନ୍ତୁ, ଅପ୍ରିଲ 2025 ପର୍ଯ୍ୟନ୍ତ ଗୁରୁ ଗ୍ରହ ଆପଣଙ୍କ ଉପରେ କୃପା କରିବେ। କିନ୍ତୁ ଦ୍ଵାଦଶ ଘରେ ଆପଣକୁ ପେଟ ଓ ହୃଦୟ ସହିତ ଜଡ଼ିତ ସମସ୍ଯା ହୋଇପାରେ।

ଯେତେବେଳେ ଗୁରୁ ଗ୍ରହ ମଈ 2025 ରେ ଆପଣଙ୍କୁ ଚନ୍ଦ୍ର ରାଶି ଦଶମ ଘରେ ପ୍ରବେଶ କରିବେ। ଆପଣଙ୍କୁ ବେକ ଓ ତାନ୍ତ୍ରିକ ତନ୍ତ୍ର ସମ୍ବନ୍ଧିତ ରୋଗ ହଇରାଣ କରିପାରେ ସେଥିପାଇଁ ଆପଣଙ୍କୁ ସ୍ବାସ୍ଥ୍ୟ ପ୍ରତି ସତର୍କ ରହିବାକୁ ପଡ଼ିବ। ଏହି ଅବଧିରେ ଏହି ଲୋକଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇପାରେ। ଯଦି ଆପଣ ନିଜର ସ୍ବାସ୍ଥ୍ୟ ଭଲ ରଖିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ଯୋଗ ଓ ଧ୍ୟାନ କରିବାକୁ ପରାମର୍ଶ ଦିଆଯାଇଛି।

ପ୍ରଭାବଶାଳୀ ପ୍ରତିକାର

  • ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ ଓ ମଙ୍ଗଳବାର ଦିନ ଏହାର ପାଠ କରିବା ଅତ୍ୟନ୍ତ ଶୁଭ ହେବ।
  • ମଙ୍ଗଳବାର ଦିନ କେତୁ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ ।
  • ପ୍ରତିଦିନ "ଓଁ କେତବେ ନମଃ " 21 ଥର ଜପ କରନ୍ତୁ।
  • ପ୍ରତିଦିନ 108 ଥର “ଓଁ ମନ୍ଦାୟ ନମଃ” ଜପ କରନ୍ତୁ।

ନିଜର ରାଶି ଅନୁସାରେ ପଢ଼ନ୍ତୁ, ସବୁଠାରୁ ସଠିକ ଆପଣଙ୍କର ଆଜିର ରାଶିଫଳ

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ମାଈକୁଣ୍ଡଳୀ ସହିତ ଜଡ଼ିତ ଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ!

ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

ପ୍ରଶ୍ନ 1. ବର୍ଷ 2025 ରେ କାଣୀ ରାଶି ଲୋକଙ୍କର ଭବିଷ୍ୟ କ’ଣ ହେବ?

ଉତ୍ତର 1. କନ୍ୟା ରାଶି ଲୋକଙ୍କ ପାଇଁ ବର୍ଷ 2025 ମିଶ୍ରିତ ପରିଣାମ ଆଣିବ ।

ପ୍ରଶ୍ନ 2. କ’ଣ ବର୍ଷ 2025 ରେ କନ୍ୟା ରାଶି ସଫଳ ରହିବ?

ଉତ୍ତର 2. ପ୍ରେମ ଜୀବନ ଦୃଷ୍ଟିରୁ, ଏହି ବର୍ଷ ଅପ୍ରିଲ 2025 ପର୍ଯ୍ୟନ୍ତ ସମୟ ଆପଣଙ୍କ ପାଇଁ ଭଲ ରହିବ।

ପ୍ରଶ୍ନ 3. କନ୍ୟା ରାଶି ଲୋକଙ୍କ ପାଇଁ ଭାଗ୍ୟଶାଳୀ ଅଙ୍କ କ’ଣ?

ଉତ୍ତର 3. କନ୍ୟା ରାଶି ଲୋକଙ୍କ ପାଇଁ ଶୁଭ ଅଙ୍କ ହେଉଛି 6, 3,7 ଓ 17।

ପ୍ରଶ୍ନ 4. କନ୍ୟା ରାଶି ଲୋକମାନେ କାହାକୁ ପୂଜା କରିବା ଉଚିତ?

ଉତ୍ତର 4. କନ୍ୟା ରାଶି ଲୋକମାନେ ଭଗବାନ ବିଷ୍ଣୁଙ୍କ ପୂଜା କରିବା ଦ୍ବାରା ଶୁଭ ଫଳ ମିଳିଥାଏ।