Personalized
Horoscope

କୁମ୍ଭ ବାର୍ଷିକ ରାଶିଫଳ 2025

ଏହି କୁମ୍ଭ ବାର୍ଷିକ ରାଶିଫଳ 2025 ଲେଖା ବିଶେଷ ଭାବରେ କୁମ୍ଭ ରାଶିର ଲୋକଙ୍କ ପାଇଁ ତିଆରି ହୋଇଛି ଯାହା ମାଧ୍ୟମରେ ଆପଣ ନୂଆ ବର୍ଷ 2025 ରେ ନିଜର ଜୀବନର ବିଭିନ୍ନ କ୍ଷେତ୍ର ବିଷୟରେ ଜାଣିପାରିବେ ଯେପରି ଚାକିରି, ବ୍ୟବସାୟ, ପ୍ରେମ, ଆର୍ଥିକ ଜୀବନ, ସ୍ବାସ୍ଥ୍ୟ ଓ ଆହୁରୁ ଅନେକ କିଛି। ଏହା ବ୍ୟତୀତ ଏହି ବର୍ଷ କୁମ୍ଭ ରାଶି ଲୋକଙ୍କ ପାଇଁ ଶୁଭ ହେବ ନା ଅଶୁଭ? ଏହି ସବୁ ପ୍ରଶ୍ନର ଉତ୍ତର ପାଇଁ ପାଇଁ କୁମ୍ଭ ବାର୍ଷିକ ରାଶିଫଳ ଶେଷ ଯାଏଁ ପଢ଼ନ୍ତୁ।

କୁମ୍ଭ ବାର୍ଷିକ ରାଶିଫଳ 2025

Read in English - Aquarius Yearly Horoscope 2025

ବୈଦିକ ଜ୍ଯୋତିଷଶାସ୍ତ୍ର ଅନୁସାରେ, ରାଶି ଚକ୍ରରେ କୁମ୍ଭ ରାଶି ଏକାଦଶ ସ୍ଥାନ ପ୍ରାପ୍ତ କରିଛି ଯାହା ବାୟୁ ତତ୍ଵର ରାଶି। ଏହି ରାଶିର ଅଧିପତି ଦେବ ଶନି ମହାରାଜ ଓ ଏହା ଇଚ୍ଛା ପୁରାଣ ଏବଂ ସନ୍ତୁଷ୍ଟିର ପ୍ରତିନିଧିତ୍ବ କରନ୍ତି। କୁମ୍ଭ ରାଶିର ସମ୍ବନ୍ଧ ରିସର୍ଚ ସହିତ ମଧ୍ୟ ଅଛି। ମଈ 2025 ରୁ ଗୁରୁ ଗ୍ରହ ଆପଣଙ୍କର ପଞ୍ଚମ ଘରେ ରହିବେ ଓ ଆପଣଙ୍କର କ୍ୟାରୀଅର, ପ୍ରେମ ଓ ଆର୍ଥିକ ଜୀବନ ସମ୍ବନ୍ଧରେ ସକାରାତ୍ମକ ପରିଣାମ ପ୍ରଦାନ୍ କରିବେ। ମଈ 2025 ପୂର୍ବରୁ ବୃହସ୍ପତି ମହାରାଜ ଦ୍ଵିତୀୟ ଓ ଏକାଦଶ ଘରର ସ୍ବାମୀ ରୂପରେ ବୃଷ ରାଶିରେ ଥିଲେ। ଶନି ଗ୍ରହ ଫେବ୍ରୁୟାରୀ 2025 ପର୍ଯ୍ୟନ୍ତ ଆପଣଙ୍କର ପ୍ରଥମ/ଲଗ୍ନ ଘରେ ବସିବେ ଓ ମାର୍ଚ୍ଚ ପରେ ମୀନ ରାଶିରେ ଆପଣଙ୍କର ଦ୍ଵିତୀୟ ଘରକୁ ଯିବେ।

କୁମ୍ଭ ବାର୍ଷିକ ରାଶିଫଳ କହୁଛି ଯେ ଲଗ୍ନ ଭାବରେ ସ୍ଥିତ ଶନି କେବେ କେବେ ଆପଣଙ୍କର ଧର୍ଯ୍ୟର ପରୀକ୍ଷା କରିପାରନ୍ତି ଓ ଆପଣଙ୍କୁ ଭଲ ସଫଳତା ପାଇବା ପାଇଁ ଯୋଜନା ତିଆରି କରି ଚଳିବାକୁ ପଡ଼ିବ। ମଈ 2025 ତ ପରେ ହେବାକୁ ଥିବା ଗୁରୁ ମହାରାଜଙ୍କର ଗୋଚର ଆପଣଙ୍କ ପାଇଁ ଲାଭକାରୀ କୁହାଯିବ କାରଣ ଆପଣଙ୍କର ଚନ୍ଦ୍ର ରାଶିକୁ ଏହା ପ୍ରଭାବିତ କରିବ। ମଈ 2025 ରୁ ଛାୟା ଗ୍ରହ ରାହୁ ପ୍ରଥମ ଘରେ ରହିବେ ଓ କେତୁ ସପ୍ତମ ଘରେ ରହିବେ ଯାହା ଫଳରେ ଆପଣ ଶୁଭ ପରିଣାମ ପାଇବେ ନାହିଁ।

ଏହି କୁମ୍ଭ ବାର୍ଷିକ ରାଶିଫଳ 2025 ସାମାନ୍ଯକୃତ ଭବିଷ୍ୟବାଣୀ ଅଟେ, କିନ୍ତୁ କୁଣ୍ଡଳୀ ଉପରେ ଆଧାର କରି କୁମ୍ଭ ରାଶି ଲୋକଙ୍କୁ ଭିନ୍ନ ପରିଣାମ ମିଳିପାରେ।

ଚାଲନ୍ତୁ ଏବେ ଆଗକୁ ବଢ଼ିବା ଓ କୁମ୍ଭ ବାର୍ଷିକ ରାଶିଫଳ ମାଧ୍ୟମରୁ ଜାଣିବା କୁମ୍ଭ ରାଶି ଲୋକଙ୍କ ପାଇଁ ଆସନ୍ତା ବର୍ଷ 2025 କ’ଣ ପରିବର୍ତ୍ତନ ଆଣିବ?

Read in Hindi: कुंभ राशिफल 2025

ଆଷ୍ଟ୍ରୋବାର୍ତ୍ତା : ଆମର ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ପାଆନ୍ତୁ ସମସ୍ତ ସମସ୍ୟାର ସମାଧାନ।

କୁମ୍ଭ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: କ୍ୟାରୀଅର

କୁମ୍ଭ ବାର୍ଷିକ ରାଶିଫଳ ଅନୁସାରେ ଆସନ୍ତା ବର୍ଷ ମାର୍ଚ୍ଚ ପରେ ସମୟ କୁମ୍ଭ ରାଶି ଲୋକଙ୍କ କ୍ୟାରୀଅରରେ ସଫଳତା ଆଣିବ କାରଣ ଶନି ଦେବ ଆପଣଙ୍କର ଦ୍ଵିତୀୟ ଘରେ ରହିବେ। ମାର୍ଚ୍ଚ ମାସରେ ହେବାକୁ ଥିବା ଶନି ଗୋଚର ଆପଣଙ୍କର ଦ୍ଵିତୀୟ ଘରେ ହେବ ଓ ତାଙ୍କର ଏହି ସ୍ଥିତି କ୍ୟାରୀଅରରେ ହାରାହାରି ପରିଣାମ ଦେବ। ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ଏହି ଅବଧିରେ ଠିକ ଠାକ ଲାଭ ପ୍ରାପ୍ତ ହେବ।

କିନ୍ତୁ, ଅପ୍ରିଲ 2024 ପର୍ଯ୍ୟନ୍ତ ଅବଧିରେ ଆପଣଙ୍କୁ ବହୁତ ଧର୍ଯ୍ୟର ସହିତ ଆଗକୁ ବଢ଼ିବାକୁ ପଡ଼ିବ। ମଈ ପରେ ସମୟ ଆପଣଙ୍କ କ୍ୟାରୀଅରରେ ସୁଧାର ଆଣିବ କାରଣ ଗୁରୁ ଗ୍ରହ ଆପଣଙ୍କର ପଞ୍ଚମ ଘରେ ପ୍ରବେଶ କରିବେ। କୁମ୍ଭ ବାର୍ଷିକ ରାଶିଫଳ 2025 ଅନୁଯାୟୀ ମଈ ମାସରେ ହେବାକୁ ଥିବା ବୃହସ୍ପତିଙ୍କର ଏହି ଗୋଚର ଆପଣଙ୍କ ପାଇଁ ଶୁଭ କୁହାଯିବ। ଚାକିରିରେ ନୂଆ ସୁଯୋଗ ମିଳିବ ଯାହା ଆପଣଙ୍କର ଇଚ୍ଛା ପୁରାଣ କରିବା ସହିତ ଆପଣଙ୍କୁ ସନ୍ତୁଷ୍ଟ କରିବ। ଫେବ୍ରୁୟାରୀ ମାସରେ ଶନି ଆପଣଙ୍କର ପ୍ରଥମ/ଲଗ୍ନ ଘରେ ରହିବେ ସେଥିପାଇଁ ଚାକିରିରେ ଚାପ ଅନୁଭବ ହେବ।

ଶନି ଗ୍ରହ 13 ଜୁଲାଇ 2025 ରୁ 28 ନଭେମ୍ବର 2025 ପର୍ଯ୍ୟନ୍ତ ବକ୍ରୀ ଅବସ୍ଥାରେ ରହିବେ। ଏହାର ପରିଣାମସ୍ବରୂପ କ୍ୟାରୀଅର କ୍ଷେତ୍ରରେ ଆପଣଙ୍କୁ ବହୁତ ସାବଧାନ ରହିବାକୁ ପଡ଼ିବ କାରଣ କାମର ବୋଝ ଅଧିକ ରହିବ ଓ ସମ୍ଭାବନା ଅଛି ଯେ କାମରେ କରାଯାଇଥିବା ପରିଶ୍ରମ ପାଇଁ ପ୍ରଶଂସା ନ ମିଳିପାରେ।

କ୍ୟାରୀଅର ହେଉ କିମ୍ବା ବ୍ୟବସାୟ, ଏହି ଦୁଇଟି କ୍ଷେତ୍ରରେ ଆପଣ ମାର୍ଚ୍ଚ 2025 ପରେ ଭଲ ପରିଣାମକୁ ଅପେକ୍ଷା କରିପାରିବେ କାରଣ ଶନି ଆପଣଙ୍କର ଦ୍ଵିତୀୟ ଘରେ ବସିବେ। ଆପଣ ଆତ୍ମବିଶ୍ବାସରେ ଭରପୁର ରହିବେ। ଛାୟା ଗ୍ରହ ରୂପରେ ରାହୁ ପ୍ରଥମ ଘରେ ଓ କେତୁ ସପ୍ତମ ଘରେ ରହିବେ ଯାହା ମଈ ପରେ ଭଲ ଲାଭ ନ ଦେଇ ପାରନ୍ତି।

କୁମ୍ଭ ବାର୍ଷିକ ରାଶିଫଳ କହୁଛି ଯେ ଆସନ୍ତା ବର୍ଷ ମଈରେ ହେବାକୁ ଥିବା ଗୁରୁ ଗ୍ରହଙ୍କର ଗୋଚର ଆପଣଙ୍କର ପଞ୍ଚମ ଘରେ ହେବ ଯାହା ଆପଣଙ୍କ ପାଇଁ ଲାଭକରି ହେବ। ବୃହସ୍ପତି ଦେବ ଆପଣଙ୍କ ପାଇଁ ଚାକିରିରେ ସଫଳତା ଆଣିବ। ମଈ 2025 ପରେ ଆପଣଙ୍କୁ ପ୍ରଶଂସା ମିଳିବାର ସମ୍ଭାବନା ଅଛି। ଏହି ଲୋକମାନେ ଯାହା କାମ କରିବେ କିମ୍ବା କ୍ୟାରୀଅରରେ ଯାହା ପ୍ରୟାସ କରିବେ ସେଥିରେ କୌଣସି ଚିନ୍ତା ବିନା ସଫଳ ହେବେ। ଯଦି ଆପଣ ବ୍ୟବସାୟ କରନ୍ତି, ତେବେ ଆପଣ ଏହି ସମୟରେ ଲାଭ ପାଇବାରେ ସକ୍ଷମ ହେବେ।

କୁମ୍ଭ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ଆର୍ଥିକ ଜୀବନ

କୁମ୍ଭ ବାର୍ଷିକ ରାଶିଫଳ କହୁଛି ଯେ ଆସନ୍ତା ବର୍ଷ କୁମ୍ଭ ରାଶିର ଲୋକଙ୍କ ଆର୍ଥିକ ଯିବାରେ ମିଶ୍ରିତ ଫଳଫଳ ମିଳିବ। ଆପଣଙ୍କୁ ଲାଭ ସହିତ ଖର୍ଚ୍ଚ ମଧ୍ୟ ଦେଖିବାକୁ ମିଳିବ। ଏହି ଖର୍ଚ୍ଚ ଅପ୍ରିଲ 2025 ପର୍ଯ୍ୟନ୍ତ ଚାଲିବ ଓ ଏହି ଖର୍ଚ୍ଚ ଘର ପାଇଁ ହୋଇପାରେ ଯାହା ଚିନ୍ତାର କାରଣ ହେବ।

ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି ସେମାନଙ୍କୁ ଅପ୍ରିଲ 2025 ପର୍ଯ୍ୟନ୍ତ ବହୁତ ସାବଧାନ ରହିବାକୁ ପଡ଼ିବ। ଧର୍ଯ୍ୟ ରଖିବାକୁ ପଡ଼ିବ। କିନ୍ତୁ ମଈ 2025 ପରେ ଯେତେବେଳେ ଗୁରୁ ଗ୍ରହ ଆପଣଙ୍କର ପଞ୍ଚମ ଘରେ ପ୍ରବେଶ କରିବେ ସେହି ସମୟରେ ଲାଭ ପାଇବାରେ ସକ୍ଷମ ହେବେ। ଯଦି ଆପଣ ଭଲ ମାତ୍ରାରେ ଲାବ ପାଇବାକୁ ଚାହୁଁଛନ୍ତି ତେବେ ମଈ 2025 ପରେ ଏଥିରେ ସଫଳ ହେବେ।

ଏହି ଅବଧିରେ କୁମ୍ଭ ବାର୍ଷିକ ରାଶିଫଳ 2025 ଅନୁଯାୟୀ ଆପଣ ଧନ ସଞ୍ଚୟ କରିପାରିବେ। ଛାୟା ଗ୍ରହ ରାହୁଙ୍କର ଆପଣଙ୍କର ପ୍ରଥମ ଓ କେତୁଙ୍କର ସପ୍ତମ ଘରେ ଗୋଚର ଆପଣଙ୍କୁ ଧନ ହାନୀ ସମସ୍ଯା ଦେଇପାରେ।

ଆପଣ ଓ ଆପଣଙ୍କ ଜୀବନସାଥୀର ନାମ ଦ୍ବାରା କେତୋଟି ଗୁଣ ମିଶୁଛି? ଜାଣିବା ପାଇଁ ବେ କ୍ଲିକ କରନ୍ତୁ, ନାମ ଦ୍ବାରା ଗୁଣ ମିଳନ

କୁମ୍ଭ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ଶିକ୍ଷା

କୁମ୍ଭ ରାଶିଫଳ 2025 କହୁଛି ଯେ ଆସନ୍ତା ବର୍ଷ ଅପ୍ରିଲ 2025 ପର୍ଯ୍ୟନ୍ତ ସମୟ କୁମ୍ଭ ରାଶି ଲୋକଙ୍କ ପାଇଁ କଷ୍ଟକର ହେବ କାରଣ ଅପ୍ରିଲ 2024 ପର୍ଯ୍ୟନ୍ତ ଗୁରୁ ଗ୍ରହ ଆପଣଙ୍କର ଚତୁର୍ଥ ଗହରେ ରହିବେ ଯେତେବେଳେ କି ଫେବ୍ରୁୟାରୀ ମାସରେ ଶନି ଦେବ ଆପଣଙ୍କର ପ୍ରଥମ/ଲଗ୍ନ ଘରେ ବିରାଜମାନ ହେବେ। ଏହି ଦୁଇଟି ଗ୍ରହଙ୍କର ଏହି ସ୍ଥିତି ଭଲ କୁହାଯିବ ନାହିଁ। କିନ୍ତୁ ଛାୟା ଗ୍ରହ ରୂପରେ ରାହୁ ଓ କେତୁଙ୍କର ସ୍ଥିତି ଆପଣଙ୍କର ଶିକ୍ଷାର ମାର୍ଗରେ ସମସ୍ଯା ସୃଷ୍ଟି କରିପାରେ ଯାହାର ପ୍ରଭାବ ଆପଣଙ୍କର ପ୍ରଦର୍ଶନ ଉପରେ ପଡ଼ିବ।

କୁମ୍ଭ ବାର୍ଷିକ ରାଶିଫଳ ଅନୁସାରେ ମାର୍ଚ 2025 ଶେଷରେ ହେବାକୁ ଥିବା ଶନି ଗ୍ରହଙ୍କର ଗୋଚର ଦ୍ବିତୀୟ ଘରେ ହେବ ଯାହା ଶିକ୍ଷା କ୍ଷେତ୍ରରେ ଆପଣଙ୍କ ପାଇଁ ସଫଳତା ଆଣିବ ଓ ଆପଣ ନୂଆ ନୂଆ ଜିନିଷ ଶିଖିବାରେ ସକ୍ଷମ ହେବେ। ବୃହସ୍ପତି ମହାରାଜଙ୍କର ପଞ୍ଚମ ଘରେ ଗୋଚର ଅଧ୍ୟୟନରେ ସଫଳତା ଦେବାର ସମ୍ଭାବନା ଅଛି। ଯଦି ଆପଣ ଉଛ ଶିକ୍ଷା କରିବାକୁ ଚାହୁଁଛନ୍ତି ତେବେ ମଈ 2025 ପରେ ଏହା କରିପାରିବେ। ଉଚ୍ଚ ଶିକ୍ଷାର ମାର୍ଗରେ ନେଇଥିବା ନିଷ୍ପତି ଆପଣଙ୍କୁ ସଫଳତା ଦେବ।

କୁମ୍ଭ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ପାରିବାରିକ ଜୀବନ

କୁମ୍ଭ ରାଶିଫଳ 2025 କହୁଛି ଯେ ଅଶାନ୍ତା ବର୍ଷ ଅପ୍ରିଲ ମାସ ପର୍ଯ୍ୟନ୍ତ ଗୁରୁ ଗ୍ରହ ଆପଣଙ୍କର ଚତୁର୍ଥ ଘରେ ରହିବେ ଓ ଏପରି ସ୍ଥିତିରେ କୁମ୍ଭ ରାଶିର ଲୋକଙ୍କୁ ପାରିବାରିକ ଜୀବନରେ କିଛି ଅପ୍ରିୟ ପରିସ୍ଥିତି ସାମ୍ନା କରିବାକୁ ପଡ଼ିପାରେ। ଆପଣଙ୍କର ସ୍ବାମୀ ଗ୍ରହ ରୂପରେ ଶନି ମହାରାଜ ଫେବ୍ରୁୟାରୀ 2025ରେ କୁମ୍ଭ ରାଶିର ପ୍ରଥମ/ଲଗ୍ନ ଘରେ ଗୋଚର କରିବେ ଓ ମାର୍ଚ୍ଚର ଶେଷରେ ଆପଣଙ୍କର ଦ୍ଵିତୀୟ ଘରେ ଅଚର କରିବେ। ଏହାର ପରିଣାମସ୍ବରୂପ ଘର-ପରିବାର ଓ ସମ୍ପର୍କ ସହିତ ଜଡ଼ିତ ମାମଲାେଏ ଆପଣ ଧାର୍ଯ୍ୟ ହରାଇ ପାରନ୍ତି ଓ ଏହି ପରିସ୍ଥିତିରେ ରାହୁ-କେତୁ ନିଆଁ ରେ ଘିଅ ଢଳିବା ଭଳି କାମ କରିବେ।

କୁମ୍ଭ ବାର୍ଷିକ ରାଶିଫଳ ଅନୁସାରେ ଛାୟା ଗ୍ରହ ରୂପରେ ଆପଣଙ୍କ ପ୍ରଥମ ଘରେ ରାହୁ ଓ ସପ୍ତମ ଘରେ ଜେଟଉ ରହିବେ। ଏହାର ପରିନାମସ୍ଵରୂପ ଆପଣଙ୍କୁ ପରିବାର ସଦସ୍ୟଙ୍କ ସହିତ ତାଳମେଳ ଓ ପାରସ୍ପରିକ ବୁଝାମଣା ରଖିବାକୁ ହେବ ଯାହା ଫଳରେ ପାରିବାରିକ ଜୀବନ ଶାନ୍ତିପୂର୍ଣ ରହିବ। କୁମ୍ଭ ବାର୍ଷିକ ରାଶିଫଳ 2025 ଅନୁଯାୟୀ ମଈ 2025 ପରେ ଶୁଭ ଗ୍ରହ ବୃହସ୍ପତି ଆପଣଙ୍କର ପଞ୍ଚମ ଘରେ ପ୍ରବେଶ କରିବେ ଯାହାଫଳରେ ପରିବାରର ପରିବେଶ ଭଲ ରହିବ।

ଆଜି ଚନ୍ଦ୍ର କେତେବେଳେ ବାହାରିବେ? ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ।

କୁମ୍ଭ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ପ୍ରେମ ଓ ବୈବାହିକ ଜୀବନ

କୁମ୍ଭ ବାର୍ଷିକ ରାଶିଫଳ କହୁଛି ଯେ ଆସନ୍ତା ବର୍ଷ ଅପ୍ରିଲ ମାସ ଜୈନ କୁମ୍ଭ ରାଶି ଲୋକଙ୍କର ପ୍ରେମ ଏବଂ ବୈବାହିକ ଜୀବନରେ ସମସ୍ଯା ଆସିପାରେ କାରଣ ଗୁରୁ ଗ୍ରହ ଆପଣଙ୍କର ଚତୁର୍ଥ ଘରେ ରହିବେ। ଫେବ୍ରୁୟାରୀ 2025 ପର୍ଯ୍ୟନ୍ତ ଶନି ଆପଣଙ୍କର ପ୍ରଥମ/ଲଗ୍ନ ଘରେ ବସିବେ ଓ ମାର୍ଚ୍ଚ ପରେ ସେ ଆପଣଙ୍କର ଦ୍ଵିତୀୟ ଘରେ ଗୋଚର କରିବେ। ଆପଣଙ୍କୁ ପ୍ରେମ ଓ ବୈବାହିକ ଜୀବନରେ ସକାରାତ୍ମକ ପରିଣାମ ମିଳିବ ଆରମ୍ଭ ହେବ। ଯଦି ଆପଣ କାହାକୁ ପ୍ରେମ କରୁଛନ୍ତି ତେବେ ମଈ ପରେ ଆପଣ ସମ୍ପର୍କକୁ ବିବାହରେ ପରିଣତ କରିପାରିବେକାରଣ ଏହି ଅବଧିରେ ଗୁରୁ ଆପଣଙ୍କର ପଞ୍ଚମ ଘରେ ରହିବେ। ଆସନ୍ତା ବର୍ଷ ଛାୟା ଗ୍ରହ ରାହୁ ଓ କେତୁ ଆପଣଙ୍କୁ ସମର୍ଥନ କରିବେ ନାହିଁ।

କୁମ୍ଭ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ସ୍ବାସ୍ଥ୍ୟ

କୁମ୍ଭ ବାର୍ଷିକ ରାଶିଫଳ କହୁଛି ଯେ ଆସନ୍ତା ବର୍ଷ ଅପ୍ରିଲ ପର୍ଯ୍ୟନ୍ତ ସମୟ କୁମ୍ଭ ରାଶି ଲୋକଙ୍କ ସ୍ବାସ୍ଥ୍ୟ ପାଇଁ ଟିକେ କଠିନ ହେବ କାରଣ ଗୁରୁ ଗ୍ରହ ଆପଣଙ୍କର ଚତୁର୍ଥ ଘରେ ସ୍ଥିତ ହେବେ। ଶନି ଦେବ ଆପଣଙ୍କର ପ୍ରଥମ/ଲଗ୍ନ ଘରେ ବସିବେ ଓ ଆପଣଙ୍କୁ ସୁସ୍ଥ ରଖିବାରେ ସାହାଜ୍ୟ କରିବେ। କୁମ୍ଭ ବାର୍ଷିକ ରାଶିଫଳ 2025 ଅନୁଯାୟୀ ଫେବ୍ରୁୟାରୀ 2025 ପର୍ଯ୍ୟନ୍ତ ଶନି ଗ୍ରହଙ୍କର ପ୍ରଥମ ଘରେ ସ୍ଥିତି ଆପଣଙ୍କୁ ନୀଦ ନ ହେବାର ସମସ୍ଯା ଦେଇପାରେ, କିନ୍ତୁ ଯେତେବେଳେ ମାର୍ଚ୍ଚ ପରେ ସେ ଆପଣଙ୍କର ଦ୍ଵିତୀୟ ଘରେ ଗୋଚର କରିବେ, ତେବେ ସେ ଆପଣଙ୍କର ସ୍ବାସ୍ଥ୍ୟରେ ସୁଧାର ଆଣିବେ। ଏହି ଲୋକଙ୍କୁ ଦାନ୍ତରେ ଦରଜ, ଆଖିରେ ଜଳାପୋଡ଼ା ଇତ୍ୟାଦି ସମସ୍ଯା ହୋଇପାରେ। ଚତୁର୍ଥ ଘରେ ବସିଥିବା ଗୁରୁ ମହାରାଜ ଆପଣଙ୍କର ସୁଖ ସୁବିଧା କମ କରିବେ। ମଈ 2025 ପରେ ଆପଣଙ୍କର ସ୍ବାସ୍ଥ୍ୟ ଓ ଫିଟନେସ ଉତ୍ତମ ରହିବ।

ଏଠାରେ କ୍ଲିକ କରି ମାଗଣାରେ କରାନ୍ତୁ, ନାମ ଦ୍ବାରା କୁଣ୍ଡଳୀ ମିଳନ !

କୁମ୍ଭ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ପ୍ରଭାବି ପ୍ରତିକାର

  • ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ ।
  • କେତୁଙ୍କ ପାଇଁ ମଙ୍ଗଳବାର ଦିନ ଯଜ୍ଞ କରନ୍ତୁ।
  • ଶନିବାର ଦିନ ଶନି ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।

ନିଜର ରାଶି ଅନୁସାରେ ପଢ଼ନ୍ତୁ, ସବୁଠାରୁ ସଠିକ ଆପଣଙ୍କର ଆଜିର ରାଶିଫଳ

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ମାଈକୁଣ୍ଡଳୀ ସହିତ ଜଡ଼ିତ ଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ!

ପ୍ରାୟତଃ ପଚରା ଯାଉଥିବା ପ୍ରଶ୍ନ

ପ୍ରଶ୍ନ 1. 2025 ରେ କୁମ୍ଭ ରାଶିର କ’ଣ ହେବ?

ଉତ୍ତର 1. ମଈ 2025 ପରେ କୁମ୍ଭ ରାଶିର ବ୍ୟବସାୟୀ ବର୍ଗକୁ ଗୁରୁ ଶୁଭ ଫଳ ପ୍ରଦାନ କରିବେ।

ପ୍ରଶ୍ନ 2. କୁମ୍ଭ ରାଶିର ସ୍ବାମୀ ଗ୍ରହ କିଏ?

ଉତ୍ତର 2. ଏହି ରାଶିର ଅଧିପତି ଦେବ ହେଉଛନ୍ତି ଶନି ଦେବ।

ପ୍ରଶ୍ନ 3. କୁମ୍ଭ ରାଶିର ଲୋକମାନେ କାହାର ପୂଜା କରିବା ଉଚିତ?

ଉତ୍ତର 3. କୁମ୍ଭ ରାଶିର ସ୍ବାମୀ ଗ୍ରହ ଶନି ହୋଇଥିବାରୁ ଏହି ଲୋକଙ୍କୁ ଶିବ କିମ୍ବା ହନୁମାନଙ୍କର ପୂଜା କରିବା ଉଚିତ।

ପ୍ରଶ୍ନ 4. ବର୍ଷ 2025 ରେ ପାରିବାରିକ ଜୀବନ କିପରି ହେବ ?

ଉତ୍ତର 4. 2025 ରେ କୁମ୍ଭ ରାଶି ଲୋକଙ୍କର ପାରିବାରିକ ଜୀବନରେ ଉତ୍ଥାନ-ପତନ ଆସିବ।