Personalized
Horoscope

ମୀନ ବାର୍ଷିକ ରାଶିଫଳ 2025

ଏହି ମୀନ ବାର୍ଷିକ ରାଶିଫଳ 2025 ଲେଖା ବିଶେଷ ଭାବରେ ମୀନ ରାଶିର ଲୋକଙ୍କ ପାଇଁ ତିଆରି ହୋଇଛି ଯାହା ମାଧ୍ୟମରେ ଆପଣ ନୂଆ ବର୍ଷ 2025 ରେ ନିଜର ଜୀବନର ବିଭିନ୍ନ କ୍ଷେତ୍ର ବିଷୟରେ ଜାଣିପାରିବେ ଯେପରି ଚାକିରି, ବ୍ୟବସାୟ, ପ୍ରେମ, ଆର୍ଥିକ ଜୀବନ, ସ୍ବାସ୍ଥ୍ୟ ଓ ଆହୁରୁ ଅନେକ କିଛି। ଏହା ବ୍ୟତୀତ ଏହି ବର୍ଷ ମୀନ ରାଶି ଲୋକଙ୍କ ପାଇଁ ଶୁଭ ହେବ ନା ଅଶୁଭ? ଏହି ସବୁ ପ୍ରଶ୍ନର ଉତ୍ତର ପାଇଁ ପାଇଁ ମୀନ ବାର୍ଷିକ ରାଶିଫଳ ଶେଷ ଯାଏଁ ପଢ଼ନ୍ତୁ।

ମୀନ ବାର୍ଷିକ ରାଶିଫଳ 2025

Read in English -Pisces Yearly Horoscope 2025

ବୈଦିକ ଜ୍ଯୋତିଷ ଅନୁସାରେ ମୀନ ରାଶି ଚକ୍ରର ଦ୍ଵାଦଶ ଓ ଅନ୍ତିମ ରାଶି ଅଟେ ଯାହା ଜଳ ତତ୍ଵ ରାଶି। ଏହାର ଅଧିପତି ଦେବ ବୃହସ୍ପତି ମହାରାଜ ଓ ତାଙ୍କର ସମ୍ବନ୍ଧ ଅଧ୍ୟାତ୍ମିକତା ସହିତ ଅଛି। ବର୍ଷ 2025 ଆପଣଙ୍କୁ କ୍ୟାରୀଅର, ପ୍ରେମ ଏବଂ ଆର୍ଥିକ ଜୀବନ ଇତ୍ୟାଦିରେ ହାରାହାରି ପରିଣାମ ପ୍ରଦାନ୍ କରୋବ କାରଣ ଏହି ବର୍ଷ ହେବାକୁ ଥିବା ଶନି ଓ ଗୁରୁ ଗ୍ରହଙ୍କର ଗୋଚର ଅନୁକୂଳ କୁହାଯିବ ନାହିଁ। ମଈ 2025 ପରେ ଛାୟା ଗ୍ରହ ରାହୁ ଦ୍ଵାଦଶ ଘରେ ଓ କେତୁ ଷଷ୍ଠ ଘରେ ବିରାଜମାନ ହେବେ। ଏହି ଦୁଇଟି ଗ୍ରହଙ୍କ ଏହି ସ୍ଥିତି ଆପଣଙ୍କୁ ସକାରାତ୍ମକ ପରିଣାମ ଦେବ। ମଈ ପରେ ଗୁରୁ ଗ୍ରହ ଚତୁର୍ଥ ଘରେ ରହିବେ ଓ ଏହି ଘରେ ଉପସ୍ଥିତ ବୃହସ୍ପତି ପରିବାରରେ ସମସ୍ଯା ସୃଷ୍ଟି କରିପାରେ। ଆପଣଙ୍କୁ ଅସୁବିଧା ଅନୁଭବ ହୋଇପାରେ। ମାର୍ଚ୍ଚ 2025 ପରେ ଶନି ଦେବ ଗୋଚର କରି ଆପଣଙ୍କର ପ୍ରଥମ ଘରେ ସ୍ଥିତ ରହିବେ। ଏହାର ପରିଣାମସ୍ଵରୂପ ଆପଣଙ୍କର ଖର୍ଚ୍ଚ ବଢ଼ିପାରେ ଯାହାଫଳରେ ଆପଣ ନିରାଶ ଅନୁଭବ କରିବେ।

ମୀନ ବାର୍ଷିକ ରାଶିଫଳ କହୁଛି ଯେ ମାର୍ଚ୍ଚ 2025 ରୁ ଶନି ମୀନ ରାଶି ଲୋକଙ୍କ କୁଣ୍ଡଳୀର ପ୍ରଥମ ଘରେ ବସିବେ ଓ ଏପରି ସ୍ଥିତିରେ, ସେ ଶନି ସାଢ଼େ ସାତୀର ଦ୍ଵିତୀୟ ଚରଣ ଆରମ୍ଭ କରିବେ। ଏହି ଅବଧିରେ ଆପଣଙ୍କୁ ଅଧିକ ସାବଧାନ ହେବାକୁ ପଡ଼ିବ। ଚତୁର୍ଥ ଘରେ ଥିବା ସତ୍ବେ ଆପଣଙ୍କର ରାଶିର ସ୍ବାମୀ ଗୁରୁଙ୍କର ଦୃଷ୍ଟି ସାଢ଼େ ସାତୀର ନକରାତ୍ମକ ପ୍ରଭାବରୁ ରକ୍ଷା କରିପାରିବ।

ଏହି ମୀନ ବାର୍ଷିକ ରାଶିଫଳ 2025 ସାମାନ୍ଯକୃତ ଭବିଷ୍ୟବାଣୀ ଅଟେ, କିନ୍ତୁ କୁଣ୍ଡଳୀ ଉପରେ ଆଧାର କରି ମୀନ ରାଶି ଲୋକଙ୍କୁ ଭିନ୍ନ ପରିଣାମ ମିଳିପାରେ।

ଚାଲନ୍ତୁ ଏବେ ଆଗକୁ ବଢ଼ିବା ଓ ମୀନ ବାର୍ଷିକ ରାଶିଫଳ ମାଧ୍ୟମରୁ ଜାଣିବା ମୀନ ରାଶି ଲୋକଙ୍କ ପାଇଁ ଆସନ୍ତା ବର୍ଷ 2025 କ’ଣ ପରିବର୍ତ୍ତନ ଆଣିବ?

Read in Hindi: मीन राशिफल 2025

ଆଷ୍ଟ୍ରୋବାର୍ତ୍ତା : ଆମର ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ପାଆନ୍ତୁ ସମସ୍ତ ସମସ୍ୟାର ସମାଧାନ।

ମୀନ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: କ୍ୟାରୀଅର

ମୀନ ବାର୍ଷିକ ରାଶିଫଳ ଅନୁସାରେ ଆସନ୍ତା ବର୍ଷ ମୀନ ରାଶି ଲୋକଙ୍କ ପାଇଁ କ୍ୟାରୀଅର କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବା ସହଜ ହେବ ନାହିଁ କାରଣ ଫେବ୍ରୁୟାରୀ 2025 ପର୍ଯ୍ୟନ୍ତ ଶନି ଆପଣଙ୍କର ଦ୍ଵାଦଶ ଘରେ ରହିବେ। ମାର୍ଚ୍ଚ ପରେ ସେ ଗୋଚର କରି ଆପଣଙ୍କର ପ୍ରଥମ ଘରେ ରହିବେ ଓ ଶନି ଦେବଙ୍କର ଏହି ସ୍ଥିତି ଆପଣଙ୍କର ଧର୍ଯ୍ୟର ପରୀକ୍ଷା କରିପାରେ। କିଛି ଲୋକ ଏହି ଅବଧିରେ ନିଜର କ୍ୟାରୀଅରରେ ପରିବର୍ତ୍ତନ କିମ୍ବା ବିଦେଶରେ ଚାକିରି ପାଇଁ ଯାଇପାରନ୍ତି। ମୀନ ରାଶି ଲୋକ ସନ୍ତୁଷ୍ଟିର ଅଭାବ ଯୋଗୁଁ ଚାକିରି ବଦଳାଇବା ପାରନ୍ତି।

ଲାଭକାରୀ ଗ୍ରହ ବୃହସ୍ପତି ଆସନ୍ତା ବର୍ଷ ଭଲ ସ୍ଥିତିରେ ରହିବେ କାରଣ ଏହି ସମୟରେ ସେ ଆପଣଙ୍କର ଚତୁର୍ଥ ଘରେ ରହିବେ। ଏହାର ଫଳସ୍ବରୂପ ଏହି ଅବଧି ଆପଣଙ୍କ କ୍ୟାରୀଅର ପାଇଁ ଶୁଭ ରହିବ। ମୀନ ବାର୍ଷିକ ରାଶିଫଳ 2025 କହୁଛି ଯେ କ୍ୟାରୀଅରର କାରକ ଗ୍ରହ ଶନି ମହାରାଜ ପ୍ରତିକୂଳ ସ୍ଥିତିରେ ରହିବେ ଯାହା ଆସନ୍ତା ବର୍ଷ ଆପଣଙ୍କର ଦ୍ଵାଦଶ ଓ ପ୍ରଥମ ଘରେ ଉପସ୍ଥିତ ରହିବେ ଓ ଆପଣଙ୍କୁ ସାଢ଼େ ସାତୀର ପ୍ରଭାବ ଦେବେ। ଏହା ବ୍ୟତୀତ, ଆପଣଙ୍କୁ କ୍ୟାରୀଅର କ୍ଷେତ୍ରରେ ଭାବିଚିନ୍ତି ବଢ଼ିବାକୁ ପଡ଼ିବ କାରଣ 13 ଜୁଲାଇ 2025 ରୁ 28 ନଭେମ୍ବର 2025 ପର୍ଯ୍ୟନ୍ତ ଶନି ଦେବ ବକ୍ରୀ ଅବସ୍ଥାରେ ରହିବେ। ଏହି ସମୟରେ ଆପଣଙ୍କର କ୍ୟାରୀଅର ପାଇଁ ଅନୁକୂଳ ରହିବ ନାହିଁ। ଯଦି ଆପଣ ବ୍ୟବସାୟ କରୁଛନ୍ତି ତେବେ ଆପଣଙ୍କୁ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ।

ମୀନ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ଆର୍ଥିକ ଜୀବନ

ମୀନ ବାର୍ଷିକ ରାଶିଫଳ ଭବିଷ୍ୟବାଣୀ କହୁଛି ଯେ ଆର୍ଥିକ ଦୃଷ୍ଟିରୁ ମୀନ ରାଶିର ଲୋକଙ୍କ ପାଇଁ କଷ୍ଟକର ହେବ କାରଣ ଏହି ସମୟରେ ଆପଣଙ୍କୁ ଖର୍ଚ୍ଚ ଦିନକୁ ଦିନ ବଢ଼ିବ।

ଶନି ଗ୍ରହ ଆପଣଙ୍କର ଦ୍ଵାଦଶ ଘରେ ହେବ ଯାହା ଫଳରେ ଆପଣଙ୍କୁ ଏହି ପ୍ରକାର ପରିସ୍ଥିତି ସାମ୍ନା କରିବାକୁ ପଡ଼ିପାରେ। କିନ୍ତୁ ମାର୍ଚ୍ଚ 2025 ପରେ ହେବାକୁ ଥିବା ଶନି ଦେବଙ୍କର ଗୋଚର ଆପଣଙ୍କର ପ୍ରଥମ ଘରେ ହେବ। ମୀନ ବାର୍ଷିକ ରାଶିଫଳ 2025 ଅନୁଯାୟୀ ଛାୟା ଗ୍ରହ ରାହୁ ଓ କେତୁ ଆପଣଙ୍କର ଦ୍ଵାଦଶ ଓ ଷଷ୍ଠ ଘରେ ରହିବେ ଓ ଏହା ଆପଣଙ୍କର ଆର୍ଥିକ ଜୀବନରେ ସକାରାତ୍ମକ ପରିଣାମ ଦେବେ।

ଦ୍ଵାଦଶ ଘରେ ରାହୁଙ୍କ ଉପସ୍ଥିତି ଆପଣଙ୍କୁ ଧନ ଓ ଲାଭ ପ୍ରଦାନ୍ କରିବ। ଗୁରୁ ଗ୍ରହ ଅପରିଲ ମାସ ଜୈନ ଆପଣଙ୍କର ତୃତୀୟ ଘରେ ରହିବେ ଓ ଏହା ଆପଣଙ୍କର ଅରଜିତ ଧନକୁ ଖର୍ଚ୍ଚ କରାଇ ପାରନ୍ତି। କିନ୍ତୁ ମଈ ପରେ ହେବାକୁ ଥିବା ବୃହସ୍ପତି ମହାରାଜଙ୍କର ଗୋଚର ଆପଣଙ୍କର ଚତୁର୍ଥ ଘରେ ହେବ ଯାହା ଫଳରେ ଧନର ପ୍ରବାହ ଭଲ ରହିବ।

ଯଦି ଆପଣଙ୍କର ବ୍ୟବସାୟ ଅଛି, ତେବେ ଆପଣ ଲାଭ କରିବାରେ ସକ୍ଷମ ହେଲେ ମଧ୍ୟ, ସଞ୍ଚୟ କରିପାରିବେ ନାହିଁ। ସାଙ୍ଗରେ ଆପଣଙ୍କୁ କ୍ଷତି ସହିବାକୁ ପଡ଼ିପାରେ।

ଆପଣ ଓ ଆପଣଙ୍କ ଜୀବନସାଥୀର ନାମ ଦ୍ବାରା କେତୋଟି ଗୁଣ ମିଶୁଛି? ଜାଣିବା ପାଇଁ ବେ କ୍ଲିକ କରନ୍ତୁ, ନାମ ଦ୍ବାରା ଗୁଣ ମିଳନ

ମୀନ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ଶିକ୍ଷା

ମୀନ ବାର୍ଷିକ ରାଶିଫଳ କହୁଛି ଯେ ଆସନ୍ତା ବର୍ଷ ବିବାହ ଦୃଷ୍ଟିରୁ ମୀନ ରାଶିର ଛାତ୍ରଙ୍କ ପାଇଁ ସମସ୍ଯା ଓ ଅସୁବିଧା ହୋଇପାରେ। ଏହା ଏଠିପାଇଁ ହେବ କାରଣ ଫେବ୍ରୁୟାରୀ 2025 ପର୍ଯ୍ୟନ୍ତ ଶନି ଆପଣଙ୍କର ଦ୍ଵାଦଶ ଘରେ ରହିବେ ଓ ପୁରା ବର୍ଷ ଆପଣଙ୍କୁ ସାଢ଼େ ସାତୀର ପ୍ରଭାବ ଦେବେ। ମାର୍ଚ୍ଚ 2025 ପରେ ଏହା ଆପଣଙ୍କ ପାଇଁ ପ୍ରଥମ/ଲଗ୍ନ ଘରେ ଗୋଚର କରିବେ। ଅପ୍ରିଲ 2025 ପର୍ଯ୍ୟନ୍ତ ଗୁରୁ ଗ୍ରହ ଅଶୁଭ ସ୍ଥିତିରେ ରହିବେ ଓ ଏହା ପରେ ମଈ ମାସରେ ଚତୁର୍ଥ ଘରେ ପ୍ରବେଶ କରିବେ। ଏହି ଅବଧିରେ ବୃହସ୍ପତି ଦେବ ଶିକ୍ଷାର କାରକ ଗ୍ରହ ରୂପରେ ଆପଣଙ୍କୁ ଅଧ୍ୟୟନରେ ସକାରାତ୍ମକ ପରିଣାମ ପ୍ରଦାନ କରିବେ। କିନ୍ତୁ ମାର୍ଚ୍ଚ ପରେ ଶନି ଗ୍ରହ ଆପଣଙ୍କର ପ୍ରଥମ ଘରେ ବସିବେ ଓ ଶିକ୍ଷାର ଗତି ଧୀର କରିବେ ଓ ଆପଣଙ୍କର ଏକାଗ୍ରତା କ୍ଷମତା ଦୁର୍ବଳ ହୋଇପାରେ। ରାହୁ ଆପଣଙ୍କର ଦ୍ଵାଦଶ ଘରେ ରହି ଆପଣଙ୍କୁ ବ୍ୟସ୍ତ କରିପାରନ୍ତି।

ମୀନ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ପାରିବାରିକ ଜୀବନ

ମୀନ ବାର୍ଷିକ ରାଶିଫଳ କହୁଛି ଯେ ଆସନ୍ତା ବର୍ଷ ମୀନ ରାଶି ଲୋକଙ୍କ ପାରିବାରିକ ଜୀବନ ଖୁସିମୟ ନ ରହିପାରେ ଓ ଘରେ ପରିବାରର ସଦସ୍ୟଙ୍କ ସହିତ ଉଚ୍ଚ ମୂଲ୍ୟ ରଖିବା କଷ୍ଟକର ହୋଇପାରେ। ବର୍ଷ 2025ରେ ଶନି ଦ୍ଵାଦଶ ଘରେ ଓ ପ୍ରଥମ ଘରେ ଅଶୁଭ ସ୍ଥିତିରେ ରହିବେ ଓ ଆପଣଙ୍କୁ ଶନି ସାଢ଼େ ସାତୀର ନକରାତ୍ମକ ପରିଣାମ ଦେବେ। ଆପଣଙ୍କୁ ପ୍ରାଇବାରର ସଦସ୍ୟମାନେ ଭୁଲ ବୁଝିପାରନ୍ତି ଯାହା ଫଳରେ ଘରେ ଶାନ୍ତି ଭଙ୍ଗ ହେବ। ମଈ 025 ପରେ ଆପଣଙ୍କୁ ପରିବାର ସହିତ ପରିବର୍ତ୍ତନ ସାମ୍ନା କରିବାକୁ ପଡ଼ିପାରେ।

ଆଜି ଚନ୍ଦ୍ର କେତେବେଳେ ବାହାରିବେ? ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ।

ମୀନ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ପ୍ରେମ ଓ ବୈବାହିକ ଜୀବନ

ମୀନ ବାର୍ଷିକ ରାଶିଫଳ କହୁଛି ଯେ ଆସନ୍ତା ବର୍ଷ ମୀନ ରାଶି ଲୋକଙ୍କର ପ୍ରେମ ଓ ବୈବାହିକ ଜୀବନ ପାଇଁ ହାରାହାରି ରହିବ କାରଣ ପ୍ରମୁଖ ଗ୍ରହ ରୂପରେ ଶନି ଓ ଗୁରୁ ଗ୍ରହ ନକରାତ୍ମକ ସ୍ଥିତିରେ ରହିବେ। ଯଦି ଆପଣ କାହାକୁ ପସନ୍ଦ କରନ୍ତି ତେବେ ସମ୍ପର୍କରେ ଆସନ୍ତୁ ନାହିଁ କିମ୍ବା କିଛି କ୍ଷଣ ଅପେକ୍ଷା କରନ୍ତୁ। ଯଦି ଆପଣ ବିବାହ କରିବା ପାଇଁ ଚାହୁଁଛନ୍ତି ତେବେ ବର୍ଷ 2025 ପ୍ରେମ ବିବାହ ଦୃଷ୍ଟିରୁ ଭଲ କୁହାଯିବ ନାହିଁ। ଏପରି ସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହେବା ଠାରୁ ଦୂରରେ ରୁହନ୍ତୁ। ଆପଣଙ୍କୁ ବିବାହ ନ କରିବାକୁ ପରାମର୍ଶ ଦିଆଜିଛି କାରଣ ଏହି ଅବଧି ଶୁଭ ନୁହେଁ। ଲାଭକାରୀ ଗ୍ରହ ରୂପରେ ଗୁରୁ ଆପଣଙ୍କର ଚତୁର୍ଥ ଘରେ ରହିବେ ଓ ଏହି ସ୍ଥିତି ବିବାହ ପାଇଁ ନୁକୂଳ ହେବ ନାହିଁ। ଯଦି ଆପଣ ଆସନ୍ତା ବର୍ଷ ବିବାହ କରୁଛନ୍ତି ତେବେ ଆପଣଙ୍କୁ ସମ୍ପର୍କରେ ଭାବନାତ୍ମକ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ।

ମୀନ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ସ୍ବାସ୍ଥ୍ୟ

ମୀନ ବାର୍ଷିକ ରାଶିଫଳ 2025 ବିଷୟରେ କହିବାକୁ ଗଲେ, ଆସନ୍ତା ବର୍ଷରେ ମୀନ ରାଶି ଲୋକଙ୍କର ସ୍ବାସ୍ଥ୍ୟରେ ଉତ୍ଥାନ-ପତନ ଆସିପାରେ। ଏହି ସମୟରେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇପାରେ ଯାହାର ପ୍ରଭାବ ଆପଣଙ୍କର ସ୍ବାସ୍ଥ୍ୟ ଉପରେ ପଡ଼ିପାରେ। ଏହି ବର୍ଷ ଶନି ଓ ବୃହସ୍ପତି ଗ୍ରହ ପ୍ରତିକୂଳ ଅବସ୍ଥାରେ ରହିବେ ଓ ଏହାର ପରିଣାମସ୍ବରୂପ ଆପଣଙ୍କୁ ଗୋଡ଼ ଓ ଅଣ୍ଟାରେ ଦରଜ ହୋଇପାରେ। ଆପଣଙ୍କୁ ସୁସ୍ଥ ରହିବା ପାଇଁ ନିୟମିତ ଯୋଗ ଓ ଧ୍ୟାନ କରିବାକୁ ପରାମର୍ଶ ଦିଅଯାଇଛି।

ଏଠାରେ କ୍ଲିକ କରି ମାଗଣାରେ କରାନ୍ତୁ, ନାମ ଦ୍ବାରା କୁଣ୍ଡଳୀ ମିଳନ !

ମୀନ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ପ୍ରଭାବି ପ୍ରତିକାର

  • ପ୍ରତିଦିନ ଦୂର୍ଗା ଚାଳିଶା ପାଠ କରନ୍ତୁ।
  • ଶନିବାର ଦିନ ଶନି ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
  • ମଙ୍ଗଳବାର ଦିନ ରାହୁ/କେତୁଙ୍କ ପାଇଁ ଯଜ୍ଞ କରନ୍ତୁ।
  • ଗୁରୁବାର ଦିନ ବୃଦ୍ଧ ବ୍ରାହ୍ମଣଙ୍କୁ ଭୋଜନ କରାନ୍ତୁ।

ନିଜର ରାଶି ଅନୁସାରେ ପଢ଼ନ୍ତୁ, ସବୁଠାରୁ ସଠିକ ଆପଣଙ୍କର ଆଜିର ରାଶିଫଳ

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ମାଈକୁଣ୍ଡଳୀ ସହିତ ଜଡ଼ିତ ଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ!

ପ୍ରାୟତଃ ପଚରା ଯାଉଥିବା ପ୍ରଶ୍ନ

ପ୍ରଶ୍ନ 1. 2025 ମୀନ ରାଶି ଲୋକଙ୍କ ପାଇଁ କିପରି ରହିବ?

ଉତ୍ତର 1. ବର୍ଷ 2025 ରେ ଗୁରୁଙ୍କର ସ୍ଥିତି ମୀନ ରାଶି ଲୋକଙ୍କ କ୍ୟାରୀଅର ପାଇଁ ଭଲ ରହିବ।

ପ୍ରଶ୍ନ 2. ମୀନ ରାଶି ଲୋକଙ୍କ ପାଇଁ କେଉଁ ରତ୍ନ ଶୁଭ?

ଉତ୍ତର 2. ବୃହସ୍ପତି ଗ୍ରହ ମୀନ ରାଶିର ସ୍ବାମୀ ସେଥିପାଇଁ ପୁଖରାଜ ପିନ୍ଧିବା ଆପଣଙ୍କ ପାଇଁ ଲାଭଦାୟକ ହେବ।

ପ୍ରଶ୍ନ 3. ବର୍ଷ 2025 ରେ ମୀନ ରାଶି ଲୋକଙ୍କୁ କେବେ ଧନ କେବେ ମିଳିବ?

ଉତ୍ତର 3. ଏହି ବର୍ଷ ରାହୁ-କେତୁଙ୍କର ସ୍ଥିତି ଆପଣଙ୍କୁ ଆର୍ଥିକ ଜୀବନରେ ଭଲ ପରିଣାମ ପ୍ରଦାନ କରିବ।

ପ୍ରଶ୍ନ 4. ମୀନ ରାଶି ଲୋକଙ୍କୁ କାହାର ପୂଜା କରିବା ଉଚିତ?

ଉତ୍ତର 4. ମୀନ ରାଶି ଲୋକଙ୍କୁ ଭଗବାନ ବିଷ୍ଣୁଙ୍କ ପୂଜା କରିବା ଉଚିତ।