Personalized
Horoscope

ତୁଳା ବାର୍ଷିକ ରାଶିଫଳ 2025

ଏହି ବର୍ଷ ପାଇଁ ତୁଳା ବାର୍ଷିକ ରାଶିଫଳ 2025 ବିଶେଷ ରୂପରେ ତୁଳା ରାଶି ଲୋକଙ୍କ ପାଇଁ ତିଆରି କରାଯାଇଛି। ଏହି ଭବିଷ୍ୟଫଳ ମାଧ୍ୟମରୁ ଆପଣଙ୍କୁ ଜୀବନର ବିଭିନ୍ନ କ୍ଷେତ୍ର ଯେପରି କି ଆର୍ଥିକ ଜୀବନ, କ୍ୟାରୀଅର, ପ୍ରେମ, ବିବାହ, ପରିବାର, ସ୍ବାସ୍ଥ୍ୟ, ବ୍ୟବସାୟ ଇତ୍ୟାଦି ବିଷୟରେ ବିସ୍ତୃତ ଭାବରେ ସୂଚନା ପ୍ରାପ୍ତ ହେବ ଯାହା ବୈଦିକ ଶାସ୍ତ୍ର ଉପରେ ଆଧାରିତ। ଏବେ ଆମେ ଡେରି ନ କରି ଆଗକୁ ବଢ଼ିବା ଓ ଜାଣିବା ତୁଳା ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ 2025 କ’ଣ ରଖିଛି।

ତୁଳା ବାର୍ଷିକ ରାଶିଫଳ 2025

Read in English - Libra Yearly Horoscope 2025

ବୈଦିକ ଜ୍ଯୋତିଷଶାସ୍ତ୍ର ଅନୁସାରେ, ରାଶି ଚକ୍ରରେ ତୁଳା ରାଶିକୁ ସପ୍ତମ ସ୍ଥାନ ପ୍ରାପ୍ତ ହୋଇଛି ଯିଏ ବାୟୁ ତତ୍ଵର ରାଶି। ଏହି ରାଶିର ଅଧିପତି ଦେବ ପ୍ରେମର କାରକ ଗ୍ରହ ଶୁକ୍ର ଓ ସେ ପ୍ରେମ ଏବଂ ବିବାହକୁ ପ୍ରତିନିଧିତ୍ବ କରନ୍ତି। ବର୍ଷ 2025ରେ ମଈ ମାସ ପରେ ସମୟ ଆପଣଙ୍କର କ୍ୟାରୀଅର, ଆର୍ଥିକ ଓ ପ୍ରେମ ଜୀବନ ପାଇଁ ସାମାନ୍ଯ ପରିଣାମ ନେଇ ଆସିବେ କାରଣ ଏହି ଅବଧିରେ ଗୁରୁ ଗ୍ରହ ଗୋଚର କରିବେ। ଏହା ବ୍ୟତୀତ, ଅପ୍ରିଲ 2024 ପର୍ଯ୍ୟନ୍ତ ସେ ଆପଣଙ୍କର୍ ଅଷ୍ଟମ ଘରେ ରହିବେ।

ଭାଗ୍ୟର କାରକ ଗ୍ରହ ରୂପରେ ଶନି ଦେବ ଆପଣଙ୍କର ଷଷ୍ଠ ଘରେ ବିରାଜମାନ ରହିବେ ଯେତେବେଳେ କି ଛାୟା ଗ୍ରହ ରାହୁ-କେତୁଙ୍କର ସ୍ଥିତି ଆସନ୍ତା ବର୍ଷ ଅନୁକୂଳ କୁହାଯିବ କାରଣ କେତୁ ଆପଣଙ୍କର ଏକାଦଶ ଘରେ ଓ ରାହୁ ଆପଣଙ୍କର ପଞ୍ଚମ ଘରେ ଉପସ୍ଥିତ ରହିବେ। ବର୍ଷର ପ୍ରଥମ ଭାଗ ଅର୍ଥାତ 2025 ଅପ୍ରିଲ ପର୍ଯ୍ୟନ୍ତ ସମୟ ଆପଣଙ୍କ ପାଇଁ ଟିକେ କଷ୍ଟକର ରହିବ କାରଣ ଗୁରୁ ଗ୍ରହ ଆପଣଙ୍କର୍ ଅଷ୍ଟମ ଘରେ ରହିବେ। ଏପରି ସ୍ଥିତିରେ ବୃହସ୍ପତିଙ୍କର ଏହି ସ୍ଥିତି ଧନ ଲାଭ କରିବାକୁ ଦେବ ନାହିଁ।

ତୁଳା ବାର୍ଷିକ ରାଶିଫଳ ଅନୁସାରେ, ବର୍ଷ 2025ରେ ମଈ ମାସରେ ହେବାକୁ ଥିବା ଗୁରୁ ଗ୍ରହର ଗୋଚର ଆପଣଙ୍କର ନବମ ଘରେ ହେବ। ଏହି ଅବଧିରେ ଗୁରୁ ଗ୍ରହ ଆପଣଙ୍କୁ ଧନ ଲାଭ ଓ ସଞ୍ଚୟ କରିବାକୁ ସୁଯୋଗ ପ୍ରଦାନ କରିବ। ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି, ସେ ଏହି ଅବଧିରେ ଲାଭ କରିବା ସହିତ ବୃଦ୍ଧି କରିବାରେ ସକ୍ଷମ ହେବେ। ଆସନ୍ତା ବର୍ଷ 2025 ସମୟରେ ଶନି ମହାରାଜ ଆପଣଙ୍କର ଷଷ୍ଠ ଘରେ ବିରାଜମାନ ରହିବେ। ଶନି ତୁଳା ରାଶି ପାଇଁ ଶୁଭ ଗ୍ରହ ସେଥିପାଇଁ ଆପଣଙ୍କୁ ଧନ ଓ ସୁଖ ସହିତ ଜଡ଼ିତ କ୍ଷେତ୍ରରେ ସଫଳତା ଦେବେ।

ମଈ 2025 ପରେ ଗୁରୁ ଗ୍ରହ ଆପଣଙ୍କର ନବମ ଘରେ ଉପସ୍ଥିତ ରହିବେ। ସେ ଆପଣଙ୍କୁ ଭଲ ଧନ ଅର୍ଜନ କରିବା ସହିତ ଉନ୍ନତିର ସୁଯୋଗ ମଧ୍ୟ ଦେବେ। ଏହି ସମୟରେ ଆପଣ ପର୍ଯ୍ୟାପ୍ତ ମାତ୍ରାରେ ସଞ୍ଚୟ କରିବାରେ ସକ୍ଷମ ହେବେ। କିନ୍ତୁ, ଅପ୍ରିଲ 2025 ପୂର୍ବରୁ ବୃହସ୍ପତି ମହାରାଜ ଆପଣଙ୍କର ଅଷ୍ଟମ ଘରେ ରହିବେ ଓ ଏହା ଆପଣଙ୍କ ପାଇଁ ଅନୁକୂଳ କୁହାଯାଇ ପାରିବ ନାହିଁ କାରଣ ଏହି ଅବଧିରେ ଆପଣ ଧନ ରୋଜଗାର କରିବେ, କିନ୍ତୁ ସଞ୍ଚୟ କରିପାରିବେ ନାହିଁ।

ଏହି ତୁଳା ବାର୍ଷିକ ରାଶିଫଳ 2025 ସାମାନ୍ଯକୃତ ଭବିଷ୍ୟବାଣୀ ଅଟେ, କିନ୍ତୁ କୁଣ୍ଡଳୀ ଉପରେ ଆଧାର କରି ତୁଳା ରାଶି ଲୋକଙ୍କୁ ଅଳ୍ପ ପରିଣାମରେ ଭଲ ଫଳ ମିଳିପାରେ।

ଚାଲନ୍ତୁ ଏବେ ଆଗକୁ ବଢ଼ିବା ଓ ତୁଳା ବାର୍ଷିକ ରାଶିଫଳ ମାଧ୍ୟମରୁ ଜାଣିବା ତୁଳା ରାଶି ଲୋକଙ୍କ ପାଇଁ ଆସନ୍ତା ବର୍ଷ 2025 କ’ଣ ପରିବର୍ତ୍ତନ ଆଣିବ?

ଆଷ୍ଟ୍ରୋବାର୍ତ୍ତା : ଆମର ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ପାଆନ୍ତୁ ସମସ୍ତ ସମସ୍ୟାର ସମାଧାନ।

ତୁଳା ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: କ୍ୟାରୀଅର

ତୁଳା ବାର୍ଷିକ ରାଶିଫଳ ଅନୁସାରେ, ବର୍ଷ 2025ରେ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ତୁଳା ରାଶି ଲୋକଙ୍କ କ୍ୟାରୀଅରର କାରକ ଗ୍ରହ ଶନି ଦେବ ଆପଣଙ୍କର ପଞ୍ଚମ ଘରେ ରହିବେ। ଏହା ପରେ ସେ ଆପଣଙ୍କର ଷଷ୍ଠ ଘରେ ଗୋଚର କରିବେ। ଆପଣଙ୍କୁ କହି ଦେଉଛୁ ଯେ ଶନି ତୁଳା ରାଶି ପାଇଁ ଶୁଭ ଗ୍ରହ ଓ ଆପଣ ଯାହା କାମ କରିବେ,ସେଥିରେ ଆପଣଙ୍କୁ ଭଲ ପରିଣାମ ପ୍ରାପ୍ତ ହେବ। ଆପଣା ସୁରକ୍ଷିତ ଓ ସନ୍ତୁଷ୍ଟ ଅନୁଭବ କରିବେ। ଏହି ସମୟରେ ପ୍ରୋମୋସନ ଓ ଇନଶେନଟିଭ୍ ରୂପରେ ସଫଳତା ମିଳିବ ଯାହା କାମ ପ୍ରତି ଆପଣଙ୍କର ସମର୍ପଣ ଓ କଠିନ ପରିଶ୍ରମର ଫଳ ହେବ। ଆପଣ ଭଲ କାମ ଦ୍ବାରା କାର୍ଯ୍ୟକ୍ଷେତ୍ରରେ ନିଜର ଏକ ପରିଚୟ ସୃଷ୍ଟି କରିବାରେ ସଫଳ ହେବେ।

ତୁଳା ରାଶି ଲୋକଙ୍କ ଦ୍ବାରା କାମରେ କରାଯାଇଥିବା ପରିଶ୍ରମ ଦ୍ବାରା ବରିଷ୍ଠଙ୍କର ଦୃଷ୍ଟିରେ ନିଜର ସ୍ଥାନ ସୃଷ୍ଟି କରିପାରିବେ। ଆପଣ ପ୍ରସନ୍ନ ରହିବେ ଓ ସମସ୍ତ କାମ ଆପଣ ବୃତ୍ତିଗତ ଢଙ୍ଗରେ କରିବେ।

ତୁଳା ବାର୍ଷିକ ରାଶିଫଳ କହୁଛି ଯେ ଏହି ସମୟରେ ଚକିରୀର ଭଲ ସୁଯୋଗ ମିଳିବ। ସାଙ୍ଗରେ ବିଦେଶରୁ ଚାକିରି ସୁଯୋଗ ମିଳିବାର ଯୋଗ ତିଆରି ହେବ ଓ ଏହି ପ୍ରକାର ନିଜର କ୍ଷମତା ଜାଣିପାରିବେ ଓ ଏହାକୁ ସଠିକ ଦିଗରେ ବ୍ୟବହାର କରିବାରେ ସକ୍ଷମ ହେବେ।

ଯେଉଁ ଲୋକମାନଙ୍କର ନିଜର ବ୍ୟବସାୟ ଅଛି, ସେମାନେ ଅଧିକ ପରିଶ୍ରମ ଓ ଚେଷ୍ଟା ବିନା ଭଲ ପଇସା ରୋଜଗାର କରିପାରିବେ। ଏହା ଏଠିପାଇଁ ହେବ କାରଣ ଶନି ଆପଣଙ୍କ ପାଇଁ ଶୁଭ ବିବେଚନା କରାଯାଏ ଯିଏ ଆପଣଙ୍କର ରାଶିର ଷଷ୍ଠ ଘରେ ବିରାଜମାନ ଅଛନ୍ତି।

ଯଦି ଆପଣ ପାର୍ଟନର୍ଶିପରେ ବ୍ୟବସାୟ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣା ସହଜରେ ସଫଳତା ପ୍ରାପ୍ତ କରିପାରିବେ ଓ ଭଲ ଲାଭ କରିବେ। ଆପଣ ଓ ଆପଣଙ୍କର ପାର୍ଟନର ସଫଳତାର ଆନନ୍ଦ ଉଠେଇବେ।

ଶନି ଗ୍ରହ 13 ଜୁଲାଇ 2025 ରୁ 28 ନଭେମ୍ବର 2025 ଅବଧିରେ ବକ୍ରୀ ହେବେ। ଏହଇ, କାରଣରୁ ଆପଣଙ୍କୁ କ୍ୟାରୀଅର କ୍ଷେତ୍ରରେ ହାରାହାରି ପରିଣାମ ପ୍ରାପ୍ତ ହେବ ଓ ଆପଣଙ୍କର କ୍ୟାରୀଅରରେ ଉନ୍ନତିର ଗତି ଧୀର ହେବ। ଯେତେବେଳେ ଶନି ଗ୍ରହ ବକ୍ରୀ ଅବସ୍ଥାରେ ଥିବେ, ସେହି ସମୟରେ ଆପଣଙ୍କ ଚାକିରିରେ କାମର ଚାପ ବଢ଼ିବ।

ତୁଳା ବାର୍ଷିକ ରାଶିଫଳ ଅନୁସାରେ, ଯେଉଁ ଲୋକମାନଙ୍କର ନିଜର ବ୍ୟବସାୟ ଅଛି, ଏହି ଅବଧି କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବା କିମ୍ବା ଆଗକୁ ବଢ଼ିବା ପାଇଁ ଭଲ ନୁହେଁ। କିନ୍ତୁ, 22 ଫେବ୍ରୁୟାରୀ 2025 ରୁ 31 ମାର୍ଚ୍ଚ 2025 ଅବଧିରେ ତୁଳା ରାଶିର ଲୋକଙ୍କୁ କ୍ୟାରୀଅର ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି କାରଣ ଉପରେ ଦିଆଯାଇଥିବା ଅବଧିରେ ଭଲ ପରିଣାମ ପ୍ରାପ୍ତ ହେବା କଷ୍ଟକର ହେବ।

ତୁଳା ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ଆର୍ଥିକ ଜୀବନ

ତୁଳା ବାର୍ଷିକ ରାଶିଫଳ କହୁଛି ଯେ ବର୍ଷ 2025ରେ ମଈ ମାସରୁ ତୁଳା ରାଶି ଲୋକଙ୍କ ପାଇଁ ଧନର ପ୍ରବାହ ସୁଗମ ରହିବ। ଆପଣ ଧନ ରୋଜଗାର କରିବା ସହିତ ସଞ୍ଚୟ କରିପାରିବେ।

ଅପ୍ରିଲ 2025 ପର୍ଯ୍ୟନ୍ତ ଏହି ଲୋକଙ୍କୁ ଜୀବନର ବିଭିନ୍ନ କ୍ଷେତ୍ରରେ ମିଶାମିଶି ପରିଣାମ ମିଳିବ୍ କାରଣ ଗୁରୁ ମହାରାଜ ଆପଣଙ୍କର ଅଷ୍ଟମ ଘରେ ରହିବେ। ବୃହସ୍ପତିଙ୍କର ଏହି ସ୍ଥିତି ଯୋଗୁଁ ଆପଣ ଅଧିକ ପଇସା ରୋଜଗାର କରିବାରେ ଅସଫଳ ରହିବେ। ଏହା ବ୍ୟତୀତ, ଯେତେବେଳେ ମାର୍ଚ୍ଚ 2025ରେ ଶନି ଦେବ ଆପଣଙ୍କର ଷଷ୍ଠ ଘରେ ଗୋଚର କରିବେ, ଆପଣ ପର୍ଯ୍ୟାପ୍ତ ମାତ୍ରାରେ ଧଂ ରୋଜଗାର କରିବା ସହିତ ସଫଳତା ପାଇବେ। ଏହି ଲୋକଙ୍କୁ ପୈତୃକ ସମ୍ପତି ମାଧ୍ୟମରୁ ଲାଭ ପ୍ରାପ୍ତ ହେବ ଯାହା ମାଧ୍ୟମରୁ ସଫଳତା ପ୍ରାପ୍ତ ହେବ।

ଛାୟା ଗ୍ରହ ରୂପରେ ରାହୁ ଆପଣଙ୍କର ପଞ୍ଚମ ଗହରେ ଓ କେତୁ ଆପଣଙ୍କର ଏକାଦଶ ଘରେ ଉପସ୍ଥିତ ରହିବେ ଯାହା ଆପଣଙ୍କୁ ଧନ ପ୍ରାପ୍ତ କରିବାରେ ସାହାଜ୍ୟ କରିବେ। ଏହାର ପରିଣାମସ୍ବରୂପ ଆପଣ ନିଜର ଆର୍ଥିକ ସ୍ଥିତିକୁ ଦୃଢ଼ ରଖିବାକୁ ସଫଳ ରହିବେ। ତୁଳା ବାର୍ଷିକ ରାଶିଫଳ 2025 ଅନୁସାରେ, ପଞ୍ଚମ ଘରେ ରାହୁଙ୍କର ଥିବା ଯୋଗୁଁ ଏହି ଲୋକଙ୍କର ରୁଚି ବେଟିଂ ପ୍ରତି ବଢ଼ିପାରେ ଯାହା ମାଧ୍ୟମରେ ଆପଣଙ୍କୁ ଲାଭ ହେବାର ସମ୍ଭାବନା ଅଛି।

ମଈ 2025 ରୁ ଗୁରୁ ଗ୍ରହ ଆପଣଙ୍କର ନବମ ଘରେ ବସିବେ ଓ ଆପଣା ଅଧିକ ରୁ ଅଧିକ ପଇସା ରୋଜଗାର କରିବା ସହିତ ସଞ୍ଚୟ କରିପାରିବେ। ସାଙ୍ଗରେ ଗୁରୁ ଗ୍ରହଙ୍କର ଆଶୀର୍ବାଦ ଆପଣଙ୍କର ରାଶି ଉପରେ ରହିବ ଯାହାର ଫଳସ୍ବରୂପ ଆପଣ ଆୟରେ ବୃଦ୍ଧି ଦେଖିବେ।

ଆପଣ ଓ ଆପଣଙ୍କ ଜୀବନସାଥୀର ନାମ ଦ୍ବାରା କେତୋଟି ଗୁଣ ମିଶୁଛି? ଜାଣିବା ପାଇଁ ବେ କ୍ଲିକ କରନ୍ତୁ, ନାମ ଦ୍ବାରା କୁଣ୍ଡଳୀ ମିଳନ

ତୁଳା ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ଶିକ୍ଷା

ତୁଳା ବାର୍ଷିକ ରାଶିଫଳ ଭବିଷ୍ୟବାଣୀ କରୁଛି ଯେ ବର୍ଷ 2025ରେ ଅପ୍ରିଲ ମାସ ପର୍ଯ୍ୟନ୍ତ ସମୟ ତୁଳା ରାଶିର ଛାତ୍ରଙ୍କ ପାଇଁ ହାରାହାରି ରହିବ କାରଣ ବୃହସ୍ପତି ଆପଣଙ୍କର ଅଷ୍ଟମ ଘରେ ରହିବେ। ଯେବେ ମଈ 2025 ପରେ ବୃହସ୍ପତି ଆପଣଙ୍କର ନବମ ଘରେ ରହିବେ, ସେହି ସମୟରେ ସେ ଆପଣଙ୍କୁ ପାଠ ପଢ଼ାରେ ସଫଳତାର ମାର୍ଗରେ ନେବେ।

ଫେବ୍ରୁୟାରୀ 2025 ପର୍ଯ୍ୟନ୍ତ ଶନି ଦେବ ଆପଣଙ୍କର ପଞ୍ଚମ ଘରେ ବସିବେ ଓ ଏହା ପରେ, ମାର୍ଚ୍ଚ ମାସରୁ ଚନ୍ଦ୍ର ରାଶିର ଭାଗ୍ୟ ଘରେ- ଷଷ୍ଠ ଘରେ ବିରାଜମାନ ହେବେ। ଶନିଙ୍କର ଷଷ୍ଠ ଘରେ ଥିବା ଯୋଗୁଁ ଛାତ୍ରଙ୍କ ପ୍ରଦର୍ଶନ ଶିକ୍ଷାରେ ଭଲ ରହିବ ଓ ଆପଣ ନିଜର ବିଷୟରେ ଉତ୍କୃଷ୍ଟତା ହାସଲ କରିବେ।

ତୁଳା ବାର୍ଷିକ ରାଶିଫଳ କହୁଛି ଯେ ଶନି ମହାରାଜ ପଞ୍ଚମ ଘରର ସ୍ବାମୀ ରୂପରେ ଆପଣଙ୍କର ଷଷ୍ଠ ଘରେ ରହିବେ ଯାହା ଆପଣଙ୍କୁ ସାହସରେ ଭରି ଦେବେ ଓ ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରଦାନ କରିବେ।

ଛାୟା ଗ୍ରହ ରୂପରେ ରାହୁ ଓ କେତୁ ଆପଣଙ୍କର ପଞ୍ଚମ ଏବଂ ଏକାଦଶ ଘରେ ରହିବେ। କେତୁ ଦେବଙ୍କର ଏହି ସ୍ଥିତି ଯୋଗୁଁ ଆପଣ ନିଜର ପାଠ ପଢ଼ାରେ ଭଲ ପ୍ରଦର୍ଶନ କରିବେ। ଏପରି ସ୍ଥିତିରେ ଏହି ଲୋକମାନେ ନିଜର ବୁଦ୍ଧିକୁ ତୀବ୍ର କରିବାରେ ସକ୍ଷମ ହେବେ ଯାହା ଶିକ୍ଷା କ୍ଷେତ୍ରରେ ଆପଣଙ୍କର ପ୍ରୟାସ ଯୋଗୁଁ ସମ୍ଭବ ହେବ।

ତୁଳା ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ପାରିବାରିକ ଜୀବନ

ତୁଳା ବାର୍ଷିକ ରାଶିଫଳ କହୁଛି ଯେ ବର୍ଷ 2025ରେ ମଈ ମାସରୁ ତୁଳା ରାଶି ଲୋକଙ୍କର ପାରିବାରିକ ଜୀବନ ଭଲ ରହିବ କାରଣ ଏହି ଅବଧିରେ ଆପଣଙ୍କର ନବମ ଘରେ ହେବାକୁ ଥିବା ଗୁରୁ ଗ୍ରହଙ୍କର ଗୋଚର ଉତ୍ତମ ରହିବ। ଅପ୍ରିଲ 2025 ପର୍ଯ୍ୟନ୍ତ ବୃହସ୍ପତି ଦେବ ଆପଣଙ୍କର ଅଷ୍ଟମ ଘରେ ରହିବେ ଯାହା ଫଳରେ ଆପଣଙ୍କୁ ପରିବାର ସଦସ୍ୟଙ୍କ ଅହଂକାର ସହିତ ଜଡ଼ିତ ସମସ୍ଯାର ସାମ୍ନା କରିବାକୁ ପଡ଼ିବ।

ମାର୍ଚ 2025 ରୁ ଶନି ଦେବ ଆପଣଙ୍କର ଷଷ୍ଠ ଘରେ ରହିବେ ଯାହା ପାରିବାରିକ ଜୀବନରେ ଅନୁକୂଳ ପରିଣାମ ଦେବେ।

ଶୁକ୍ର ଗ୍ରହ ଆପଣଙ୍କର ରାଶିର ସ୍ବାମୀ ରୂପରେ 29 ଜୁନ ରୁ 26 ଜୁଲାଇ 2025 ଓ 20 ନଭେମ୍ବର 2025 ରୁ 26 ନଭେମ୍ବର 2025 ପର୍ଯ୍ୟନ୍ତ ଆପଣଙ୍କର ପରିବାରରେ ଖୁସି ଆଣିବେ ଓ ସେ ଆପଣଙ୍କୁ ଏହି ସମ୍ବନ୍ଧରେ ଅନୁକୂଳ ପରିଣାମ ଦେବେ। ଆପଣ ପରିବାରରେ ଉଚ୍ଚ ମୂଲ୍ୟ ରଖିବାରେ ସକ୍ଷମ ହେବେ।

ଆଜି ଚନ୍ଦ୍ର କେତେବେଳେ ବାହାରିବେ? ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ।

ତୁଳା ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ପ୍ରେମ ଏବଂ ବୈବାହିକ ଜୀବନ

ତୁଳା ବାର୍ଷିକ ରାଶିଫଳ ଅନୁସାରେ, ଆସନ୍ତା ବର୍ଷ ତୁଳା ରାଶି ଲୋକମାନେ ଯିଏ ବିବାହ କରିବାକୁ ଭାବୁଛନ୍ତି ସେମାନଙ୍କ ପାଇଁ ଅପ୍ରିଲ 2025 ପରେ ସମୟ ଉତ୍ତମ ରହିବ କାରଣ ଏହି ଅବଧିରେ ଗୁରୁ ଗ୍ରହ ଆପଣଙ୍କର ଚନ୍ଦ୍ର ରାଶିର ନବମ ଘରେ ରହିବେ। ଯଦି ଆପଣା ପ୍ରଥମରୁ ବିବାହିତ, ତେବେ ମଈ 2025 ପରେ ଆପଣଙ୍କର୍ ବୈବାହିକ ଜୀବନ ଉତ୍ତମ ରହିବ। କିନ୍ତୁ ଅପ୍ରିଲ 2025 ରୁ ଆପଣଙ୍କୁ ସାଥି ସହିତ ଉତ୍ଥାନ-ପତନ ସାମ୍ନା କରିବାକୁ ପଡ଼ିବ। କିନ୍ତୁ ମଈ ପରେ ଆପଣଙ୍କର ପ୍ରେମ ଜୀବନ ପ୍ରେମରେ ପୂର୍ଣ ରହିବ।

ଶନି ଦେବ ଆପଣଙ୍କର ପଞ୍ଚମ ଘରର ମଧ୍ୟ ସ୍ବାମୀ ସେଥିପାଇଁ ବର୍ଷ 2025 ଆପଣଙ୍କର ପ୍ରେମ ଜୀବନ ପାଇଁ ଭଲ ରହିବ। ଏପରି ସ୍ଥିତିରେ ଆପଣଙ୍କର ସମ୍ପର୍କରେ ପ୍ରେମ ବଢ଼ିବ।

ଛାୟା ଗ୍ରହ କେତୁ ଆପଣଙ୍କର ଏକାଦଶ ଘରେ ଓ ରାହୁ ଆପଣଙ୍କର ପଞ୍ଚମ ଘରେ ରହିବେ। ଏମାନଙ୍କର ଏହି ସ୍ଥିତି ବର୍ଷ 2025 ରେ ଆପଣଙ୍କର ପ୍ରେମ ଜୀବନ ଓ ବୈବାହିକ ଜୀବନକୁ ଦୃଢ଼ କରିବ। ତୁଳା ବାର୍ଷିକ ରାଶିଫଳ 2025 ଅନୁଯାୟୀ ଏହି ସମୟରେ ଆପଣ ପାର୍ଟନରର ଭାବନାକୁ ବୁଝିବାକୁ ସକ୍ଷମ ହେବେ ଯାହା ଫଳରେ ପ୍ରେମ ବୃଦ୍ଧି ପାଇବ।

ଏଠାରେ କ୍ଲିକ କରି ମାଗଣାରେ କରାନ୍ତୁ, ନାମ ଦ୍ବାରା କୁଣ୍ଡଳୀ ମିଳନ !

ତୁଳା ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ସ୍ବାସ୍ଥ୍ୟ

ତୁଳା ବାର୍ଷିକ ରାଶିଫଳ କହୁଛି ଯେ ଆସନ୍ତା ବର୍ଷ ମାର୍ଚ୍ଚ ମାସରୁ ଶନି ଦେବଙ୍କର ଷଷ୍ଠ ଘରେ ସ୍ଥିତି ଆପଣଙ୍କର ସ୍ବାସ୍ଥ୍ୟକୁ ଭଲ ରଖିବ। ଏହା ବ୍ୟତୀତ ମଈ 2025 ରୁ ଗୁରୁ ମହାରାଜଙ୍କର ନବମ ଘରେ ସ୍ଥିତି ଆପଣଙ୍କର ସ୍ବାସ୍ଥ୍ୟକୁ ଭଲ ରଖିବ।

ପଞ୍ଚମ ଘରେ ରାହୁ ଓ ଏକାଦଶ ଘରେ କେତୁ ଥିବାରୁ ଆପଣଙ୍କର ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିବ। ଏହା ବ୍ୟତୀତ, ନବମ ଗହରେ ଗୁରୁ ଗ୍ରହଙ୍କର ଉପସ୍ଥିତି ଆପଣଙ୍କର ସ୍ବାସ୍ଥ୍ୟ ଭଲ ରଖିବ ଓ ଆପଣଙ୍କର ଆତ୍ମବିଶ୍ଵାସ ବଢ଼ିବ। କିନ୍ତୁ ଅପ୍ରିଲ 2025 ପୂର୍ବରୁ ଆପଣଙ୍କୁ ଗଳା ଓ ଚରମ ସମ୍ବନ୍ଧିତ ସମସ୍ଯା ହୋଇପାରେ।

ପ୍ରଭାବଶାଳୀ ପ୍ରତିକାର

  • ପ୍ରତିଦିନ ଦୂର୍ଗା ଚାଳିଶା ପାଠ କରନ୍ତୁ।
  • ଶନିବାର ଦିନ ରାହୁ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
  • ଗୁରୁବାର ଦିନ ଗୁରୁ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।

ନିଜର ରାଶି ଅନୁସାରେ ପଢ଼ନ୍ତୁ, ସବୁଠାରୁ ସଠିକ ଆପଣଙ୍କର ଆଜିର ରାଶିଫଳ

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ମାଈକୁଣ୍ଡଳୀ ସହିତ ଜଡ଼ିତ ଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ!

ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

ପ୍ରଶ୍ନ 1. ତୁଳା ରାଶି ପାଇଁ 2025 କିପରି ରହିବ?

ଉତ୍ତର 1. ବର୍ଷ 2025 ରେ ତୁଳା ରାଶି ଲୋକଙ୍କୁ ଶନି ଦେବ କ୍ୟାରୀଅରରେ ଭଲ ପରିଣାମ ଦେବେ।

ପ୍ରଶ୍ନ 2. ତୁଳା ରାଶି ପାଇଁ କେଉଁ ଗ୍ରହ ଶୁଭ?

ଉତ୍ତର 2. ତୁଳା ରାଶି ଲୋକଙ୍କ ପାଇଁ ଶୁକ୍ରଙ୍କର ପୂଜା କରିବା ଫଳଦାୟୀ ହୋଇଥାଏ।

ପ୍ରଶ୍ନ 3. କ’ଣ ବର୍ଷ 2025 ତୁଳା ରାଶି ପାଇଁ ଭାଗ୍ୟଶାଳୀ ରହିବ?

ଉତ୍ତର 3. ତୁଳା ରାଶି ଲୋକଙ୍କ ପାଇଁ ବର୍ଷ 2025 ଆର୍ଥିକ ରୂପରେ ସଫଳ ରହିବ।

ପ୍ରଶ୍ନ 4. ତୁଳା ରାଶି ଲୋକଙ୍କୁ ଧନ ପ୍ରାପ୍ତି ପାଇଁ କ’ଣ କରିବା ଉଚିତ?

ଉତ୍ତର 4. ତୁଳା ରାଶି ଲୋକଙ୍କୁ ଧନ ପ୍ରାପ୍ତ କରିବା ପାଇଁ ମାତା ଲକ୍ଷ୍ମୀଙ୍କର ପୂଜା କରିବା ଉଚିତ।