Personalized
Horoscope

ବିଛା ବାର୍ଷିକ ରାଶିଫଳ 2025

ଏହି ବର୍ଷ ପାଇଁ ବିଛା ବାର୍ଷିକ ରାଶିଫଳ 2025 ବିଶେଷ ରୂପରେ ବିଛା ରାଶି ଲୋକଙ୍କ ପାଇଁ ତିଆରି କରାଯାଇଛି। ଏହି ଭବିଷ୍ୟଫଳ ମାଧ୍ୟମରୁ ଆପଣଙ୍କୁ ଜୀବନର ବିଭିନ୍ନ କ୍ଷେତ୍ର ଯେପରି କି ଆର୍ଥିକ ଜୀବନ, କ୍ୟାରୀଅର, ପ୍ରେମ, ବିବାହ, ପରିବାର, ସ୍ବାସ୍ଥ୍ୟ, ବ୍ୟବସାୟ ଇତ୍ୟାଦି ବିଷୟରେ ବିସ୍ତୃତ ଭାବରେ ସୂଚନା ପ୍ରାପ୍ତ ହେବ ଯାହା ବୈଦିକ ଶାସ୍ତ୍ର ଉପରେ ଆଧାରିତ। ଏବେ ଆମେ ଡେରି ନ କରି ଆଗକୁ ବଢ଼ିବା ଓ ଜାଣିବା ବିଛା ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ 2025 କ’ଣ ରଖିଛି।

ବିଛା ବାର୍ଷିକ ରାଶିଫଳ 2025

Read in English - Scorpio Yearly Horoscope 2025

ବୈଦିକ ଜ୍ୟୋତିଶାସ୍ତ୍ର ଅନୁସାରେ ରାଶି ଚକ୍ରର ଅଷ୍ଟମ ରାଶି ହେଉଛି ବିଛା ରାଶି ଯାହା ଜଳ ତତ୍ଵର ରାଶି। ଏହି ରାଶି ଉପରେ ସାହସ ଓ ଦୃଢ଼ତାର କାରକ ଗ୍ରହ ମଙ୍ଗଳଙ୍କର ସ୍ଵାମିତ୍ଵ ଅଛି। ବିଛା ରାଶିର ସମ୍ବନ୍ଧ ଗୁଢ଼ ବିଜ୍ଞାନ ସହିତ ମଧ୍ୟ ଅଛି। ବର୍ଷ 2025 ର ପ୍ରଥମ ଭାଗ ଯାହାକି ମାର୍ଚ 2025 ପର୍ଯ୍ୟନ୍ତ ସମୟ ଆପଣଙ୍କୁ ହରହାରି ପରିଣାମ ଦେବ କାରଣ ଶନି ମହାରାଜ ଆପଣଙ୍କର୍ ଚତୁର୍ଥ ଘରେ ରହିବେ। କିନ୍ତୁ 29 ମାର୍ଚ୍ଚ 2025 ରୁ ଶନି ଗ୍ରହ ଗୋଚର କରି ଆପଣଙ୍କର ପଞ୍ଚମ ଘରକୁ ଯିବେ ଓ ତାଙ୍କର ସ୍ଥିତି ସନ୍ତୁଷ୍ଟି ଓ ଉନ୍ନତି ଦୃଷ୍ଟିରୁ ବହୁତ ଭଲ ହେବ। ବିଛା ରାଶି ଲୋକଙ୍କର ଆସନ୍ତା ବର୍ଷ 2025ରେ କ୍ୟାରୀଅର, ଆର୍ଥିକ ଜୀବନ, ପ୍ରେମ ଜୀବନ ଇତ୍ୟାଦି କ୍ଷେତ୍ରରେ ଅନୁକୂଳ ପରିଣାମ ପ୍ରାପ୍ତ ହେବ କାରଣ ଅପ୍ରିଲ 2025 ପର୍ଯ୍ୟନ୍ତ ଗୁରୁ ମହାରାଜଙ୍କର ସପ୍ତମ ଘରେ ସ୍ଥିତି ଶୁଭ କୁହଯାଏ। ଏହି ବର୍ଷର ପ୍ରଥମ ଚାରି ମାସ ଆପଣଙ୍କ ପାଇଁ ଉତ୍ତମ ରହିବ କାରଣ ଗୁରୁ ଦେବ ଆପଣଙ୍କର୍ ସପ୍ତମ ଘରେ ବସିବେ। ଏହି ଅବଧି ଭଲ ମାତ୍ରାରେ ଧନ ଲାଭ କରିବା ପାଇଁ ଫଳଦାୟୀ ରହିବ।

ବିଛା ବାର୍ଷିକ ରାଶିଫଳ କହୁଛି ଯେ ଆସନ୍ତା ବର୍ଷ ଅପ୍ରିଲ ପର୍ଯ୍ୟନ୍ତ ସମୟ ଧନ ବୃଦ୍ଧି କରିବା ପାଇଁ ଭଲ ହେବ। ସାଙ୍ଗରେ ଆପଣ ପଇସା ସଞ୍ଚୟ କରିବାରେ ସକ୍ଷମ ହେବେ। ଯଦି ଆପଣ ବ୍ୟବସାୟ କରୁକହନ୍ତି, ତେବେ ଅପ୍ରିଲ 2025 ପର୍ଯ୍ୟନ୍ତ ସମୟ ଆପଣଙ୍କ ପାଇଁ ଭଲ ରହିବ ଓ ଆପଣ ଭଲ ରିଟର୍ନ ପାଇବେ। ଯେଉଁମାନେ ଏକ ନୂଆ କ୍ଷେତ୍ରରେ ବ୍ୟବସାୟ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହି ଅବଧି ଶ୍ରେଷ୍ଠ ରହିବ। ଏହି ସମୟରେ କରାଯାଇଥିବା ବ୍ୟବସାୟ ଆପଣଙ୍କୁ ଭଲ ଲାଭ ଦେବ।

ଏହି ବିଛା ବାର୍ଷିକ ରାଶିଫଳ 2025 ସାମାନ୍ଯକୃତ ଭବିଷ୍ୟବାଣୀ ଅଟେ, କିନ୍ତୁ କୁଣ୍ଡଳୀ ଉପରେ ଆଧାର କରି ବିଛା ରାଶି ଲୋକଙ୍କୁ ଅଳ୍ପ ପରିଣାମରେ ଭଲ ଫଳ ମିଳିପାରେ।

ଚାଲନ୍ତୁ ଏବେ ଆଗକୁ ବଢ଼ିବା ଓ ବିଛା ବାର୍ଷିକ ରାଶିଫଳ ମାଧ୍ୟମରୁ ଜାଣିବା ବିଛା ରାଶି ଲୋକଙ୍କ ପାଇଁ ଆସନ୍ତା ବର୍ଷ 2025 କ’ଣ ପରିବର୍ତ୍ତନ ଆଣିବ?

ଆଷ୍ଟ୍ରୋବାର୍ତ୍ତା : ଆମର ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ପାଆନ୍ତୁ ସମସ୍ତ ସମସ୍ୟାର ସମାଧାନ।

ବିଛା ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: କ୍ୟାରୀଅର

ବିଛା ବାର୍ଷିକ ରାଶିଫଳ ଅନୁସାରେ ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଆପଣଙ୍କର କ୍ୟାରୀଅରର କାରକ ଗ୍ରହ ଶନି ଚତୁର୍ଥ ଘରେ ବିରାଜମାନ ହେବେ। ମାର୍ଚ୍ଚ 2025 ପରେ ଶନି ଗ୍ରହ ଗୋଚର କରି ଆପଣଙ୍କର ପଞ୍ଚମ ଘରେ ପ୍ରବେଶ କରିବେ ଓ ସେଠାରେ ଶନିଙ୍କର ସ୍ଥିତିକୁ ହାରାହାରି କୁହାଯିବ। ଏପରି ସ୍ଥିତିରେ ପୂର୍ବ ବର୍ଷ ତୁଳନାରେ ଶନି ଆପଣଙ୍କୁ ଭଲ ପରିଣାମ ପ୍ରଦାନ କରିବେ ଯାହା ଫଳରେ ଆପଣ ପ୍ରସନ୍ନ ଓ ସନ୍ତୁଷ୍ଟ ଦେଖାଯିବେ। ପଞ୍ଚମ ଘରେ ଶନିଙ୍କର ସ୍ଥିତି ଆପଣଙ୍କୁ ସୁସ୍ଥ ରଖିବ ଓ ଅଧିକ ଚିନ୍ତା କରିବାକୁ ବାଧ୍ୟ କରିବ।

ବର୍ଷ 2025 ରେ ଆପଣ ଜୌ କାର୍ଯ୍ୟ କରିବେ, ସେହି କାମରେ କରାଯାଇଥିବା ପରିଶ୍ରମକୁ ଆପଣଙ୍କର ବରିଷ୍ଠଙ୍କ ଦ୍ବାରା ପ୍ରଶଂସିତ କରାଯିବ। ସମ୍ଭାବନା ଅଛି ଯେ ଏହି ପ୍ରଶଂସା ଆପଣଙ୍କୁ ଡେରିରେ ମିଳିବ୍। ଏହି ଅବଧିରେ ଆପଣା ନିଜର କ୍ୟାରୀଅରକୁ ନେଇ ଚିନ୍ତିତ ରହିବେ।

ବିଛା ବାର୍ଷିକ ରାଶିଫଳ କହୁଛି ଯେ ଅପ୍ରିଲ 2025 ପର୍ଯ୍ୟନ୍ତ ଆପଣଙ୍କୁ ଚାକିରିର ନୂଆ ସୁଯୋଗ ମିଳିବ ଓ ଆପଣଙ୍କ ମଧ୍ୟରୁ କିଛି ଲୋକ ବିଦେଶରେ ଚାକିରିର ସୁଯୋଗ ପାଇବେ ଓ ଉନ୍ନତି କରିବେ। ବିଛା ରାଶି ଲୋକ ନିଜର ଯୋଗ୍ୟତା ଓ କ୍ଷମତାକୁ ଚିହ୍ନି ତାର ଠିକ ଉପଯୋଗ କରିବେ।

ଯେଉଁମାନଙ୍କର ନିଜର ବ୍ୟବସାୟ ଅଛି ସେମାନେ ଏହି ଅବଧିରେ ହାରାହାରି ପରିଣାମ ମିଳିବ୍ ଓ ଲାଭ ସୀମିତ ରହିବ। ଯଦି ଆପଣ ଲାଭ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ବ୍ୟବସାୟର ରଣନୀତି ବଦଳାଇବାକୁ ପଡ଼ିବ। ଅପ୍ରିଲ 2025 ପର୍ଯ୍ୟନ୍ତ ବ୍ୟବସାୟରେ ଆପଣଙ୍କର ସ୍ଥିତି ବହୁତ ଭଲ ରହିବ କାରଣ ଏହି ସମୟରେ ଗୁରୁ ଗ୍ରହ ଆପଣଙ୍କର ସପ୍ତମ ଘରେ ବସିବେ।

ଶନି ମହାରାଜ 13 ଜୁଲାଇ 2025 ରୁ 28 ନଭେମ୍ବର 2025ର ଅବଧିରେ ବକ୍ରୀ ହେବେ। ଏହି ଲୋକଙ୍କୁ କ୍ୟାରୀଅର କ୍ଷେତ୍ରରେ ହାରାହାରି ପରିଣାମ ପ୍ରାପ୍ତ ହେବାର ସମ୍ଭାବନା ଅଛି। ଏହାର ପରିଣାମସ୍ବରୂପ, ଆପଣଙ୍କର ପ୍ରଗତିର ଗତି ଧୀର ହେବାର ସମ୍ଭାବନା ଅଛି। ସାଙ୍ଗରେ, ଆପଣଙ୍କ ଉପରେ କାମର ଚାପ ବଢ଼ିବାର ଆଶଙ୍କା ଅଛି। ଯଦି ଆପଣ ବ୍ୟବସାୟ କରନ୍ତି ତେବେ ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କରିବା କିମ୍ବା ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଭଲ ହେବ ନାହିଁ। ଏହା ବ୍ୟତୀତ 22 ଫେବ୍ରୁୟାରୀ 2025 ରୁ 31 ମାର୍ଚ୍ଚ 2025 ସମୟରେ ଆପଣଙ୍କୁ କ୍ୟାରୀଅରରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ଅଛି କାରଣ ହୋଇପାରେ ଏହି ଅବଧିରେ ଉତ୍ତମ ପରିଣାମ ପାଇବା ସମ୍ଭବ ହୋଇ ନ ପାରେ।

ବିଛା ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ଆର୍ଥିକ ଜୀବନ

ବିଛା ରାଶିଫଳ 2025 କହୁଛି ଯେ ଆସନ୍ତା ବର୍ଷ ଅପ୍ରିଲ ମାସ ପର୍ଯ୍ୟନ୍ତ ବୃଷ ରାଶି ଲୋକଙ୍କର ପକ୍ଷରେ ପର୍ଯ୍ୟାପ୍ତ ଧନ ଆସିବ କାରଣ ଆପଣଙ୍କୁ ଅଧିକ ଧନ ଲାଭ ହେବ। ଆପଣ ସଞ୍ଚୟ ମଧ୍ୟ କରିପାରିବେ।

ଅପ୍ରିଲ 2025 ପର୍ଯ୍ୟନ୍ତ ବୃହସ୍ପତି ଦେବ ସପ୍ତମ ଘରେ ଥିବା ଯୋଗୁଁ ଆପଣଙ୍କୁ ସକାରାତ୍ମକ ଫଳ ପ୍ରାପ୍ତ ହେବ। ବୃହସ୍ପତି ମହାରାଜଙ୍କର ଏହି ସ୍ଥିତି ଯୋଗୁଁ ଆପଣ ଭଲ ଧନ ଅର୍ଜନ କରିବାକୁ ସକ୍ଷମ ହେବେ। କିନ୍ତୁ ଆପଣଙ୍କର ଖର୍ଚ୍ଚ ବଢ଼ିପାରେ ଯାହାଫଳରେ ଆପଣ ସଞ୍ଚୟ କରିପାରିବେ ନାହିଁ। ବିଛା ବାର୍ଷିକ ରାଶିଫଳ 2025 ଅନୁଯାୟୀ ମାର୍ଚ୍ଚ 2025ରୁ ଶନି ଆପଣଙ୍କର ପଞ୍ଚମ ଘରେ ବସିବେ ଓ ଆପଣ ଭବିଷ୍ୟ ପାଇଁ ଧନ ଲାଭ କରିବା ସହିତ ସଞ୍ଚୟ ମଧ୍ୟ କରିପାରିବେ।

ଛାୟା ଗ୍ରହ ରାହୁ ଆପଣଙ୍କର ଚତୁର୍ଥ ଘରେ ଓ କେତୁ ଆପଣଙ୍କର ଦଶମ ଘରେ ବସିବେ ସେଥିପାଇଁ ଆପଣ ଧନ ରୋଜଗାର କରିବାକୁ ସକ୍ଷମ ହେବେ। କିନ୍ତି ଏହି ସମୟରେ ଆପଣଙ୍କୁ ଅଧିକ ପଇସା ପରିବାର ଉପରେ ଖର୍ଚ୍ଚ କରିବାକୁ ପଡ଼ିବ।

ଗୁରୁ ଗ୍ରହ ଅପ୍ରିଲ 2025 ପର୍ଯ୍ୟନ୍ତ ଆପଣଙ୍କର ସପ୍ତମ ଘରେ ଉପସ୍ଥିତ ରହିବେ ଯାହା ଧନ ଅର୍ଜନ କରିବାକୁ ଓ ସଞ୍ଚୟ କରିବାକୁ ସୁଯୋଗ ଦେବେ। ଆପଣଙ୍କର ରାଶି ଉପରେ ବୃହସ୍ପତି ମହାରାଜ ଆଶୀର୍ବାଦ ରଖିବେ। ଆପଣଙ୍କର ଆତ୍ମବିଶ୍ଵାସ ଦୃଢ଼ ହେବ ଓ ପୂର୍ବ ଅବସ୍ଥା ତୁଳନାରେ ଆପଣ ଭଲଲେ ନିଜର ଆର୍ଥିକ ସ୍ଥିତି ସମ୍ଭାଳି ପାରିବେ।

ଆପଣ ଓ ଆପଣଙ୍କ ଜୀବନସାଥୀର ନାମ ଦ୍ବାରା କେତୋଟି ଗୁଣ ମିଶୁଛି? ଜାଣିବା ପାଇଁ ବେ କ୍ଲିକ କରନ୍ତୁ, ନାମ ଦ୍ବାରା କୁଣ୍ଡଳୀ ମିଳନ

ବିଛା ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ଶିକ୍ଷା

ବିଛା ବାର୍ଷିକ ରାଶିଫଳ କହୁଛି ଯେ 2025 ଅପ୍ରିଲ ମାସ ପର୍ଯ୍ୟନ୍ତ ସମୟ ବିଛା ରାଶି ଛାତ୍ରଛାତ୍ରୀଙ୍କ ଶିକ୍ଷା ଦୃଷ୍ଟିରୁ ଭଲ ରହିବ କାରଣ ଗୁରୁ ଗ୍ରହ ଅପନଙ୍କର ସପ୍ତମ ଘରେ ରହିବେ। ମଈ 2025 ପରେ ଗୁରୁ ଗ୍ରହ ଗୋଚର କରି ଆପଣଙ୍କର ଅଷ୍ଟମ ଘରେ ପ୍ରବେଶ କରିବେ ସେଥିପାଇଁ ଆପଣଙ୍କୁ ପଢ଼ାରେ ଧ୍ୟାନ ଦେବାକୁ ପରାମର୍ଶ ଦିଅଯାଇଛି।

ବର୍ଷ 2025 ରେ ଫେବ୍ରୁୟାରୀ ମାସ ପର୍ଯ୍ୟନ୍ତ ଶନି ଦେବ ଆପଣଙ୍କର ଚତୁର୍ଥ ଘରେ ବିରାଜମାନ ରହିବେ ଓ ଏହା ପରେ, ମାର୍ଚ ରୁ ସେ ଆପଣଙ୍କର ପଞ୍ଚମ ଘରେ ଉପସ୍ଥିତ ରହିବେ। ଚତୁର୍ଥ ଘରେ ଶନି ଥିବା ଯୋଗୁଁ ଶିକ୍ଷା କ୍ଷେତ୍ରରେ ଆପଣଙ୍କର ପ୍ରଗତିର ଗତି ଧୀର ରହିବାର ଆଶଙ୍କା ଅଛି। ସାଙ୍ଗରେ ଏକାଗ୍ରତା ମଧ୍ୟ ଦୁର୍ବଳ ହେବ।

ବିଛା ବାର୍ଷିକ ରାଶିଫଳ ଅନୁସାରେ ମାର୍ଚ୍ଚ 2025 ପରେ ଶନି ମହାରାଜ ଆପଣଙ୍କର ଚତୁର୍ଥ ଘରେ ସ୍ବାମୀ ରୂପରେ ଆପଣଙ୍କର ପଞ୍ଚମ ଘରେ ରହିବେ। ଏପରି ସ୍ଥିତିରେ ନୂଆ କ୍ଷେତ୍ରରେ ଉଚ୍ଚ ଶିକ୍ଷା ପ୍ରାପ୍ତ କରିବା ପାଇଁ ଆପଣଙ୍କର ରୁଚି ବଢ଼ିବ।

ଛାୟା ଗ୍ରହ ଆପଣଙ୍କର ଚତୁର୍ଥ ଘରେ ଓ କେତୁ ଆପଣଙ୍କର ଦଶମ ଘରେ ରହିବେ। ଏହି ଛାତ୍ରଙ୍କର ପ୍ରଦର୍ଶନ ଶିକ୍ଷା କ୍ଷେତ୍ରରେ ଭଲ ରହିବ। କେତୁଙ୍କର ଏହି ଘରେ ରହିବା ଯୋଗୁଁ ଆପଣଙ୍କର ରୁଚି ଅଧୀୟନରେ ବଢ଼ିବ।

ବିଛା ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ପାରିବାରିକ ଜୀବନ

ବିଛା ବାର୍ଷିକ ରାଶିଫଳ କହୁଛି ଯେ ଅପ୍ରିଲ 2025 ପର୍ଯ୍ୟନ୍ତ ସମୟ ବିଛା ରାଶିର ପାରିବାରିକ ଜୀବନ ପାଇଁ ଅନୁକୂଳ କୁହାଯିବ କାରଣ ବୃହସ୍ପତି ମହାରାଜ ଆପଣଙ୍କର ସପ୍ତମ ଘରେ ଭଲ ସ୍ଥିତିରେ ରହିବେ। ଆପଣଙ୍କର ପରିବାରରେ ପ୍ରେମ ଓ ସୌହାର୍ଦ ରହିବ। କିନ୍ତୁ ଯେବେ ଗୁରୁ ଗ୍ରହ ମଈ 2025 ପରେ ଗୋଚର କରିବେ ଆପଣଙ୍କର ଅଷ୍ଟମ ଘରେ ପ୍ରବେଶ କରିବେ, ସେତେବେଳେ ଆପଣଙ୍କର ପରିସ୍ଥିତି ବଦଳିବ। ଦ୍ବିତୀୟ ପଟେ ଏହି ଲୋକଙ୍କର ପରିବାର ଆଇନଗତ ବିବାଦ କିମ୍ବା ସମ୍ପତି ସହିତ ଜଡ଼ିତ ସମସ୍ଯାର ସାମ୍ନା କରିପାରନ୍ତି। ଏହାର ପରିଣାମସ୍ବରୂପ ଆପଣଙ୍କର୍ର ସମ୍ପର୍କ ପରିବାର ଲୋକଙ୍କ ସହିତ ଖରାପ ହୋଇପାରେ। ନିଜର ବାଣୀ ନିୟନ୍ତ୍ରଣରେ ରଖନ୍ତୁ, ଅନ୍ୟଥା ଅପଶବ୍ଦ କହିପରନ୍ତି।

ବିଛା ବାର୍ଷିକ ରାଶିଫଳ କହୁଛି ଯେ ଶନି ମହାରାଜ ଆପଣଙ୍କର ପଞ୍ଚମ ଘରେ ବସିବେ ଓ ପରିବାର ସହିତ ଜଡ଼ିତ ନିଷ୍ପତି ନେବାରେ ଆପଣା ଡେରି କରିଦେଇ ପାରନ୍ତି। ଏହାର ଫଳସ୍ବରୂପ, ଆପଣଙ୍କୁ ପାରିବାରିକ ଜୀବନରେ ଉତ୍ଥାନ-ପତନ ସାମ୍ନା କରିବାକୁ ପଡ଼ିପାରେ।

ଆଜି ଚନ୍ଦ୍ର କେତେବେଳେ ବାହାରିବେ? ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ।

ବିଛା ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ପ୍ରେମ ଏବଂ ବୈବାହିକ ଜୀବନ

ବିଛା ରାଶିଫଳ 2025 କହୁଛି ଯେ ବର୍ଷ 2025ରେ ଅପ୍ରିଲ ପର୍ଯ୍ୟନ୍ତ ସମୟ ସେହି ଲୋକଙ୍କ ପାଇଁ ଉତ୍ତମ ରହିବ ସେହିମାନଙ୍କ ପାଇଁ ଯେଉଁମାନେ ବିବାହ କରିବାକୁ ଚାହୁଁଛନ୍ତି। ଏହି ସମୟରେ ଗୁରୁ ଗ୍ରହ ଆପଣଙ୍କର ସପ୍ତମ ଘରେ ସ୍ଥିତ ରହିବେ ସେଥିପାଇଁ ଆପଣ ଏହି ଦିଗରେ ଆଗକୁ ବଢ଼ିପରିବେ। କିନ୍ତୁ ଯେଉଁମନେ ପ୍ରଥମରୁ ବିବାହିତ ସେମାନଙ୍କର ଅପ୍ରିଲ 2025 ପର୍ଯ୍ୟନ୍ତ ବୈବାହିକ ଜୀବନ ଭଲ ରହିବ। ମଈ 2025 ପରେ, ଆପଣଙ୍କୁ ପାର୍ଟନର ସହିତ ସମସ୍ଯା ହୋଇପାରେ। ଅପ୍ରିଲ ମାସ ପର୍ଯ୍ୟନ୍ତ ଆପଣଙ୍କର ପ୍ରେମ ଜୀବନ ଭଲ ରହିବ।

ଚତୁର୍ଥ ଘରର ସ୍ବାମୀ ରୂପରେ ଶନି ମହାରାଜ ପଞ୍ଚମ ଘରେ ରହିବା ଯୋଗୁଁ ଏହି ବର୍ଷ ଆପଣଙ୍କର ପ୍ରେମ ଓ ବୈବାହିକ ଜୀବନ ପାଇଁ ଅନୁକୂଳ ରହିବ। କିନ୍ତୁ, ମଈ 2025 ରୁ ରାହୁ ଚତୁର୍ଥ ଘରେ ରହିବେ ସେଥିପାଇଁ ସମ୍ପର୍କରେ ଅନୁଭବ ହୋଇପାରେ।

ବିଛା ବାର୍ଷିକ ରାଶିଫଳ ଅନୁସାରେ ଶୁଭ ଗ୍ରହ ରୂପରେ ଗୁରୁ ମହାରାଜଙ୍କର ସପ୍ତମ ଘରେ ସ୍ଥିତି ଆପଣଙ୍କୁ ଅପ୍ରିଲ 2025 ପର୍ଯ୍ୟନ୍ତ ବୈବାହିକ ଜୀବନରେ ଖୁସି ଓ ପ୍ରେମ ଭରିଦେବ। ଆପଣଙ୍କର ସମ୍ପର୍କ ସାଥି ସହିତ ମଧୁର ରହିବ, କିନ୍ତୁ ମଈ 2025 ପରେ ଆପଣଙ୍କୁ ସମ୍ପର୍କକୁ ନେଇ ସାବଧାନ ରହିବାକୁ ପଡ଼ିବ କାରଣ ବୃହସ୍ପତି ଆପଣଙ୍କର ଅଷ୍ଟମ ଘରେ ରହିବେ।

ଏଠାରେ କ୍ଲିକ କରି ମାଗଣାରେ କରାନ୍ତୁ, ନାମ ଦ୍ବାରା କୁଣ୍ଡଳୀ ମିଳନ !

ବିଛା ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ସ୍ବାସ୍ଥ୍ୟ

ବିଛା ରାଶି ବାର୍ଷିକ ରାଶିଫଳ 2025 ଅନୁସାରେ, ଆସନ୍ତା ବର୍ଷ ବିଛା ରାଶି ଲୋକଙ୍କ ସ୍ବାସ୍ଥ୍ୟ ଅପ୍ରିଲ ମାସ ପର୍ଯ୍ୟନ୍ତ ଭଲ ରହିବ କାରଣ ଗୁରୁ ଗ୍ରହ ଆପଣଙ୍କର ସପ୍ତମ ଘରେ ସ୍ଥିତ ରହିବେ। ଏହା ବ୍ୟତୀତ, ବିଛା ବାର୍ଷିକ ରାଶିଫଳ 2025 ଅନୁଯାୟୀ ମାର୍ଚ୍ଚ 2025ରୁ ଶନି ପଞ୍ଚମ ଘରେ ବସିବେ ଯେଉଁଥିପାଇଁ ଆପଣ ସତେଜ ରହିବେ।

ଛାୟା ଗ୍ରହ ରାହୁ ଆପଣଙ୍କର ଚତୁର୍ଥ ଘରେ ଓ କେତୁ ଦଶମ ଘରେ ରହିବେ ଓ ଏହାର ପରିଣାମସ୍ବରୂପ, ଆପଣଙ୍କର ସ୍ବାସ୍ଥ୍ୟ ହାରାହାରି ରହିବାର ଆଶଙ୍କା ଅଛି। କିନ୍ତୁ ଆପଣଙ୍କୁ ଗୋଡ଼ ଓ ଗଣ୍ଠିରେ ଦରଜ ହୋଇପାରେ।

ସପ୍ତମ ଘରେ ଗୁରୁ ଗ୍ରହଙ୍କର ଉପସ୍ଥିତି ଯୋଗୁଁ ଆପଣଙ୍କର ସ୍ବାସ୍ଥ୍ୟ ଉତ୍ତମ ରହିବ। ସାଙ୍ଗରେ ଆପଣ ଆତ୍ମବିଶ୍ଵାସରେ ଭରପୁର ରହିବେ। କିନ୍ତୁ ମଈ 2025ରେ ବୃହସ୍ପତି ଅଷ୍ଟମ ଘରେ ପ୍ରବେଶ କରିବେ ସେଥିପାଇଁ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇପାରେ ଯାହା ଆପଣଙ୍କର ଚିନ୍ତାର କାରଣ ହେବ।

ପ୍ରଭାବଶାଳୀ ପ୍ରତିକାର

  • ହନୁମାନଙ୍କର କୃପା ପାଇବା ପାଇଁ ହନୁମାନ ଚାଳିଶା ପ୍ରତିଦିନ ପାଠ କରନ୍ତୁ।
  • ଦେବୀ ଦୂର୍ଗାଙ୍କ ପାଇଁ ଶନିବାର ଦିନ ଯଜ୍ଞ କରନ୍ତୁ ।
  • ଶନିବାର ଦିନ ଶନି ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।

ନିଜର ରାଶି ଅନୁସାରେ ପଢ଼ନ୍ତୁ, ସବୁଠାରୁ ସଠିକ ଆପଣଙ୍କର ଆଜିର ରାଶିଫଳ

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ମାଈକୁଣ୍ଡଳୀ ସହିତ ଜଡ଼ିତ ଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ!

ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

ପ୍ରଶ୍ନ 1. 2025 ରେ ବିଛା ରାଶି ପାଇଁ କେଉଁ ସମୟ ଦୁର୍ବଳ ରହିବ?

ଉତ୍ତର 1. ଶନିଙ୍କର ବକ୍ରୀ ଅବସ୍ଥା ସମୟରେ ବିଛା ରାଶି ଲୋକଙ୍କୁ ହାରାହାରି ପରିଣାମ ମିଳିବ।

ପ୍ରଶ୍ନ 2. ବିଛା ରାଶି ଲୋକଙ୍କର ଚିନ୍ତା କେବେ ଦୂର ହେବ?

ଉତ୍ତର 2. ବିଛା ରାଶି ଲୋକଙ୍କର ଢୈୟା 29 ଅପ୍ରିଲ 2022 ରେ ଆରମ୍ଭ ହେବ ଓ 29 ମାର୍ଚ୍ଚ 2025ରେ ସମାପ୍ତ ହେବ। ପ୍ରଶ୍ନ 3. ବିଛା ରାଶି ଲୋକଙ୍କର 2025 ରେ ଆର୍ଥିକ ଜୀବନ କିପରି ରହିବ?

ଉତ୍ତର 3. ବିଛା ରାଶି ଲୋକଙ୍କ ପାଖରେ ଅପ୍ରିଲ 2025 ପର୍ଯ୍ୟନ୍ତ ଭଲ ଧନ ଆସିବ।

ପ୍ରଶ୍ନ 4. ବିଛା ରାଶି ଲୋକମାନେ କାହାର ପୂଜା କରିବା ଶୁଭ ଅଟେ?

ଉତ୍ତର 4. ଏହି ରାଶିର ଲୋକଙ୍କ ପାଇଁ ହନୁମାନଙ୍କର ପୂଜା କରିବା ସର୍ବଶ୍ରେଷ୍ଠ ଅଟେ।