Personalized
Horoscope

ଧନୁ ବାର୍ଷିକ ରାଶିଫଳ 2025

ଏହି ବର୍ଷ ପାଇଁ ଧନୁ ବାର୍ଷିକ ରାଶିଫଳ 2025 ବିଶେଷ ରୂପରେ ଧନୁ ରାଶି ଲୋକଙ୍କ ପାଇଁ ତିଆରି କରାଯାଇଛି। ଏହି ଭବିଷ୍ୟଫଳ ମାଧ୍ୟମରୁ ଆପଣଙ୍କୁ ଜୀବନର ବିଭିନ୍ନ କ୍ଷେତ୍ର ଯେପରି କି ଆର୍ଥିକ ଜୀବନ, କ୍ୟାରୀଅର, ପ୍ରେମ, ବିବାହ, ପରିବାର, ସ୍ବାସ୍ଥ୍ୟ, ବ୍ୟବସାୟ ଇତ୍ୟାଦି ବିଷୟରେ ବିସ୍ତୃତ ଭାବରେ ସୂଚନା ପ୍ରାପ୍ତ ହେବ ଯାହା ବୈଦିକ ଶାସ୍ତ୍ର ଉପରେ ଆଧାରିତ। ଏବେ ଆମେ ଡେରି ନ କରି ଆଗକୁ ବଢ଼ିବା ଓ ଜାଣିବା ଧନୁ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ 2025 କ’ଣ ରଖିଛି।

ଧନୁ ବାର୍ଷିକ ରାଶିଫଳ 2025

Read in English - Sagittarius Yearly Horoscope 2025

ବୈଦିକ ଜ୍ଯୋତିଷଶାସ୍ତ୍ର ଅନୁସାରେ, ରାଶି ଚକ୍ରରେ ଧନୁ ରାଶିକୁ ନବମ ସ୍ଥାନ ପ୍ରାପ୍ତ ହୋଇଛି ଯାହା କି ଅଗ୍ନି ତତ୍ଵର ରାଶି। ଏହି ରାଶିର ସ୍ବାମୀ ବିସ୍ତାରର କାରକ ଗ୍ରହ ବୃହସ୍ପତି ଅଟନ୍ତି ଓ ଏହା ଅଧ୍ୟାତ୍ମିକତାର ମଧ୍ୟ ପ୍ରତିନିଧିତ୍ବ କରନ୍ତି। ବର୍ଷ 2025 କ୍ୟାରୀଅର, ପ୍ରେମ ଓ ଆର୍ଥିକ ଯବାନ ଇତ୍ୟାଦିରେ ହାରାହାରି ପରିଣାମ ଆଣିବ କାରଣ ଅପ୍ରିଲ 2025 ପର୍ଯ୍ୟନ୍ତ ଗୁରୁ ଗ୍ରହ ଷଷ୍ଠ ଘରେ ଉପସ୍ଥିତ ରହିବେ। ମଈ 2025 ପରେ ସେ ଗୋଚର କରି ଆପଣଙ୍କର ସପ୍ତମ ଘରେ ପ୍ରବେଶ କରିବେ ଓ ତାଙ୍କର ଏହି ସ୍ଥିତି ଆପଣଙ୍କ ପାଇଁ ଶୁଭ ହେବ।

ଫେବ୍ରୁୟାରୀ 2025 ଶେଷ ପର୍ଯ୍ୟନ୍ତ ଶନି ଦେବ ଆପଣଙ୍କର ତୃତୀୟ ଘରେ ସ୍ଥିତ ରହିବେ ଯାହା ଆପଣଙ୍କ ପାଇଁ ସଫଳତା ଆଣିବେ। ମାର୍ଚ୍ଚ 2025 ଶେଷରେ ହେବାକୁ ଥିବା ଶନି ଗୋଚର ଚତୁର୍ଥ ଘରେ ହେବ ଓ ତାଙ୍କର ଏହି ସ୍ଥିତି ସମସ୍ଯା ସୃଷ୍ଟି କରିପାରେ। ଛାୟା ଗ୍ରହ ରାହୁଙ୍କର ଚତୁର୍ଥ ଘରେ ସ୍ଥିତି ଓ କେତୁଙ୍କର ଦଶମ ଘରେ ସ୍ଥିତି ଆପଣଙ୍କ ପାଇଁ ଅନୁକୂଳ କୁହାଯିବ ନାହିଁ।

ଧନୁ ବାର୍ଷିକ ରାଶିଫଳ ଅନୁସାରେ ଚତୁର୍ଥ ଘରେ ବସିଥିବା ଶନି ଗ୍ରହ ଓ ମଈ 2025 ପରେ ସପ୍ତମ ଘରେ ଗୁରୁ, 18 ମଈ ରୁ ରାହୁ ଓ କେତୁ ନବମ ଘରେ ବସି ଆପଣଙ୍କୁ ଭଲ ଖରାପ ଦୁଇଟି ପରିଣାମ ଦେବେ। ବର୍ଷର ଦ୍ଵିତୀୟ ଭାଗରେ- ମଈ ପରେ ସମୟ ଆପଣଙ୍କ ପାଇଁ ସୁଖମୟ ରହିବ କାରଣ ଆପଣଙ୍କର ରାଶିର ସ୍ବାମୀ ସପ୍ତମ ଘରେ ବିରାଜମାନ ହେବେ।

ଏହି ଧନୁ ବାର୍ଷିକ ରାଶିଫଳ 2025 ସାମାନ୍ଯକୃତ ଭବିଷ୍ୟବାଣୀ ଅଟେ, କିନ୍ତୁ କୁଣ୍ଡଳୀ ଉପରେ ଆଧାର କରି ଧନୁ ରାଶି ଲୋକଙ୍କୁ ଭିନ୍ନ ପରିଣାମ ମିଳିପାରେ।

ଚାଲନ୍ତୁ ଏବେ ଆଗକୁ ବଢ଼ିବା ଓ ଧନୁ ବାର୍ଷିକ ରାଶିଫଳ ମାଧ୍ୟମରୁ ଜାଣିବା ଧନୁ ରାଶି ଲୋକଙ୍କ ପାଇଁ ଆସନ୍ତା ବର୍ଷ କ’ଣ ପରିବର୍ତ୍ତନ ଆଣିବ?

ଆଷ୍ଟ୍ରୋବାର୍ତ୍ତା : ଆମର ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ପାଆନ୍ତୁ ସମସ୍ତ ସମସ୍ୟାର ସମାଧାନ।

ଧନୁ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: କ୍ୟାରୀଅର

ଧନୁ ବାର୍ଷିକ ରାଶିଫଳ ଭବିଷ୍ୟବାଣୀ କରୁଛି ଯେ ଫେବ୍ରୁୟାରୀ ମାସ ପର୍ଯ୍ୟନ୍ତ ସମୟ ଧନୁ ରାଶି ଲୋକଙ୍କ ପାଇଁ କ୍ୟାରୀଅର କ୍ଷେତ୍ରରେ ଅପାର ସଫଳତା ଆଣିବ କାରଣ ଶନି ଗ୍ରହ ଆପଣଙ୍କର ତୃତୀୟ ଘରେ ରହିବେ। ମାର୍ଚ୍ଚ 2025 ଶେଷରେ ହେବାକୁ ଥିବା ଶନି ଗୋଚର ଆପଣଙ୍କର ଚତୁର୍ଥ ଘରେ ହେବ ଓ ତାଙ୍କର ଏହି ସ୍ଥିତି ଢୈୟା ନିର୍ମାଣ କରିବ। ଏପରି ସ୍ଥିତିରେ, ଆପଣଙ୍କୁ କ୍ୟାରୀଅରରେ ସମସ୍ଯା ଓ ଚିନ୍ତା ସାମ୍ନା କରିବାକୁ ପଡ଼ିବ। ଆଶଙ୍କା ଅଛି କାମରେ କରାଯାଇଥିବା ପରିଶ୍ରମ ପାଇଁ ଆପଣଙ୍କୁ ପ୍ରଶଂସା ନ ମିଳିପାରେ ଯାହା ଚିନ୍ତାର ବିଷୟ ହେବ।

ଅପ୍ରିଲ 2025 ପର୍ଯ୍ୟନ୍ତ ସମୟ କ୍ୟାରୀଅର ସମ୍ବନ୍ଧରେ ଅସୁବିଧାପୂର୍ଣ ହୋଇପାରେ କାରଣ ଗୁରୁ ଗ୍ରହ ଆପଣଙ୍କର ଷଷ୍ଠ ଘରେ ରହିବେ। ଏହାର ପରିଣାମସ୍ବରୂପ, ଆପଣଙ୍କୁ ଚାକିରିରେ ପରିବର୍ତ୍ତନ କିମ୍ବା ଟ୍ରାନ୍ସଫର କରିବାକୁ ପଡ଼ିପାରେ। ରାହୁ ଓ କେତୁଙ୍କର ଆପଣଙ୍କର ତୃତୀୟ ଓ ନବମ ଘରେ ଉପସ୍ଥିତି କ୍ୟାରୀଅରରେ ଆପଣଙ୍କୁ ଭଲ ସଫଳତା ଦେବ। ସାଙ୍ଗରେ, ଆପଣଙ୍କୁ ଅନେକ ଭଲ ସୁଯୋଗ ପ୍ରାପ୍ତ ହେବ। ଯଦି ଆପଣଙ୍କର ନିଜର ବ୍ୟବସାୟ ଅଛି ତେବେ ଫେବ୍ରୁୟାରୀ 2025 ପର୍ଯ୍ୟନ୍ତ ଅବଧି ଆପଣଙ୍କ ପାଇଁ ଭଲ ରହିବ। ମାର୍ଚ୍ଚ 2025 ପରେ ଆପଣଙ୍କୁ ବ୍ୟବସାୟକୁ ନେଇ ନୂଆ ଯୋଜନା କରିବାକୁ ପଡ଼ିବ। ମଈ 2025 ପରେ ବୃହସ୍ପତି ଦେବ ଆପଣଙ୍କୁ ସକାରାତ୍ମକ ପରିଣାମ ଦେବା ଆରମ୍ଭ କରିବ।

ଧନୁ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ଆର୍ଥିକ ଜୀବନ

ଧନୁ ବାର୍ଷିକ ରାଶିଫଳ ଅନୁସାରେ ଆସନ୍ତା ବର୍ଷ ଧନୁ ରାଶି ଲୋକଙ୍କର ଆର୍ଥିକ ଜୀବନ ଅଧିକ ଭଲ ହେବ ନାହିଁ କାରଣ ଗୁରୁ ଦେବ ଆପଣଙ୍କର ଷଷ୍ଠ ଘରେ ବସିବେ। ଏପରି ସ୍ଥିତିରେ, ଆପଣଙ୍କର ଖର୍ଚ୍ଚ ବଢ଼ିପାରେ ଓ ସାଙ୍ଗରେ, ଆପଣଙ୍କର ଋଣ ଦ୍ଵିଗୁଣ ହୋଇପାରେ।

ମାର୍ଚ୍ଚ 2025 ଶେଷରେ ଶନି ଦେବ ଚତୁର୍ଥ ଘରେ ଗୋଚର କରିବେ। ଏହାର ପରିଣାମସ୍ବରୂପ ଆପଣଙ୍କର ଖର୍ଚ୍ଚ ବଢ଼ିବାର ଆଶଙ୍କା ଅଛି। ରାହୁ ଓ କେତୁ ଆପଣଙ୍କୁ ଆର୍ଥିକ ସ୍ଥିତିରେ ସାହାଜ୍ୟ କରିବେ।

ଅପ୍ରିଲ 2025 ପର୍ଯ୍ୟନ୍ତ ଧନୁ ରାଶି ଲୋକଙ୍କୁ ଖର୍ଚ୍ଚର ଯୋଜନା କରିବାକୁ ପଡ଼ିବ, ଅନ୍ୟଥା ଆପଣଙ୍କର ସୁଖ-ସୁବିଧାରେ ଅଭାବ ହୋଇପାରେ ଯାହା ଆପଣଙ୍କୁ ଋଣ ନେବାକୁ ବାଧ୍ୟ କରିପାରେ। ଧନୁ ବାର୍ଷିକ ରାଶିଫଳ 2025 ଅନୁଯାୟୀ ଏହି ଅବଧିରେ ଧନ ସହିତ ଜଡ଼ିତ ଯୋଜନା ତିଆରି କରିବା ପାଇଁ ପରାମର୍ଶ ଦିଆଯାଇଛି। ମଈ 2025 ରୁ ଗୁରୁ ମହାରାଜ ଆପଣଙ୍କର ସପ୍ତମ ଘରେ ରହିବେ ସେଥିପାଇଁ ଧନର ପ୍ରବାହ ଭଲ ରହିବ ଓ ସଞ୍ଚୟ କରିପାରିବେ।

ଆପଣ ଓ ଆପଣଙ୍କ ଜୀବନସାଥୀର ନାମ ଦ୍ବାରା କେତୋଟି ଗୁଣ ମିଶୁଛି? ଜାଣିବା ପାଇଁ ବେ କ୍ଲିକ କରନ୍ତୁ, ନାମ ଦ୍ବାରା କୁଣ୍ଡଳୀ ମିଳନ

ଧନୁ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ଶିକ୍ଷା

ଧନୁ ବାର୍ଷିକ ରାଶିଫଳ କହୁଛି ଯେ ବର୍ଷ 2025ରେ ବୃହସ୍ପତି ଦେବ ଆପଣଙ୍କର ଷଷ୍ଠ ଘରେ ବସିବେ ସେଥିପାଇଁ ଧନୁ ରାଶିର ଛାତ୍ରଙ୍କର ଶିକ୍ଷା ପାଇଁ ଅପ୍ରିଲ ମାସ ପର୍ଯ୍ୟନ୍ତ ସମୟ ଅନୁକୂଳ କୁହାଯିବ ନାହିଁ। ମାର୍ଚ୍ଚ 2025ରୁ ଶନି ଗ୍ରହ ଆପଣଙ୍କର ଚତୁର୍ଥ ଘରେ ରହିବେ ଓ ତାଙ୍କର ସ୍ଥିତି ଶିକ୍ଷା ପାଇଁ ଭଲ ନୁହେଁ। ଆପଣଙ୍କର ଧ୍ୟାନ ଅଧ୍ୟୟନରୁ ହଟିପାରେ। କିନ୍ତୁ, ମଈ 2025 ପରେ ସମୟ ଶିକ୍ଷାରେ ଭଲ ପ୍ରଦର୍ଶନର ଆଶା ଜୀବିତ ରଖିବ ଓ ଆପଣଙ୍କୁ ସଫଳତା ମିଳିପାରେ।

ମଈ 2025 ପରେ ଅବଧି ଉଚ୍ଚ ଶିକ୍ଷାର ଦୃଷ୍ଟିରୁ ଫଳଦାୟୀ ହେବ କାରଣ ଗୁରୁ ଆପଣଙ୍କର ସପ୍ତମ ଘରେ ଗୋଚର କରିବେ। ଏହାର ପରିଣାମସ୍ବରୂପ, ଯଦି ଆପଣ ଉଚ୍ଚ ଶିକ୍ଷା ପ୍ରାପ୍ତ କରିବାକୁ ଚାହୁଁଛନ୍ତି, ତେବେ ଏହି ସମୟରେ ଆପଣ ଏହା କରିପାରିବେ। ଏହି ବର୍ଷ ରାଷୁ ଓ କେତୁ ଗ୍ରହ ଆପଣଙ୍କର୍ ସମର୍ଥନ କରିବେ। କିନ୍ତୁ ମଈ ପୂର୍ବରୁ ଅବଧି ଯାହା କି ଅପ୍ରିଲ 2025 ପର୍ଯ୍ୟନ୍ତ ଆପଣଙ୍କୁ ମନ ଲଗାଇ ପଢ଼ିବାକୁ ପଡ଼ିବ କାରଣ ଏହି ସମୟରେ ବୃହସ୍ପତି ମହାରାଜ ଆପଣଙ୍କର ଷଷ୍ଠ ଘରେ ଓ ଶନି ଗ୍ରହ ଚତୁର୍ଥ ଘରେ ବିରାଜମାନ ରହିବେ। ଏହି କାରଣରୁ ଆପଣଙ୍କର ଏକାଗ୍ରତାର କ୍ଷମତା ଦୁର୍ବଳ ରହିବ ଓ ଆପଣଙ୍କର ମନ ଅଧ୍ୟୟନରୁ ହଟିପାରେ।

ଧନୁ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ପାରିବାରିକ ଜୀବନ

ଧନୁ ବାର୍ଷିକ ରାଶିଫଳ କହୁଛି ଯେ ଆସନ୍ତା ବର୍ଷ ଧନୁ ରାଶି ଲୋକଙ୍କ ପାରିବାରିକ ଜୀବନରେ ଚିନ୍ତା ସାମ୍ନା କରିବାକୁ ପଡ଼ିପାରେ ଯାହାଫଳରେ ପାରସ୍ପରିକ ବୁଝାମଣା ହ୍ରାସ ହୋଇପାରେ। ଶନିଙ୍କର ଆପଣଙ୍କର ଚତୁର୍ଥ ଘରେ ଓ ଗୁରୁ ଗ୍ରହଙ୍କର ଷଷ୍ଠ ଘରେ ଉପସ୍ଥିତି କାରଣରୁ ପରିବାର ଓ ପାରିବାରିକ ସଦସ୍ୟଙ୍କ ସହିତ ଉତ୍ଥାନ-ପତନ ହୋଇପାରେ। ପରିବାରରେ ତାଳମେଳ ରଖିବାକୁ ପଡ଼ିବ। ରାହୁ ଓ କେତୁ ଆପଣଙ୍କର ତୃତୀୟ ଓ ନବମ ଘରେ ବସି ପରିବାରରେ ସୌହାର୍ଦ ରଖିବେ। ଯଦି ଆପଣ ପାରିବାରିକରେ ସକାରାତ୍ମକ ପରିଣାମ ପାଇବାକୁ ଚାହୁଁଛନ୍ତି ତେବେ ସେଥିପାଇଁ ଆପଣଙ୍କୁ ମଈ 2025 ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ କାରଣ ଗୁରୁ ଦେବ ଆପଣଙ୍କର ସପ୍ତମ ଘରେ ବସିବେ। ଏପରି ସ୍ଥିତିକୁ ଆପଣଙ୍କ ପାଇଁ ଫଳଦାୟୀ କୁହାଯିବ।

ଆଜି ଚନ୍ଦ୍ର କେତେବେଳେ ବାହାରିବେ? ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ।

ଧନୁ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ପ୍ରେମ ଏବଂ ବୈବାହିକ ଜୀବନ

ଧନ ବାର୍ଷିକ ରାଶିଫଳ କହୁଛି ଯେ ଆସନ୍ତା ବର୍ଷ ଧନୁ ରାଶି ଲୋକଙ୍କର ପ୍ରେମ ଓ ବୈବାହିକ ଜୀବନ ଅପ୍ରିଲ ମାସ ପର୍ଯ୍ୟନ୍ତ ହାରାହାରି ରହିବ କାରଣ ଗୁରୁ ଗ୍ରହ ଆପଣଙ୍କର ଷଷ୍ଠ ଘରେ ରହିବେ। ସାଙ୍ଗରେ, ମାର୍ଚ୍ଚ 2025 ମାସରୁ ଶନି ଆପଣଙ୍କର ଚତୁର୍ଥ ଘରେ ପ୍ରବେଶ କରିବେ। ଏପରି ସ୍ଥିତିରେ ଆପଣଙ୍କୁ ପ୍ରେମ ଓ ବୈବାହିକ ଜୀବନରେ ଭାବନାତ୍ମକ ଉତ୍ଥାନ-ପତନ ସାମ୍ନା କରିବାକୁ ପଡ଼ିବ। ଧନୁ ରାଶି ଲୋକଙ୍କୁ ଶୁକ୍ର ଗ୍ରହ 29 ଜୁନ 2025 ରୁ 26 ଜୁଲାଇ 2025 ଓ 02 ନଭେମ୍ବର 2025 ରୁ 26 ନଭେମ୍ବର 2025 ଅବଧିରେ ଉତ୍ତହାମ ପରିଣାମ ଦେବେ ଓ ଏହାର ପରିଣାମସ୍ବରୂପ ଏହି ସମୟରେ ପ୍ରେମ ଓ ବିବାହ ପାଇଁ ଉତ୍ତମ କୁହାଯିବ।

ଅପ୍ରିଲ 2025 ପର୍ଯ୍ୟନ୍ତ ଗୁରୁ ଗ୍ରହ ଆପଣଙ୍କର ଷଷ୍ଠ ଗହରେ ବିରାଜମାନ ହେବେ ଯାହା ପ୍ରେମରେ ସମସ୍ଯା ଦେବେ। ଶନିଙ୍କର ଚତୁର୍ଥ ଘରେ ସ୍ଥିତି ଯୋଗୁଁ ଆପଣଙ୍କର ମନରେ ସମ୍ପର୍କ ପ୍ରତି ଅରୁଚି ସୃଷ୍ଟି ହୋଇପାରେ। ମଈ 2025ରେ ହେବାକୁ ଥିବା ବୃହସ୍ପତି ଗୋଚର ସପ୍ତମ ଘରେ ହେବେ ଓ ଏହାର ପରିଣାମସ୍ବରୂପ ଲୋକମାନ ନୂଆ ସମ୍ପର୍କରେ ଆସିବେ। ବିବାହର ପ୍ରବଳ ଯୋଗ ଅଛି। ଧନୁ ବାର୍ଷିକ ରାଶିଫଳ 2025 ଅନୁଯାୟୀ ଏହି ଘରେ ବସିଥିବା ଗୁରୁ ଗ୍ରହ ଆପଣଙ୍କର ପ୍ରେମ ଜୀବନ ଓ ବିବାହ ବନ୍ଧନରେ ବାନ୍ଧି ହେବାର ଆଶା ଜୀବିତ ରଖିବେ। ଯେଉଁ ଲୋକମାନେ ଅପ୍ରିଲ 2025 ପୂର୍ବରୁ ବିବାହ କରିବାକୁ ଚାହୁଁଛନ୍ତି, ତାଙ୍କ ସମ୍ପର୍କରୁ ପ୍ରେମ ଓ ଆକର୍ଷଣ ହ୍ରାସ ପାଇବ।

ଏଠାରେ କ୍ଲିକ କରି ମାଗଣାରେ କରାନ୍ତୁ, ନାମ ଦ୍ବାରା କୁଣ୍ଡଳୀ ମିଳନ !

ଧନୁ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ସ୍ବାସ୍ଥ୍ୟ

ଧନୁ ବାର୍ଷିକ ରାଶିଫଳ କହୁଛି ଯେ ଆସନ୍ତା ବର୍ଷ ଯେତେବେଳେ ଶନି ଗ୍ରହ ଆପଣଙ୍କର ଚତୁର୍ଥ ଘରେ ଓ ଅପ୍ରିଲ ମାସ ପର୍ଯ୍ୟନ୍ତ ଗୁରୁ ଆପଣଙ୍କର ଷଷ୍ଠ ଘରେ ରହିବେ, ସେହି ସମୟ ସ୍ବାସ୍ଥ୍ୟ ପାଇଁ ଅଧିକ ଅନୁକୂଳ ରହିବ ନାହିଁ। ମଈ 2025ରେ ଗୁରୁ ଗ୍ରହ ଗୋଚର କରି ଆପଣଙ୍କର ସପ୍ତମ ଘରେ ପ୍ରବେଶ କରିବେ, ତେବେ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ। ଏହି ସମୟରେ ଆପଣଙ୍କର ରୋଗ ପ୍ରତିରୋଧକ କ୍ଷମତା ଦୃଢ଼ ହେବ ଓ ଆପଣ ପୁଣିଥରେ ସତେଜ ଅନୁଭବ କରିବେ।

ପ୍ରଭାବଶାଳୀ ପ୍ରତିକାର

  • ଗୁରୁବାର ଦିନ ଗୁରୁ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ ।
  • କେତୁ ଗ୍ରହଙ୍କ ପାଇଁ ମଙ୍ଗଳବାର ଦିନ ଯଜ୍ଞ କରନ୍ତୁ।
  • ପ୍ରତିଦିନ “ଓଁ ଗୁରବେ ନମଃ” 21 ଥର ଜପ କରନ୍ତୁ।

ନିଜର ରାଶି ଅନୁସାରେ ପଢ଼ନ୍ତୁ, ସବୁଠାରୁ ସଠିକ ଆପଣଙ୍କର ଆଜିର ରାଶିଫଳ

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ମାଈକୁଣ୍ଡଳୀ ସହିତ ଜଡ଼ିତ ଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ!

ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

ପ୍ରଶ୍ନ 1. କ’ଣ 2025 ରେ ଧନୁ ରାଶିର ଭଲ ସମୟ ଆସିବ?

ଉତ୍ତର 1. ଧନୁ ରାଶି ଲୋକଙ୍କ ପାଇଁ ଫେବ୍ରୁୟାରୀ 2025 ପର୍ଯ୍ୟନ୍ତ ସମୟ କ୍ୟାରୀଅର ପାଇଁ ଶୁଭ ରହିବ।

ପ୍ରଶ୍ନ 2. ଧନୁ ରାଶି ଲୋକଙ୍କୁ କେଉଁ ଭଗବାନଙ୍କର ପୂଜା କରିବା ଉଚିତ?

ଉତ୍ତର 2. ଧନୁ ରାଶି ଲୋକଙ୍କୁ ଭଗବାନ ବିଷ୍ଣୁଙ୍କର ପୂଜା କରିବା ଉଚିତ।

ପ୍ରଶ୍ନ 3. 2025 ରେ ଧନୁ ରାଶି ଲୋକଙ୍କ ପ୍ରେମ ଜୀବନ କିପରି ରହିବ?

ଉତ୍ତର 3. ଧନୁ ରାଶି ଲୋକଙ୍କ ପ୍ରେମ ଜୀବନ 29 ଜୁନ 2025 ରୁ 26 ଜୁଲାଇ 2025 ଓ 02 ନଭେମ୍ବର 2025 ରୁ 26 ନଭେମ୍ବର 2025 ପର୍ଯ୍ୟନ୍ତ ଭଲ ରହିବ।

ପ୍ରଶ୍ନ 4. ଧନୁ ରାଶି ଲୋକଙ୍କ ପାଇଁ କେଉଁ କାମ କରିବା ଭଲ ହେବ?

ଉତ୍ତର 4. ଏହି ରାଶିର ଲୋକ ନାଟକ, ଲଲିତ କଳା, ସୁନା ରୂପର ବ୍ୟବସାୟ, ମ୍ଯାନେଜର, ହୋଟେଲ ଇତ୍ୟାଦି କ୍ଷେତ୍ରରେ ସଫଳତା ହାସଲ କରିପାରିବେ।