Personalized
Horoscope

ମକର ବାର୍ଷିକ ରାଶିଫଳ 2025

ଏହି ବର୍ଷ ପାଇଁ ମକର ବାର୍ଷିକ ରାଶିଫଳ 2025 ବିଶେଷ ରୂପରେ ମକର ରାଶି ଲୋକଙ୍କ ପାଇଁ ତିଆରି କରାଯାଇଛି। ଏହି ଭବିଷ୍ୟଫଳ ମାଧ୍ୟମରୁ ଆପଣଙ୍କୁ ଜୀବନର ବିଭିନ୍ନ କ୍ଷେତ୍ର ଯେପରି କି ଆର୍ଥିକ ଜୀବନ, କ୍ୟାରୀଅର, ପ୍ରେମ, ବିବାହ, ପରିବାର, ସ୍ବାସ୍ଥ୍ୟ, ବ୍ୟବସାୟ ଇତ୍ୟାଦି ବିଷୟରେ ବିସ୍ତୃତ ଭାବରେ ସୂଚନା ପ୍ରାପ୍ତ ହେବ ଯାହା ବୈଦିକ ଶାସ୍ତ୍ର ଉପରେ ଆଧାରିତ। ଏବେ ଆମେ ଡେରି ନ କରି ଆଗକୁ ବଢ଼ିବା ଓ ଜାଣିବା ମକର ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ 2025 କ’ଣ ରଖିଛି।

ମକର ବାର୍ଷିକ ରାଶିଫଳ 2025

Read in English -Capricorn Yearly Horoscope 2025

ବୈଦିକ ଜ୍ଯୋତିଷଶାସ୍ତ୍ର ଅନୁସାରେ ରାଶି ଚକ୍ରର ଦଶମ ରାଶି ହେଉଛି ମକର ଯାହା ପୃଥିବୀ ତତ୍ଵର ରାଶି। ଏହି ରାଶିର ଅଧିପତି ଦେବ କକର୍ମଫଳ ଦାତା ଶନି ଦେବ ଅଟନ୍ତି। ସେ ପରିଶ୍ରମ ଓ ସମର୍ପଣର ପ୍ରତିନିଧିତ୍ବ କରନ୍ତଈ। ଏହାର ପରିଣାମସ୍ବରୂପ, ବର୍ଷ 2025 ମକର ରାଶି ଲୋକଙ୍କ କ୍ୟାରୀଅର, ପ୍ରେମ ଓ ଆର୍ଥିକ ଜୀବନ ଇତ୍ୟାଦିରେ ହାରାହାରି ପରିଣାମ ପ୍ରଦାନ କରିବ କାରଣ ମଈ 2025 ପରେ ଗୁରୁ ଗ୍ରହ ଆପଣଙ୍କର୍ ଷଷ୍ଠ ଗହରେ ରହିବେ। ମଈ ପୂର୍ବରୁ ଏହା ପଞ୍ଚମ ଘରେ ବସି ଆପଣଙ୍କୁ ସକାରାତ୍ମକ ପରିଣାମ ଦେବେ।

ଶନି ଦେବ ଫେବ୍ରୁୟାରୀ 2025 ଶେଷ ପର୍ଯ୍ୟନ୍ତ ଆପଣଙ୍କର ଦ୍ଵିତୀୟ ଘରେ ଉପସ୍ଥିତ ରହିବେ। ତାଙ୍କର ଏହି ସ୍ଥିତି ଘରେ ସମସ୍ଯା ସୃଷ୍ଟି କରିପାରେ। କିନ୍ତୁ ମାର୍ଚ୍ଚ 2025 ଶେଷରେ ଗୋଚର କରି ଏହା ଆପଣଙ୍କର ତୃତୀୟ ଘରେ ପ୍ରବେଶ କରିବେ। ସେ ଆପଣଙ୍କୁ ଜୀବନରେ ଅନେକ ବଡ଼ ସଫଳତା ଦେବେ। ଛାୟା ଗ୍ରହ ରୂପରେ ରାହୁ ଦ୍ଵିତୀୟ ଘରେ ଓ କେତୁ ଅଷ୍ଟମ ଘରେ ବସିବେ ଓ ତାଙ୍କର ସ୍ଥିତିକୁ ମକର ରାଶି ଲୋକଙ୍କ ପାଇଁ ଅନୁକୂଳ କୁହାଯିବ ନାହିଁ।

ମକର ବାର୍ଷିକ ରାଶିଫଳ କହୁଛି ଯେ ଆସନ୍ତା ବର୍ଷ ଏହି ଲୋକଙ୍କୁ ମିଶାମିଶି ପରିଣାମ ମିଳିବ କାରଣ ଏହି ବର୍ଷ ଫେବ୍ରୁଆରୀରେ ଶନି ଆପଣଙ୍କର ଦ୍ଵିତୀୟ ଘରେ ରହିବେ। ଗୁରୁ ଗ୍ରହ ମଈ 2025ରେ ଗୋଚର କରିବା ପରେ ଆପଣଙ୍କର ଷଷ୍ଠ ଘରକୁ ଯିବେ ଓ ଏହି ଘରେ ବୃହସ୍ପତି ମହାରାଜଙ୍କର ପ୍ରବେଶ ଅନୁକୂଳ କୁହାଯିବ ନାହିଁ। ରାହୁ ଓ କେତୁ 18 ମଈ 2025 ରୁ ଆପଣଙ୍କର ଦ୍ବିତୀୟ ଓ ଅଷ୍ଟମ ଘରେ ବିଆରାଜମାନ ରହିବେ। ବର୍ଷର ଦ୍ଵିତୀୟ ଭାଗ ଆପଣଙ୍କର୍ ପାଇଁ ଟିକେ ଭଲ ହେବାର ସମ୍ଭାବନା ଅଛି କାରଣ ଆପଣଙ୍କର ରାଶିର ସ୍ବାମୀ ଶନି ତୃତୀୟ ଘରେ ସ୍ଥିତ ରହିବେ।

ଏହି ମକର ବାର୍ଷିକ ରାଶିଫଳ 2025 ସାମାନ୍ଯକୃତ ଭବିଷ୍ୟବାଣୀ ଅଟେ, କିନ୍ତୁ କୁଣ୍ଡଳୀ ଉପରେ ଆଧାର କରି ମକର ରାଶି ଲୋକଙ୍କୁ ଭିନ୍ନ ପରିଣାମ ମିଳିପାରେ।

ଚାଲନ୍ତୁ ଏବେ ଆଗକୁ ବଢ଼ିବା ଓ ମକର ବାର୍ଷିକ ରାଶିଫଳ ମାଧ୍ୟମରୁ ଜାଣିବା ମକର ରାଶି ଲୋକଙ୍କ ପାଇଁ ଆସନ୍ତା ବର୍ଷ 2025 କ’ଣ ପରିବର୍ତ୍ତନ ଆଣିବ?

ଆଷ୍ଟ୍ରୋବାର୍ତ୍ତା : ଆମର ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ପାଆନ୍ତୁ ସମସ୍ତ ସମସ୍ୟାର ସମାଧାନ।

ମକର ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: କ୍ୟାରୀଅର

ମକର ବାର୍ଷିକ ରାଶିଫଳ ଅନୁସାରେ, ଆସନ୍ତା ବର୍ଷ କ୍ୟାରୀଅର କ୍ଷେତ୍ରରେ ଅପାର ସଫଳତା ଆଣିବ କାରଣ ଶନି ଦେବ ଆପଣଙ୍କର ତୃତୀୟ ଘରେ ଉପସ୍ଥିତ ରହିବେ। ଶନି ଗ୍ରହଙ୍କର ଏହି ଗୋଚର ଆପଣଙ୍କର କ୍ୟାରୀଅର ପାଇଁ ଶୁଭ ରହିବ ଓ ଏହି ଅବଧିରେ ଆପଣ ବହୁତ ସଫଳତା ପାଇବେ। ମାର୍ଚ୍ଚ 2025ରୁ କାର୍ଯ୍ୟକ୍ଷେତ୍ରରେ କରାଯାଇଥିବା ପରିଶ୍ରମ ପାଇଁ ଆପଣଙ୍କୁ ପ୍ରଶଂସା ମିଳିବ।

କିନ୍ତୁ, ଅପ୍ରିଲ 2025 ପରେ ଯେତେବେଳେ ଗୁରୁ ଗ୍ରହ ନିଜର ରାଶି ପରିବର୍ତ୍ତନ କରି ଆପଣଙ୍କର୍ ଷଷ୍ଠ ଘରେ ବିରାଜମାନ ହେବେ, ତେବେ ଏହି ଅବଧି ଆପଣଙ୍କର କ୍ୟାରୀଅର ପାଇଁ ଟିକେ କଷ୍ଟକର ହେବ। ଆପଣଙ୍କର ଚକିରୀରେ ପରିବର୍ତ୍ତନ କିମ୍ବା ସ୍ଥାନାନ୍ତରଣ ହେବାର ଯୋଗ ଅଛି।

ମକର ରାଶିଫଳ 2025 କହୁଛି ଯେ ରାହୁଙ୍କର ଦ୍ଵିତୀୟ ଘରେ ଓ କେତୁଙ୍କର ଅଷ୍ଟମ ଘରେ ସ୍ଥିତି କ୍ୟାରୀଅର କ୍ଷେତ୍ରରେ ହରହାର ପରିଣାମ ଦେବ। ଆପଣଙ୍କର ଅଷ୍ଟମ ଘରେ ବସିଥିବା କେତୁ ଚାକିରିରେ ସମସ୍ଯା ଓ ଚିନ୍ତା ସୃଷ୍ଟି କରିପାରନ୍ତି। ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି, ସେମାନଙ୍କ ପାଇଁ ମାର୍ଚ୍ଚ 2025 ପରେ ଅବଧି ଉନ୍ନତି ଆଣିବ। ଏହି ସମୟରେ ଆପଣ ବ୍ୟବସାୟ ସମ୍ଭାଳିବା ପାଇଁ ସକ୍ଷମ ହେବେ ଓ ଆପଣ ଏକା ସାଙ୍ଗରେ ଅନେକ ନୂଆ ବ୍ୟବସାୟ ଆରମ୍ଭ କରିପାରିବେ ଯେଉଁଥିରୁ ଆପଣଙ୍କୁ ଲାଭ ମିଳିବ। 13 ଜୁଲାଇ 2025 ରୁ 28 ନଭେମ୍ବର 2025 ପର୍ଯ୍ୟନ୍ତ ଶନି ଗ୍ରହ ବକ୍ରୀ ଅବସ୍ଥାରେ ରହିବେ ଓ ଏହାର ପରିଣାମସ୍ବରୂପ, କ୍ୟାରୀଅର ଓ ବ୍ୟବସାୟର କ୍ଷେତ୍ରରେ ଆପଣଙ୍କର ପ୍ରଗତିର ଗତି ଧୀର ହୋଇପାରେ।

ମକର ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ଆର୍ଥିକ ଜୀବନ

ମକର ବାର୍ଷିକ ରାଶିଫଳ ଭବିଷ୍ୟବାଣୀ କରୁଛି ଯେ ଆସନ୍ତା ବର୍ଷ ମାର୍ଚ୍ଚ ପରେ ମକର ରାଶି ଲୋକଙ୍କର ଆର୍ଥିକ ସ୍ଥିତି ଭଲ ରହିବ କାରଣ ଶନି ଗ୍ରହ ଆପଣଙ୍କର ତୃତୀୟ ଘରେ ବିରାଜମାନ ହେବେ। କିନ୍ତୁ ଫେବ୍ରୁୟାରୀ 2025 ପର୍ଯ୍ୟନ୍ତ ଆପଣଙ୍କୁ ଧନ ସହିତ ଜଡ଼ିତ ମାମଲାକ ବହୁତ ସାବଧାନପୂର୍ବକ ସମ୍ଭାଳିବାକୁ ପଡ଼ିବ ଅନ୍ୟଥା ଆପଣଙ୍କୁ କ୍ଷତି ହୋଇପାରେ। କିନ୍ତୁ ରାହୁ ଦ୍ଵିତୀୟ ଘରେ ଓ କେତୁ ଅଷ୍ଟମ ଘରେ ବସି ଧନ ଅର୍ଜନ କରିବାର ରାସ୍ତାରେ ସମସ୍ଯା ସୃଷ୍ଟି କରିପାରନ୍ତି। ମକର ବାର୍ଷିକ ରାଶିଫଳ 2025 ଅନୁଯାୟୀ ଅପ୍ରିଲ 2025 ପର୍ଯ୍ୟନ୍ତ ଯେତେବେଳେ ଗୁରୁ ଗ୍ରହ ଆପଣଙ୍କର ପଞ୍ଚମ ଘରେ ରହିବେ, ସେତେବେଳେ ଆପଣଙ୍କର ଆର୍ଥିକ ସ୍ଥିତି ଦୃଢ଼ ରହିବ। କିନ୍ତୁ ମଈ 2025 ପରେ ଗୁରୁ ଗ୍ରହ ଆପଣଙ୍କର ଷଷ୍ଠ ଘରେ ପ୍ରବେଶ କରିବେ, ସେହି ସମୟରେ ଆପଣଙ୍କୁ ଖର୍ଚ୍ଚରେ ବୃଦ୍ଧି ଦେଖିବାକୁ ମିଳିବ ଓ ସଞ୍ଚୟର କ୍ଷମତା କମ ହେବ।

ବର୍ଷର ଦ୍ଵିତୀୟ ଭାଗରେ ଆପଣଙ୍କୁ ଧନ ସହିତ ଜଡ଼ିତ ମାମଲାରେ ଅଧିକ ସାବଧାନ ରହିବାକୁ ପଡ଼ିବ, ଅନ୍ୟଥା, ଆପଣଙ୍କୁ କ୍ଷତି ହେବାର ସମ୍ଭାବନା ଅଛି। କିନ୍ତୁ, ମଈ 2025 ପରେ ଆପଣ ସମ୍ପତି କିଣିବା ଦିଗରେ ଆଗକୁ ବଢ଼ିବେ କାରଣ ବୃହସ୍ପତି ଆପଣଙ୍କର୍ ଷଷ୍ଠ ଘରେ ଗୋଚର କରିବେ।

ଆପଣ ଓ ଆପଣଙ୍କ ଜୀବନସାଥୀର ନାମ ଦ୍ବାରା କେତୋଟି ଗୁଣ ମିଶୁଛି? ଜାଣିବା ପାଇଁ ବେ କ୍ଲିକ କରନ୍ତୁ, ନାମ ଦ୍ବାରା କୁଣ୍ଡଳୀ ମିଳନ

ମକର ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ଶିକ୍ଷା

ମକର ବାର୍ଷିକ ରାଶିଫଳ କହୁଛି ଯେ ଆସନ୍ତା ବର୍ଷର ଆରମ୍ଭ ଚାରି ମାସ ମାନେ ଅପ୍ରିଲ ପର୍ଯ୍ୟନ୍ତ ସମୟ ମକର ରାଶିର ଛାତ୍ରଛାତ୍ରୀଙ୍କ ପାଇଁ ନ୍ହଲ ରହିବ କାରଣ ଶିକ୍ଷାର କାରକ ଗ୍ରହ ବୃହସ୍ପତି ଦେବ ଆପଣଙ୍କର୍ ପଞ୍ଚମ ଘରେ ବସିବେ। ଏହି ବର୍ଷ ମଈ ମାସରେ ହେବାକୁ ଥିବା ଗୁରୁ ଗୋଚର ଆପଣଙ୍କର ଷଷ୍ଠ ଘରେ ହେବ ଯାହା ଯୋଗୁଁ ଆପଣଙ୍କର ଏକାଗ୍ର କ୍ଷମତା ଦୁର୍ବଳ ହୋଇପାରେ। ଶିକ୍ଷାରେ ଆପଣଙ୍କର ପ୍ରଦର୍ଶନ ଆପଣଙ୍କର ଆଶା ଠାରୁ କମ ହେବାର ଆଶଙ୍କା ଅଛି। କିନ୍ତୁ ମାର୍ଚ୍ଚ 2025 ରୁ ଆପଣଙ୍କର ତୃତୀୟ ଘରେ ଉପସ୍ଥିତ ଶନି ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ପ୍ରଗତିର ମାର୍ଗରେ ନେଇଯିବେ ଓ ଆପଣଙ୍କୁ ଅନ୍ୟମାନଙ୍କ ଠାରୁ ଆଗରେ ରଖିବେ। ଯେଉଁ ଲୋକମନେ ଉଚ୍ଚ ଶିକ୍ଷା ପ୍ରାପ୍ତ କରିବା ପାଇଁ ଚାହୁଁଛନ୍ତି ସେମାନଙ୍କ ପାଇଁ ମଈ 2025 ରୁ ପୂର୍ବରୁ ଅବଧି ଅନୁକୂଳ ରହିବ। ଏହି ସମୟରେ ଆପଣଙ୍କୁ ବିଦେଶ ଯାଇ ପଢ଼ିବାକୁ ସୁଯୋଗ ମିଳିବ୍ ସେଥିପାଇଁ ଆପଣଙ୍କ ପାଇଁ ଭଲ ହେବ ଯେ ଆପଣ ଆଗରୁ ଯୋଜନା କରନ୍ତୁ।

ବର୍ଷ 2025 ରେ ରାହୁ ଓ କେତୁ ଆପଣଙ୍କର ସମର୍ଥନ କରି ନ ପାରନ୍ତି। ଏପରି ସ୍ଥିତିରେ ମଈ 2025 ପରେ ଆପଣଙ୍କୁ ପାଠ ପଢ଼ା ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ପରାମର୍ଶ ଦିଆଯାଇଛି କାରଣ ଏହି ଅବଧିରେ ଗୁରୁ ଆପଣଙ୍କର ଷଷ୍ଠ ଘରେ ରହିବେ। ଆପଣଙ୍କ ଭିତରେ ଆତ୍ମବିଶ୍ଵାସର ଅଭାବ ହୋଇପାରେ ଯାହା ଫଳରେ ଆପଣ ଅଧ୍ୟୟନରେ ପଛରେ ରହିବେ।

ମକର ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ପାରିବାରିକ ଜୀବନ

ମକର ବାର୍ଷିକ ରାଶିଫଳ କହୁଛି ଯେ ଆସନ୍ତା ବର୍ଷ ମକର ରାଶି ଲୋକଙ୍କ ପାଇଁ ପାରିବାରିକ ଜୀବନ ମାର୍ଚ୍ଚ ପରେ ଭଲ ରହିବ କାରଣ ଏହି ଅବଧିରେ ଶନି ଆପଣଙ୍କର ତୃତୀୟ ଘରେ ଗୋଚର କରିବେ। ମଈ 2025 ପରେ ଗୁରୁ ଆପଣଙ୍କର ଷଷ୍ଠ ଘରେ ଉପସ୍ଥିତ ରହିବେ ଯିଏ ଆପଣଙ୍କୁ ସକାରାତ୍ମକ ପରିଣାମ ଦେବେ ନାହିଁ। ପରିବାରରେ ଆପଣଙ୍କୁ ଉତ୍ଥାନ-ପତନ ସାମ୍ନା କରିବାକୁ ପଡ଼ିପାରେ ଯାହା ଫଳରେ ପାରସ୍ପରିକ ବୁଝାମଣା ହ୍ରାସ ପାଇବ। ଗୁରୁ ଦେବଙ୍କର ନକରାତ୍ମକ ସ୍ଥିତି ଯୋଗୁଁ ପରିବାରର ସଦସ୍ୟଙ୍କ ସହିତ ତାଳମେଳ ରଖିବା ଜରୁରୀ ହେବ। ସାଙ୍ଗରେ ମକର ରାଶି ଲୋକଙ୍କ ମନରେ ଅସୁରକ୍ଷିତ ଭାବନା ସୃଷ୍ଟି ହୋଇପାରେ ଯାହା ଆପଣଙ୍କର ପରିବାର ପାଇଁ ଭଲ କୁହାଯିବ ନାହିଁ। ଦ୍ଵିତୀୟ ଘରେ ଓ ଅଷ୍ଟମ ଘରେ ବସିଥିବା ରାହୁ ଓ କେତୁ ଆପଣଙ୍କର ପାରିବାରିକ ଜୀବନକୁ ପ୍ରଭାବିତ କରିପାରେ। କିନ୍ତୁ, ଶନିଙ୍କର ତୃତୀୟ ଘରେ ଉପସ୍ଥିତ ଆପଣଙ୍କର ପରିବାରରେ ନୈତିକ ମୂଲ୍ୟ ରଖିବ।

ଆଜି ଚନ୍ଦ୍ର କେତେବେଳେ ବାହାରିବେ? ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ।

ମକର ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ପ୍ରେମ ଏବଂ ବୈବାହିକ ଜୀବନ

ମକର ବାର୍ଷିକ ରାଶିଫଳ କହୁଛି ଯେ ଆସନ୍ତା ବର୍ଷରେ ଅପ୍ରିଲ ମାସ ପର୍ଯ୍ୟନ୍ତ ମକର ରାଶି ଲୋକଙ୍କର ପ୍ରେମ ଏବଂ ବୈବାହିକ ଜୀବନ ଭଲ ରହିବ କାରଣ ବୃହସ୍ପତି ଦେବ ଆପଣଙ୍କର ପଞ୍ଚମ ଘରେ ଥିବେ। ଏହାର ପରିଣାମସ୍ବରୂପ, ଏହି ଲୋକଙ୍କର ପ୍ରେମ ଜୀବନ ପ୍ରେମରେ ଭରପୁର ରହିବେ ଓ ଆପଣ ସମ୍ପର୍କରେ ସଫଳତା ପାଇବେ। କିନ୍ତୁ, ମାର୍ଚ୍ଚ 2025ରୁ ଶନି ଗ୍ରହ ତୃତୀୟ ଘରେ ବିରାଜମାନ ରହିବେ ଓ ଏପରି ସ୍ଥିତିରେ, ଆପଣଙ୍କୁ ପ୍ରେମ ଓ ବୈବାହିକ ଜୀବନରେ କିଛି ସମସ୍ଯା ପରେ ସଫଳତା ପ୍ରାପ୍ତି ହେବ। ଦ୍ଵିତୀୟ ଓ ଅଷ୍ଟମ ଘରେ ସ୍ଥିତ ରାହୁ ଓ କେତୁ ମଧ୍ୟ ଆପଣଙ୍କର ଚିନ୍ତା ବଢ଼ାଇବେ। ଏହାର ଫଳସ୍ବରୂପ ଆପଣଙ୍କୁ ପ୍ରେମ ଜୀବନରେ ଡେରିର ସାମ୍ନା କରିବାକୁ ପଡ଼ିବ। ମାର୍ଚ୍ଚ 2025ରେ ହେବାକୁ ଥିବା ଗୁରୁ ଗ୍ରହଙ୍କର ଗୋଚର ପ୍ରେମ ଓ ବୈବାହିକ ଜୀବନରେ ପ୍ରେମ ଓ ସୁଖ କମ କରିପାରେ।

ଏଠାରେ କ୍ଲିକ କରି ମାଗଣାରେ କରାନ୍ତୁ, ନାମ ଦ୍ବାରା କୁଣ୍ଡଳୀ ମିଳନ !

ମକର ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ସ୍ବାସ୍ଥ୍ୟ

ମକର ବାର୍ଷିକ ରାଶିଫଳ ଅନୁସାରେ, ଆସନ୍ତା ବର୍ଷ ମଈ ମାସ ରୁ ଆପଣଙ୍କୁ ନିଜର ସ୍ବାସ୍ଥ୍ୟର ନିୟମିତ ରୂପରେ ଯାଞ୍ଚ କରିବାକୁ ପରାମର୍ଶ ଦିଅଯାଇଛି କାରଣ ଏହି ଅବଧିରେ ଗୁରୁ ଗ୍ରହ ଆପଣଙ୍କର ଷଷ୍ଠ ଘରେ ସ୍ଥିତ ରହିବେ। ଏହି ଲୋକଙ୍କୁ ପାଦରେ ଦରଜ ହୋଇପାରେ। ମକର ବାର୍ଷିକ ରାଶିଫଳ 2025 ଅନୁଯାୟୀ ମାର୍ଚ୍ଚ 2025 ପରେ ଶନି ଦେବ ତୃତୀୟ ଘରେ ଉପସ୍ଥିତ ରହିବେ ଯାହା ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ସମର୍ଥନ କରିବେ। କିନ୍ତୁ, ଦ୍ଵିତୀୟ ଓ ଅଷ୍ଟମ ଘରେ ରାହୁ ଓ କେତୁଙ୍କର ସ୍ଥିତି ଯୋଗୁଁ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇପାରେ ସେଥିପାଇଁ ସ୍ବାସ୍ଥ୍ୟର ଧ୍ୟାନ ରଖିବା ଉଚିତ।

ପ୍ରଭାବଶାଳୀ ପ୍ରତିକାର

  • ପ୍ରତୀଦିନ ହନୁମାନ ଚାଳିଶ ପାଠ କରନ୍ତୁ।
  • ଶନିବାର ଦିନ ରାହୁ କେତୁଙ୍କ ପାଇଁ ଯଜ୍ଞ କରନ୍ତୁ।
  • ପ୍ରତିଦିନ 108 ଥର “ଓଁ ଗୁରବେ ନମଃ” ଜପ କରନ୍ତୁ।

अନିଜର ରାଶି ଅନୁସାରେ ପଢ଼ନ୍ତୁ, ସବୁଠାରୁ ସଠିକ ଆପଣଙ୍କର ଆଜିର ରାଶିଫଳ

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ମାଈକୁଣ୍ଡଳୀ ସହିତ ଜଡ଼ିତ ଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ!

ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

ପ୍ରଶ୍ନ 1. ବର୍ଷ 2025 ମକର ରାଶି ପାଇଁ ଭଲ ହେବ କି?

ଉତ୍ତର 1. କ୍ୟାରୀଅର ଦୃଷ୍ଟିରୁ ମକର ରାଶି ଲୋକଙ୍କୁ 2025ରେ ଶୁଭ ପରିଣାମ ମିଳିବ।

ପ୍ରଶ୍ନ 2. ମକର ରାଶିର ଶତ୍ରୁ ରାଶି କିଏ?

ଉତ୍ତର 2. ତୁଳା ରାଶି କୁ ମକର ରାଶିର ଶତ୍ରୁ କହାଯାଏ ।

ପ୍ରଶ୍ନ 3. 2025 ରେ ମକର ରାଶି ଲୋକଙ୍କର ସ୍ବାସ୍ଥ୍ୟ କିପରି ରହିବ?

ଉତ୍ତର 3. ମଈ 2025 ପରେ ମକର ରାଶି ଲୋକଙ୍କୁ ନିଜର ସ୍ବାସ୍ଥ୍ୟର ଧ୍ୟାନ ରଖିବାକୁ ହେବ ।

ପ୍ରଶ୍ନ 4. ମକର ରାଶି ଲୋକମାନେ କାହାକୁ ପୂଜା କରିବା ଉଚିତ?

ଉତ୍ତର 4. ମକର ରାଶି ଲୋକମାନେ ହନୁମାନଙ୍କୁ ଓ ଭଗବାନ ଶିବଙ୍କଊ ପୂଜା କରିବା ଶୁଭ ଅଟେ।