Personalized
Horoscope

ମିଥୁନ ବାର୍ଷିକ ରାଶିଫଳ 2025

ଏହି ବର୍ଷ ପାଇଁ ମିଥୁନ ବାର୍ଷିକ ରାଶିଫଳ 2025 ବିଶେଷ ରୂପରେ ମିଥୁନ ରାଶି ଲୋକଙ୍କ ପାଇଁ ତିଆରି କରାଯାଇଛି। ଏହି ଭବିଷ୍ୟଫଳ ମାଧ୍ୟମରୁ ଆପଣଙ୍କୁ ଜୀବନର ବିଭିନ୍ନ କ୍ଷେତ୍ର ଯେପରି କି ଆର୍ଥିକ ଜୀବନ, କ୍ୟାରୀଅର, ପ୍ରେମ, ବିବାହ, ପରିବାର, ସ୍ବାସ୍ଥ୍ୟ, ବ୍ୟବସାୟ ଇତ୍ୟାଦି ବିଷୟରେ ବିସ୍ତୃତ ଭାବରେ ସୂଚନା ପ୍ରାପ୍ତ ହେବ ଯାହା ବୈଦିକ ଶାସ୍ତ୍ର ଉପରେ ଆଧାରିତ। ଏବେ ଆମେ ଡେରି ନ କରି ଆଗକୁ ବଢ଼ିବା ଓ ଜାଣିବା ମିଥୁନ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ 2025 କ’ଣ ରଖିଛି।

ମିଥୁନ ବାର୍ଷିକ ରାଶିଫଳ 2025

Read in English - Gemini Yearly Horoscope 2025

ବାର୍ଷିକ ରାଶିଫଳ ଅନୁସାରେ ରାଶି ଚକ୍ରରେ ମିଥୁନ ତୃତୀୟ ରାଶି ଯିଏ ବାୟୁ ତତ୍ଵର ରାଶି। ଏହି ରାଶିର ଆଧିପତ୍ୟ ହେଉଛନ୍ତି ବୁଧ ଗ୍ରହ ଓ ଏଥିପାଇଁ ମିଥୁନ ରାଶିର ଲୋକମାନେ ବୁଦ୍ଧିମାନ, କୁଶଳ ଓ ବିଶ୍ଲେଷଣାତ୍ମକ ହୋଇଥାନ୍ତି। କେବେ କେବେ ଏହି ଲୋକମାନେ ସମସ୍ଯାର ପରିଣାମ ନ ଜାଣି ନିଷ୍ପତି ନେଇଯାନ୍ତି ଯେଉଁଥିପାଇଁ ସମସ୍ଯା ଆହୁରି ବଢ଼ିଯାଏ।

ମିଥୁନ ବାର୍ଷିକ ରାଶିଫଳ ଅନୁସାରେ ବର୍ଷ 2025ରେ ଲାଭକାରୀ ଗ୍ରହ ରୂପରେ ଗୁରୁ ଗ୍ରହ 15 ମଈ 2025 ରେ ବୃଷ ରାଶିରୁ ମିଥୁନ ରାଶିରେ ଗୋଚର କରିବେ। ଏହି ଗୋଚର ମିଥୁନ ରାଶି ଲୋକଙ୍କ ପାଇଁ ଅନୁକୂଳ ହେବ ନାହିଁ କାରଣ ଏହି ଗୋଚର ଆପଣଙ୍କର ଚନ୍ଦ୍ର ରାଶିର ପ୍ରଥାମ ଘରେ ହେବ। କୁଣ୍ଡଳୀରେ ପ୍ରଥମ/ଲଗ୍ନ ଆତ୍ମର ଘର। ଏହି ବର୍ଷ ଶନି ଗୋଚର ମଧ୍ୟ ଆପଣଙ୍କର ପାଇଁ ହାରାହାରି ପରିଣାମ ଆଣିବ। ଶନି ମୀନ ରାଶିରେ ଗୋଚର କରି 29 ମାର୍ଚ୍ଚ 2025 ପର୍ଯ୍ୟନ୍ତ ଆପଣଙ୍କର ରାଶିର ଦଶମ ଘରେ ରହିବେ। 18 ମଈ 2025 ରୁ ରାହୁ ଆପଣଙ୍କର ନବମ ଘରେ ଓ କେତୁ ଆପଣଙ୍କର ତୃତୀୟ ଘରେ ଗୋଚର କରିବେ। ଏହି ଘରେ ବସି ଏହି ଦୁଇଟି ଗ୍ରହ ଆପଣଙ୍କୁ ସକାରାତ୍ମକ ପରିଣାମ ପ୍ରଦାନ୍ କରିବେ। ଆପଣଙ୍କର ରାଶିରେ ବୃହସ୍ପତି ମହାରାଜଙ୍କ ଉପସ୍ଥିତି ଆପଣଙ୍କର ପରୀକ୍ଷା ନେବେ। ଶନିଙ୍କର ଦଶମ ଘରେ ରହିବା ଆପଣଙ୍କ ପାଇଁ ଭଲ ହେବ।

ଚାଲନ୍ତୁ ଏବେ ଆଗକୁ ବଢ଼ିବା ଓ ଜାଣିବା ମେଷ ରାଶି ପାଇଁ ବାର୍ଷିକ ରାଶିଫଳ ବିଷୟରେ।

ଆଷ୍ଟ୍ରୋବାର୍ତ୍ତା : ଆମର ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ପାଆନ୍ତୁ ସମସ୍ତ ସମସ୍ୟାର ସମାଧାନ।

ମିଥୁନ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: କ୍ୟାରୀଅର

ମିଥୁନ ବାର୍ଷିକ ରାଶିଫଳ ଭବିଷ୍ୟବାଣୀ କରୁଛି ଯେ ମିଥୁନ ରାଶି ଲୋକମାନେ ଆସନ୍ତା ବର୍ଷ କ୍ୟାରୀଅରରେ ପ୍ରଗତିର ମାର୍ଗରେ ଆଗକୁ ବଢ଼ିବେ କାରଣ ଶନି ମହାରାଜ ଆପଣଙ୍କର ଅଷ୍ଟମ ଘରେ ଓ ନବମ ଘରର ସ୍ବାମୀ। ଶନି ଦେବଙ୍କର ଆପଣଙ୍କର ଦଶମ ଘରେ ସ୍ଥିତି ଭଲ୍ ରହିବ ଯାହା ବୃତିଗତ ଜୀବନର ଘର। ଅପଙ୍କୁ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିବ କିନ୍ତୁ ତାହା ଚୈଲେଂଜ୍ ରେ ପରିପୂର୍ଣ୍ଣ ଥିବ। ଏହି ପ୍ରକାର ସୁଯୋଗ ଆପଣଙ୍କର ଜୀବନରେ ସମୃଦ୍ଧି ଆଣି। ଏହି ଲୋକଙ୍କୁ ଚକିରୀରେ ପରିବର୍ତ୍ତନ ଓ ସ୍ଥାନାନ୍ତର ସାମ୍ନା କରିବାକୁ ପଡ଼ିପାରେ କାରଣ ଗୁରୁ ଗ୍ରହ ଆପଣଙ୍କର ଚନ୍ଦ୍ର ରାଶିରେ ଉପସ୍ଥିତ ରହିବେ।

ଏହି ଅବଧିରେ ଆପଣ ଚକିରୀରେ ବ୍ୟସ୍ତ ରହିବେ। ସମ୍ଭାବନା ଅଛି ଯେ ଚାକିରି ବଡକିବା ଚିନ୍ତା ଆପଣଙ୍କୁ ପସନ୍ଦ ନ ଆସିପାରେ ଓ ଆପଣ ଚିନ୍ତିତ ଦେଖାଯାଇ ପାରନ୍ତି। ମିଥୁନ ବାର୍ଷିକ ରାଶିଫଳ 2025 ଅନୁଯାୟୀ ଏହି ସମୟରେ ମିଥୁନ ରାଶି ଲୋକଙ୍କୁ ଚକିରୀରେ ନିଜର କାମରେ କରାଯାଇଥିବା ପରିଶ୍ରମର ଫଳ ମିଳିବ୍ ନାହିଁ ସେଥିପାଇଁ ଆପଣ ହତାଶ ହେବେ। କିନ୍ତୁ ଅଗସ୍ଟ 2025 ପରେ ସମୟ ଆପଣଙ୍କୁ ମୁକ୍ତି ଦେବ କାରଣ ଆପଣ ସମସ୍ଯାଋ ବାହାରିବାକୁ ସକ୍ଷମ ହେବେ।

ଆପଣଙ୍କ ରାଶିରେ ବସି ଗୁରୁ ଗ୍ରହଙ୍କ ଦୃଷ୍ଟି ଆପଣଙ୍କର ପଞ୍ଚମ, ସପ୍ତମ ଓ ନବମ ଘରେ ପଡ଼ିବ। ଏପରି ସ୍ଥିତିରେ ଆପଣଙ୍କୁ କ୍ୟାରୀଅର କ୍ଷେତ୍ରରେ ଅନସାଇଟ ଚକିରୀର ସୁଯୋଗ ମିଳିବ୍। ଏହି ପ୍ରକାର ସୁଯୋଗ ପାଇ ଅପବା ସନ୍ତୁଷ୍ଟ ଦେଖାଯିବେ ଓ ଆପଣଙ୍କର କାମରେ କୌଶଳ ପ୍ରଦର୍ଶନ କରିବେ।

ମିଥୁନ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ଆର୍ଥିକ ଜୀବନ

ମୁଥୁନ ବାର୍ଷିକ ରାଶିଫଳ କହୁଛି ଯେ ଆସନ୍ତା ବର୍ଷ ମିଥୁନ ରାଶି ଲୋକଙ୍କ ଆର୍ଥିକ ଜୀବନରେ ମଈ 2025 ପରେ ଧନର ପ୍ରବାହ ଭଲ ରହିବ ନାହିଁ। ଆପଣଙ୍କୁ ଅତ୍ୟଧିକ ଖର୍ଚ୍ଚର ସାମ୍ନା ଲରିବା ପାଇଁ ପଡ଼ିବ। ଏହା ଏଠିପାଇଁ ହେବ କାରଣ ଗୁରୁ ଗ୍ରହ ସପ୍ତମ ଘରର ସ୍ବାମୀ ରୂପରେ ପ୍ରଥମ ଘରେ ବସିବେ ଯାହାକୁ ଅଶୁଭ ବିବେଚନା କରାଯାଏ ଯାହାଫଳରେ ଧନର ହ୍ରାସ ସମସ୍ଯା ସୃଷ୍ଟି କରିପାରେ।

ଏହି ସମୟରେ ଆପଣଙ୍କୁ ଆର୍ଥିକ ଜୀବନରେ ଉତ୍ଥାନ-ପତନ ହଇରାଣ କରିପାରେ। ଆପଣଙ୍କ ଲାଭ ଓ ଖର୍ଚ୍ଚରେ ଅସନ୍ତୁଳନ ସରୁଷ୍ଟି ହୋଇପାରେ। ଏହାକୁ ସମ୍ଭାଳିବା କଷ୍ଟକର ହୋଇପାରେ।

ମିଥୁନ ରାଶି ଲୋକଙ୍କ ପାଇଁ ଜରୁରୀ ହେବ କି ଆପଣ ବିନିଯୋଗ ପରି ବଡ଼ ନିଷ୍ପତି ନିଅନ୍ତୁ ନାହିଁ ନଚେତ ଆପଣଙ୍କୁ କ୍ଷତି ହେବାର ସମ୍ଭାବନା ଅଛି। ଛାୟା ଗ୍ରହ- 18 ମଈ 2025 ରୁ ରାହୁ ଆପଣଙ୍କର ତୃତୀୟ ଘର ଓ କେତୁ ଆପଣଙ୍କର ନବମ ଘରେ ଗୋଚର କରିବେ ଓ ଏଥିରୁ ଆପଣଙ୍କୁ ଲାଭ ହେବ।

ଏହି ଲୋକ ଆସନ୍ତା ବର୍ଷର ଶେଷରେ କୌଣସି ବଡ଼ ବିନିଯୋଗ କରିବା ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି ଯେଉଁଥିରୁ ତାଙ୍କୁ ଭଲ ରିଟର୍ନ ମିଳିବ।

ଆପଣ ଓ ଆପଣଙ୍କ ଜୀବନସାଥୀର ନାମ ଦ୍ବାରା କେତୋଟି ଗୁଣ ମିଶୁଛି? ଜାଣିବା ପାଇଁ ବେ କ୍ଲିକ କରନ୍ତୁ, ନାମ ଦ୍ବାରା କୁଣ୍ଡଳୀ ମିଳନ

ମିଥୁନ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ଶିକ୍ଷା

ମିଥୁନ ବାର୍ଷିକ ରାଶିଫଳ ଅନୁଯାୟୀ ଶିକ୍ଷା ଦୃଷ୍ଟିରୁ ମିଥୁନ ରାଶି ଛାତ୍ରଛାତ୍ରୀମାନଙ୍କ ପାଇଁ 2025 ଅନୁକୂଳ ରହିବ ନାହିଁ କାରଣ ମଈ 2025 ପରେ ଗୁରୁ ଗ୍ରହ ଆପଣଙ୍କର ଲଗ୍ନ ଘରେ ରହିବେ।

ମାର୍ଚ୍ଚ 2025 ପରେ ଶିକ୍ଷା ଦୃଷ୍ଟିରୁ ଆପଣଙ୍କର ମନ ପାଠପଢ଼ାରେ ନ ଲାଗିପାରେ କାରଣ ଶନି ଦେବଙ୍କର ଦୃଷ୍ଟି ଆପଣଙ୍କର ଚତୁର୍ଥ ଘରେ ରହିବ। ଜାତକରେ ଚତୁର୍ଥ ଘର ଶିକ୍ଷାର ହୋଇଥାଏ। ଏପରି ପରିସ୍ଥିତିରେ ପାଠ ପଢ଼ାରେ ପ୍ରଗତିର ଗତି ଧୀର ହୋଇପାରେ କିମ୍ବା ଏକାଗ୍ରତାର କ୍ଷମତା ଦୁର୍ବଳ ହୋଇପାରେ।

ମଈ 2025 ପରେ ଯେତେବେଳେ ଗୁରୁ ମହାରାଜଙ୍କର ଦୃଷ୍ଟି ଆପଣଙ୍କର ପଞ୍ଚମ ଘରେ ପଡ଼ିବ ସେହି ସମୟରେ ଆପଣ ଶିକ୍ଷାରେ ଭଲ କରିପାରିବେ।

ମିଥୁନ ବାର୍ଷିକ ରାଶିଫଳ ଅନୁସାରେ ଶିକ୍ଷାର କାରକ ଗ୍ରହ ଓ ଅପଣକ୍ଣର ରାଶିର ସ୍ବାମୀ ବୁଧ 06 ଜୁନ 2025 ରୁ 22 ଜୁନ 2025 ଓ 15 ଡିସେମ୍ବର 2025 ରୁ 03 ଅକ୍ଟୋବର 2025 ପର୍ଯ୍ୟନ୍ତ ଆପଣଙ୍କୁ ଶିକ୍ଷା କ୍ଷେତ୍ରରେ ଭଲ ପରିଣାମ ଦେବେ। ଏହା ବ୍ୟତୀତ, ଉପରୋକ୍ତ ଅବଧିରେ ଆପଣଙ୍କର ଏକାଗ୍ରତା ଦୃଢ଼ ହେବ ଓ ପାଠ ପଢ଼ାରେ ଧ୍ୟାନ କେନ୍ଦ୍ରିତ କରିବାରେ ସକ୍ଷମ ହେବେ।

ମିଥୁନ ରାଶି ଲୋକମାନେ ବିଦେଶ ଯାଇ ପଢ଼ିବାର ସମ୍ଭାବନ ଅଛି।

ମିଥୁନ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ପାରିବାରିକ ଜୀବନ

ମିଥୁନ ବାର୍ଷିକ ରାଶିଫଳ କହୁଛି ଯେ ଆସନ୍ତା ବର୍ଷ ମିଥୁନ ରାଶି ଲୋକଙ୍କ ପାରିବାରିକ ଯବାନରେ ହାରାହାରି ପରିଣାମ ମିଳିବ। ପରିବାରର ସଦସ୍ୟଙ୍କଊ କାର୍ଯ୍ୟର ଫଳ ମିଳିବାର ସମ୍ଭାବନା ଅଛି। ମଈ 2025 ରୁ ଆପଣଙ୍କର ପ୍ରଥମ କିମ୍ବା ଲଗ୍ନ ଘରେ ବସିଥିବା ଗୁରୁ ଗ୍ରହ ଆପଣଙ୍କ ପରିବାରର ଖୁସିକୁ ପ୍ରଭାବିତ କରିବେ।

ଏହି ସମୟରେ ଆପଣଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ଅହଂକାର ବଢ଼ିପାରେ ଯେଉଁଥିପାଇଁ ଘର-ପରିବାରର ବାତାବରଣ ଭଲ ରଖିବାରେ ଅସମର୍ଥ ହେବେ। ଲଗ୍ନ ଭାବରେ ଥିବା ଗୁରୁ ଗ୍ରହଙ୍କ ଯୋଗୁଁ ପରିବାର ସଦସ୍ୟଙ୍କ ମଧ୍ୟରେ ସୌହାର୍ଦ କମ ରହିବ।

ମିଥୁନ ରାଶିଫଳ ଅନୁସାରେ ଆପଣଙ୍କର ରାଶିର ଲୋକମାନଙ୍କ ପାଇଁ ଶୁକ୍ର ଆପଣଙ୍କର ପଞ୍ଚମ ଘରର ସ୍ବାମୀ ଓ ସେ 02 ମାର୍ଚ୍ଚ ରୁ 13 ଅପ୍ରିଲ ଯାଏଁ ବକ୍ରୀ ଅବସ୍ଥାରେ ରହିବେ। ଏହାର ପରିଣାମସ୍ବରୂପ, ଆପଣଙ୍କ ସମ୍ପର୍କରେ ଓ ପରିବାରରେ ସଦସ୍ୟଙ୍କ ସହିତ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। ଏହି ସମୟରେ ମିଥୁନ ବାର୍ଷିକ ରାଶିଫଳ 2025 ଅନୁଯାୟୀ ଆପଣଙ୍କୁ ପରିବାର ଲୋକଙ୍କ ସହିତ ସମ୍ପତି ସହିତ ଜଡ଼ିତ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। ଏହି ଲୋକଙ୍କର କଥାବାର୍ତ୍ତା କରିବାର କ୍ଷମତା ଦୁର୍ବଳ ହେବ। ପରିବାର ଲୋକଙ୍କ ସହିତ ବିବାଦ ହୋଇପାରେ।

ଆଜି ଚନ୍ଦ୍ର କେତେବେଳେ ବାହାରିବେ? ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ।

ମିଥୁନ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ପ୍ରେମ ଏବଂ ବୈବାହିକ ଜୀବନ

ମିଥୁନ ବାର୍ଷିକ ରାଶିଫଳ ଭବିଷ୍ୟବାଣୀ କରୁଛି ଯେ ପ୍ରେମ ଓ ବୈବାହିକ ଜୀବନ ଦୃଷ୍ଟିରୁ ଏହି ଲୋକଙ୍କ ପାଇଁ ଆସନ୍ତା ବର୍ଷ ଅଧିକ ଭଲ ହେବ ନାହିଁ। ଯଦି ଆପଣ କାହାକୁ ପ୍ରେମ କରୁଛନ୍ତି ତେବେ ଆପଣଙ୍କ ପାର୍ଟନର ସହିତ ମତଭେଦ ହୋଇପାରେ। ଯାହାର ବିବାହ ହୋଇସାରିଛି ସେମାନଙ୍କ ସମ୍ପର୍କରୁ ଖୁସି ହ୍ରାସ ହେବ।

ଯଦି ଆପଣ ବିବାହ କରିବାକୁ ଭାବୁଛନ୍ତି ତେବେ ସମ୍ପର୍କରେ ଚିନ୍ତା ବଢ଼ିପାରେ କିମ୍ବା ଏହି ବର୍ଷ ଆପଣଙ୍କର ବିବାହ କରିବାର ସମ୍ଭାବନା କମ ରହିପାରେ। ଆମେ ଆପଣଙ୍କୁ କହି ସାରିଚୁ ଯେ ମିଥୁନ ରାଶି ଦ୍ଵିଶ୍ଵଭାବ ରାଶି ଅଟେ ସେଥିପାଇଁ ଆପଣ ନିଜର ପ୍ରେମ ଓ ବିବାହରେ ସୁଖ ବଜାୟ ରଖିବାରେ ଅସଫଳ ହେବେ। ଆପଣଙ୍କ ପାଇଁ ଅହଂକାର ତ୍ୟାଗ କରି ପାର୍ଟନର ସହ କଥା ହେବା ଜରୁରି ହେବ। ଏହା ଫଳରେ ଦୁହେଁ ଖୁସି ରହିବେ। ମିଥୁନ ବାର୍ଷିକ ରାଶିଫଳ କହୁଛି ଯେ ବୃହସ୍ପତି ମହାରାଜଙ୍କର ଆପଣଙ୍କ ପଞ୍ଚମ ଓ ସପ୍ତମ ଘରେ ଦୃଷ୍ଟି ରହିବା ଯୋଗୁଁ ଆପଣଙ୍କୁ ସମ୍ପର୍କରେ ସାଥୀ ସହିତ ପ୍ରେମପୂର୍ଣ ଭାବ ରଖିବାକୁ ପଡ଼ିବ।

ପ୍ରେମର କାରକ ଗ୍ରହ ଶୁକ୍ର ଆପଣଙ୍କର ପଞ୍ଚମ ଘରର ସ୍ବାମୀ ଯିଏ 29 ଜୁନ 2025 ରୁ 26 ଜୁଲାଇ 2025 ପର୍ଯ୍ୟନ୍ତ ଓ ଏହା ପରେ 02 ନଭେମ୍ବର 2025 ରୁ 26 ନଭେମ୍ବର 2025 ପର୍ଯ୍ୟନ୍ତ ଆପଣଙ୍କ ପ୍ରେମ ଜୀବନରେ ସକାରାତ୍ମକ ପରିଣାମ ପ୍ରଦାନ କରିବେ। ଏହି ସମୟକୁ ପ୍ରେମ ଓ ବିବାହ ପାଇଁ ଭଲ ବୋଲି କୁହା ଯାଇପାରିବ।

ଏଠାରେ କ୍ଲିକ କରି ମାଗଣାରେ କରାନ୍ତୁ, ନାମ ଦ୍ବାରା କୁଣ୍ଡଳୀ ମିଳନ !

ମିଥୁନ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ସ୍ବାସ୍ଥ୍ୟ

ମିଥୁନ ବାର୍ଷିକ ରାଶିଫଳ କହୁଛି ଯେ ଏହି ରାଶିର ଲୋକଙ୍କ ସ୍ବାସ୍ଥ୍ୟ ଅପ୍ରିଲ ମାସ ପର୍ଯ୍ୟନ୍ତ ଭଲ ରହିବ। କିନ୍ତୁ ଅପ୍ରିଲ ପରେ ଗୁରୁ ଓ ଶନି ଗୋଚର ଆପଣଙ୍କ ପାଇଁ ଅନୁକୂଳ ହେବ ନାହିଁ। ବୃହସ୍ପତି ଦେବ ଆପଣଙ୍କ ରାଶିରେ ରହିବେ ସେଥିପାଇଁ ଆପଣ ମୋଟାପଣର ଶିକାର ହେବେ। ସାଙ୍ଗରେ ଏହି ବର୍ଷ ଆପଣଙ୍କ ଭିତରେ ଅଳସୁଆମୀ ବୃଦ୍ଧହୟ ହେବ ଓ ଆପଣଙ୍କର ଆତ୍ମବିଶ୍ଵାସ କମ ରହିବ। ଗୁରୁ ଗ୍ରହ ଆପଣଙ୍କର ଲଗ୍ନ ଘରେ ଥିବା ଯୋଗୁଁ ଆପଣଙ୍କୁ ବାରମ୍ବାର ଥଣ୍ଡା କାଶ ସମସ୍ଯା ଲାଗି ରହିବ। ବୁଧ ଆପଣଙ୍କର ପ୍ରଥମ ଘରର ସ୍ବାମୀ ଓ ସେ ଗୁରୁ ଗ୍ରହଙ୍କ ପ୍ରତି ଶତ୍ରୁ ଭାବ ରଖନ୍ତି। ଏପରି ପରିସ୍ଥିତିରେ ବୃହସ୍ପତି ଦେବ ଆପଣଙ୍କ ସ୍ବାସ୍ଥ୍ୟକୁ ପ୍ରଭାବିତ କରିବେ ଓ ଆପଣଙ୍କୁ ସମସ୍ଯାର ସାମ୍ନା କରିବାକୁ ପଡ଼ିବ। ମିଥୁନ ବାର୍ଷିକ ରାଶିଫଳ 2025 ଅନୁଯାୟୀ ଯଦି ସମ୍ଭବ ଆପଣ ନିଜର ଫିଟନେସ ଉପରେ ଧ୍ୟାନ ଦିଅନ୍ତୁ।

ପ୍ରତିକାର

  • ଗୁରୁବାର ଦିନ ଲିଙ୍ଗାଷ୍ଟକମ ପାଠ କରନ୍ତୁ ।
  • ମଙ୍ଗଳବାର ଦିନ ଗୁରୁଙ୍କ ପାଇଁ ଯଜ୍ଞ କରନ୍ତୁ।
  • ପ୍ରତିଦିନ ଓଁ କେତବେ ନମଃ 21 ଥର ଜପ କରନ୍ତୁ।
  • ପ୍ରତିଦିନ ଓଁ ଗୁରବେ ନମଃ 11 ଥର ଜପ କରନ୍ତୁ।

ନିଜର ରାଶି ଅନୁସାରେ ପଢ଼ନ୍ତୁ, ସବୁଠାରୁ ସଠିକ ଆପଣଙ୍କର ଆଜିର ରାଶିଫଳ

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ମାଈକୁଣ୍ଡଳୀ ସହିତ ଜଡ଼ିତ ଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ!