Personalized
Horoscope

ସିଂହ ବାର୍ଷିକ ରାଶିଫଳ 2025

ଏହି ବର୍ଷ ପାଇଁ ସିଂହ ବାର୍ଷିକ ରାଶିଫଳ 2025 ବିଶେଷ ରୂପରେ ସିଂହ ରାଶି ଲୋକଙ୍କ ପାଇଁ ତିଆରି କରାଯାଇଛି। ଏହି ଭବିଷ୍ୟଫଳ ମାଧ୍ୟମରୁ ଆପଣଙ୍କୁ ଜୀବନର ବିଭିନ୍ନ କ୍ଷେତ୍ର ଯେପରି କି ଆର୍ଥିକ ଜୀବନ, କ୍ୟାରୀଅର, ପ୍ରେମ, ବିବାହ, ପରିବାର, ସ୍ବାସ୍ଥ୍ୟ, ବ୍ୟବସାୟ ଇତ୍ୟାଦି ବିଷୟରେ ବିସ୍ତୃତ ଭାବରେ ସୂଚନା ପ୍ରାପ୍ତ ହେବ ଯାହା ବୈଦିକ ଶାସ୍ତ୍ର ଉପରେ ଆଧାରିତ। ଏବେ ଆମେ ଡେରି ନ କରି ଆଗକୁ ବଢ଼ିବା ଓ ଜାଣିବା ସିଂହ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ 2025 କ’ଣ ରଖିଛି।

ସିଂହ ବାର୍ଷିକ ରାଶିଫଳ 2025

Read in English - Leo Yearly Horoscope 2025

ବୈଦିକ ଜ୍ଯୋତିଷଶାସ୍ତ୍ର ଅନୁସାରେ ରାଶି ଚକ୍ରର ପଞ୍ଚମ ରାଶି ସିଂହ ରାଶି ଓ ଏହା ଅଗ୍ନି ତତ୍ଵର ରାଶି। ଏହି ରାଶିର ଅଧିପତି ଦେବ ଗ୍ରହମାନଙ୍କର ରାଜା ସୂର୍ଯ୍ୟ ଅଟନ୍ତି। ଏହି ବର୍ଷର ଆରମ୍ଭରେ ବୃହସ୍ପତି ମହାରାଜ ଦଶମ ଘରେ ରହିବେ ଓ ମଈ 2025 ରୁ ଗୁରୁ ଦେବ ଆପଣଙ୍କର ଏକାଦଶ ଘରେ ପ୍ରବେଶ କରିବେ। ଏହା ଆପଣଙ୍କୁ କାର୍ଯ୍ୟରେ ଭଲ ପରିଣାମ ଦେବ। ରହ ଆପଣଙ୍କର ସପ୍ତମ ଘରେ ବସିବେ ଯେତେବେଳେ କି କେତୁ ଆପଣଙ୍କର ପ୍ରଥମ ଘରେ ବସିବେ। ଏହି ଦୁଇଟି ଗ୍ରହଙ୍କର ସ୍ଥିତି ଭଲ କୁହାଯିବ ନାହିଁ। ଏହି ବର୍ଷ ଆପଣଙ୍କୁ ନକାରାତ୍ମକ ପରିଣାମ ଦେବ।

ବର୍ଷ 2025ରେ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଶନି ଦେବ ଆପଣଙ୍କର ଷଷ୍ଠ ଘର ଓ ସପ୍ତମ ଘରର ସ୍ବାମୀ ଭାବରେ ସପ୍ତମ ଘରେ ରହିବେ। କଇଁତ ଅପ୍ରିଲ 2025 ରୁ ସେ ଆପଣଙ୍କର ଅଷ୍ଟମ ଘରେ ଗୋଚର କରିବେ। ଗୁରୁ ଗ୍ରହ ମଈରୁ ପଞ୍ଚମ ଓ ଅଷ୍ଟମ ଘରର ସ୍ବାମୀ ରୂପରେ ଏକାଦଶ ଘରେ ଉପସ୍ଥିତ ରହିବେ। ବୃହସ୍ପତି ଦେବଙ୍କର ସ୍ଥିତିକୁ ଆପଣଙ୍କ ପାଇଁ ଅନୁକୂଳ କୁହାଯିବ ଓ ସେ ଶୁଭ ଫଳ ପ୍ରଦାନ କରିବେ।

ଏହି ସିଂହ ବାର୍ଷିକ ରାଶିଫଳ 2025 ଅନୁସାରେ, ଯେତେବେଳେ ମଈ 2025 ପରେ ଗୁରୁ ଗ୍ରହ ଗୋଚର କରି ଦୃଢ଼ ସ୍ଥିତିରେ ରହିବେ, ସେହି ସମୟରେ କ୍ୟାରୀଅର ସହିତ ଜଡ଼ିତ କୌଣସି ବଡ଼ ନିଷ୍ପତି ନେବା ପାଇଁ ଯେପରି ଚାକିରି ବଦଳାଇବା କିମ୍ବା ବ୍ୟବସାୟ ଆରମ୍ଭ କରିବା ପାଇଁ ଭଲ ପ୍ରମାଣିତ ହେବ। ଯେଉଁ ଲୋକମାନେ କୌଣସି ବଡ଼ ବିନିଯୋଗ କରିବାକୁ ଚାହୁଁଛନ୍ତି, ସେମାନେ ଏହି ଅବଧିରେ ତାହା କରିପାରିବେ କାରଣ ଆପଣଙ୍କୁ ସକାରାତ୍ମକ ପରିଣାମ ମିଳିବାର ସମ୍ଭାବନା ଅଛି।

ଛାୟା ଗ୍ରହ ରାହୁ ଓ କେତୁଙ୍କ ବିଷୟରେ କହିଲେ, ମଈ 2025 ରୁ ଏହି ଦୁଇଟି ସପ୍ତମ ଓ ପ୍ରଥମ ଘରେ ସ୍ଥିତ ରହିବେ। ଏହି ସ୍ଥିତିଙ୍କର ଯୋଗୁଁ ସିଂହ ରାଶିର ଲୋକ ପାର୍ଟନର ସହିତ ସମ୍ପର୍କରେ ଭଲ ତାଳମେଳ ରଖିପାରିବେ ନାହିଁ କିମ୍ବା ସମ୍ପର୍କରେ ପ୍ରେମର ଅଭାବ ନଜର ଆସିବ। ଏହା ବ୍ୟତୀତ, ଏହି ଲୋକମାନଙ୍କର ପ୍ରେମ ଜୀବନକୁ ରାହୁ-କେତୁ ନକାରାତ୍ମକ ଭାବରେ ପ୍ରଭାବିତ କରିପାରନ୍ତି ଓ ଏହାର ପରିଣାମସ୍ବରୂପ, ଆପଣଙ୍କ ମଧ୍ୟରେ ଅହଂକାର ସହିତ ଜଡ଼ିତ ସମସ୍ଯା ସୃଷ୍ଟି ହୋଇପାରେ।

ଚାଲନ୍ତୁ ଏବେ ଆଗକୁ ବଢ଼ିବା ଓ ସିଂହ ବାର୍ଷିକ ରାଶିଫଳ ମାଧ୍ୟମରୁ ଜାଣିବା ସିଂହ ରାଶି ଲୋକଙ୍କ ପାଇଁ ଆସନ୍ତା ବର୍ଷ 2025 କ’ଣ ପରିବର୍ତ୍ତନ ଆଣିବ?

ଆଷ୍ଟ୍ରୋବାର୍ତ୍ତା : ଆମର ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ପାଆନ୍ତୁ ସମସ୍ତ ସମସ୍ୟାର ସମାଧାନ।

ସିଂହ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: କ୍ୟାରୀଅର

ସିଂହ ବାର୍ଷିକ ରାଶିଫଳ ଅନୁସାରେ,ଆସନ୍ତା ବର୍ଷ ସିଂହ ରାଶି ଲୋକଙ୍କୁ ଚାକିରି ସମ୍ବନ୍ଧୀୟ ହାରାହାରି ପରିଣାମ ମିଳିବ୍ କାରଣ ମାର୍ଚ୍ଚ 025 ପରେ ଶନି ଦେବ ଆପଣଙ୍କର ଅଷ୍ଟମ ଘରେ ବସିବେ। ଏହି ଘରେ ବିରାଜମାନ ଶନି ଦେବ ଆପଣଙ୍କର ଚାକିରିରେ ସମସ୍ଯା ଓ ବାଧା ଦେବେ। ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି କିମ୍ବା ଯେଉଁମାନେ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହି ବର୍ଷ ଅଧିକ ଭଲଅ କୁହାଯିବ। ସାଙ୍ଗରେ, ଏହି ସମୟରେ ଆପଣା କୌଣସି ନୂଆ ପାର୍ଟନର୍ଶିପ ନ କରନ୍ତୁ।

ଯେଉଁମାନେ ଚାକିରି ଖୋଜୁଛନ୍ତି, ମଈ 2025 ପରେ ସମୟ ଆପଣଙ୍କ ପାଇଁ ଭଲ ସୁଯୋଗ ଆସିବ କାରଣ ଗୁରୁ ଗ୍ରହ ଆପଣଙ୍କର ଚନ୍ଦ୍ର ରାଶିର ଏକାଦଶ ଘରେ ଉପସ୍ଥିତ ରହିବେ। ଏଠାରେ ବସି ଗୁରୁ ଦେବ ଆପଣଙ୍କର ଭାଗ୍ୟକୁ ଦୃଢ଼ କରିବେ। ଶନି ଅଷ୍ଟମ ଘରେ ଥିବା ଯୋଗୁଁ ଆପଣଙ୍କୁ ବରିଷ୍ଠଙ୍କ ସହିତ ସମ୍ପର୍କରେ ଉତ୍ଥାନ-ପତନ ହୋଇପାରେ।

ଆପଣଙ୍କର ସପାତ୍ମ ଘରେ ରାହୁ ଓ ପ୍ରଥମ ଘରେ କେତୁ ଥିବା ଯୋଗୁଁ ଚାକିରିରେ ଚାପ ବଢ଼ିପରେ। ସମ୍ଭାବନା ଅଛି ଯେ ଆପଣଙ୍କୁ କାମ ପାଇଁ ବରିଷ୍ଠଙ୍କ ଦ୍ବାରା ପ୍ରଶଂସା ମିଳି ନ ପାରେ। ଯଦି ଆପଣ ବ୍ୟବସାୟୀ ଓ କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି, ସାବଧାନ ରୁହନ୍ତୁ।

ସିଂହ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ଆର୍ଥିକ ଜୀବନ

ବାର୍ଷିକ ରାଶିଫଳ 2025 କହୁଛି ଯେ ସିଂହ ରାଶି ଲୋକଙ୍କୁ ଆର୍ଥିକ ଜୀବନରେ ହାରାହାରି ପରିଣାମ ପ୍ରାପ୍ତ ହେବ। ସାଙ୍ଗରେ ଆପଣଙ୍କର ସାମ୍ନାରେ ଗୋଟେ ବଡ଼ ଖର୍ଚ୍ଚ ଆସିପାରେ।

ମଈ 2025 ପରେ ସମୟ ଧନ ସହିତ ଜଡ଼ିତ ମାମଲା ପାଇଁ ଭଲ କୁହାଯାଇ ପାରେ। ଏହି ସମୟରେ ଆପଣ ପର୍ଯ୍ୟାପ୍ତ ମାତ୍ରାରେ ଧନ ସଞ୍ଚୟ କରିପାରିବେ। ଯଦି ଏହି ଲୋକମାନେ ଆର୍ଥିକ ଜୀବନରେ ବିନିଯୋଗ ସମ୍ବନ୍ଧିତ ନିଷ୍ପତି ନେବାକୁ ଚାହିଁବେ ସେଥିରୁ ଭଲ ରିଟାର୍ନ ମିଳିବ।

ଆପଣଙ୍କର ସପ୍ତମ ଘରେ ରାହୁ ଓ ପ୍ରଥମ ଘରେ କେତୁ ସ୍ଥିତ ହେବା ଯୋଗୁଁ, ସିଂହ ବାର୍ଷିକ ରାଶିଫଳ 2025 ଅନୁସାରେ, ଏହା ଆପଣଙ୍କର ଜୀବନରେ ଅଯଥା ଖର୍ଚ୍ଚ ଆଣିପରେ ଯେଉଁଥିପାଇଁ ଆପଣ ଚିନ୍ତିତ ରହିବେ।

ଆପଣ ଓ ଆପଣଙ୍କ ଜୀବନସାଥୀର ନାମ ଦ୍ବାରା କେତୋଟି ଗୁଣ ମିଶୁଛି? ଜାଣିବା ପାଇଁ ବେ କ୍ଲିକ କରନ୍ତୁ, ନାମ ଦ୍ବାରା କୁଣ୍ଡଳୀ ମିଳନ

ସିଂହ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ଶିକ୍ଷା

ସିଂହ ବାର୍ଷିକ ରାଶିଫଳ କହୁଛି ଯେ ଛାତ୍ରଙ୍କ ପାଇଁ ଆସନ୍ତା ବର୍ଷ ଶିକ୍ଷା ଦୃଷ୍ଟିରୁ ଭଲ କୁହା ଯାଇପାରିବ ନାହିଁ କାରଣ ଆପଣଙ୍କର ରାଶିର ଦଶମ ଘରେ ଗୁରୁ ଗ୍ରହ ଉପସ୍ଥିତ ରହିବେ। ଏହି ସମୟ ଆପଣଙ୍କ ପାଇଁ ଟିକେ ଦୁର୍ବଳ ହୋଇପାରେ। ମଈ 2025ରେ ବୃହସ୍ପତି ଦେବ ଗୋଚର କରି ଏକାଦଶ ଘରେ ପ୍ରବେଶ କରିବେ ଓ ଶିକ୍ଷା ସମ୍ବନ୍ଧରେ ପ୍ରଗତି ଆଣିବେ। ଆପଣଙ୍କୁ ପାଠ ପଢ଼ାରେ ସଫଳତା ମିଳିବାର ସମ୍ଭାବନା ଅଛି।

ମଈ 2025 ପରର ଏହି ଅବଧିରେ ଆପଣ ଏଡଭାନ୍ସ ସ୍ଟଡିର ଆରମ୍ଭ କରିପାରିବେ କିମ୍ବା ପ୍ରତିଯୋଗିତା ପରୀକ୍ଷାରେ ଭାଗ ନେଇ ପାରିବେ ଯେଉଁଥିରେ ଆପଣ ଭଲ ପ୍ରଦର୍ଶନ କରିବେ ଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବେ। ଏହି ସମୟରେ ଆପଣ ନିଜର ଯୋଗ୍ୟତା ଓ କ୍ଷମତା ପ୍ରମାଣ କରିବେ।

ସିଂହ ବାର୍ଷିକ ରାଶିଫଳ ଅନୁସାରେ ମାର୍ଚ 2025 ରୁ ଆପଣଙ୍କ ରାଶିର ଅଷ୍ଟମ ଘରେ ଶନି ଦେବ ବିରାଜମାନ ହେବେ। ଏହାର ପରିଣାମସ୍ବରୂପ, ଆପଣଙ୍କୁ ଶିକ୍ଷାରେ ଉତ୍ଥାନ-ପତନ ସାମ୍ନା କରିବାକୁ ପଡ଼ିବ। ପାଠ ପଢ଼ାରୁ ଆପଣଙ୍କର ଧ୍ୟାନ ହଟିପାରେ। ଛାୟା ଗ୍ରହ ରାହୁ-କେତୁ ଆପଣଙ୍କର ଶିକ୍ଷା ଶିକ୍ଷାକୁ ପ୍ରଭାବିତ କରିପାରନ୍ତି ଓ ପାଠପଢ଼ାରେ ପ୍ରଗତିର ଗତି ଧୀର ହୋଇପାରେ। ଏହାର ପ୍ରଭାବ ଆପଣଙ୍କର ପ୍ରଦର୍ଶନ ଉପରେ ପଡ଼ିପାରେ। ଏହି ଅବଧିରେ ବୃହସ୍ପତି ଗ୍ରହ ଆପଣଙ୍କର ସହାୟତା କରିବେ।

ସିଂହ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ପାରିବାରିକ ଜୀବନ

ବାର୍ଷିକ ରାଶିଫଳ 2025 କହୁଛି ଯେ ବର୍ଷ 2025ରେ ମଈ ମାସ ପରେ ସିଂହ ରାଶି ଲୋକଙ୍କୁ ପାରିବାରିକ ଜୀବନରେ ଭଲ ପରିଣାମ ପ୍ରାପ୍ତ ହେବ। ଏହି ସମୟରେ ପରିବାର ସହିତ ସମୟ ବିତାଇବେ ଓ ତାଙ୍କ ସହିତ ବାହାରକୁ ବୁଲିବାକୁ ଯାଇପାରିବେ। ଏହି ଅବଧିର ଆନନ୍ଦ ଉଠାଇବେ। ଏହା ଏଠିପାଇଁ ସମ୍ଭବ ହେବ କାରଣ ମଈ 2025 ପରେ ଗୁରୁର ଗ୍ରହଙ୍କର ସ୍ଥିତି ଶୁଭ ରହିବ।

ଏହି ଅବଧିର ଆନନ୍ଦ ନେବା ସହିତ ଆପଣ ନିଜର ଉଚ୍ଚ ମୂଲ୍ୟ ସ୍ଥାପନ କରିବେ।

ଯେପରି ଆମେ ଆପଣଙ୍କୁ କହିଛୁ ଗୁରୁ ମହାରାଜଙ୍କର ଅନୁକୂଳ ସ୍ଥିତି ରହିବ, କିନ୍ତୁ ଶନି ଦେବ ଆପଣଙ୍କର ଚନ୍ଦ୍ର ରାଶିର ଅଷ୍ଟମ ଘରେ ବସିବେ। ଏହାର ପରିଣାମସ୍ବରୂପ ପାରିବାରିକ ଜୀବନରେ ସମସ୍ଯା ସାମ୍ନା କରିବାକୁ ପଡ଼ିବ ଯାହାଫଳରେ ଖୁସି କମ ହେବ।

ରାହୁଙ୍କର ପ୍ରଥମ ଘରେ ଓ କେତୁଙ୍କର ସପ୍ତମ ଘରେ ଉପସ୍ଥିତି ଘରେ ପ୍ରେମ ଓ ସୌହାର୍ଦ କମ କରିପାରେ। ସାଙ୍ଗରେ, ଏହାର ପ୍ରଭାବ ପରିବାର ଲୋକଙ୍କ ସହିତ ସମ୍ପର୍କ ଉପରେ ମଧ୍ୟ ପଡ଼ିପାରେ।

ମଈ 2025 ରେ ହେଅବକୁ ଥିବା ଗୁରୁ ଗୋଚର ଆପଣଙ୍କ ପାଇଁ ଭଲ ରହିବ ଓ ପରିବାରରେ ଖୁସି ବଢ଼ିବ।

ଆଜି ଚନ୍ଦ୍ର କେତେବେଳେ ବାହାରିବେ? ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ।

ସିଂହ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ପ୍ରେମ ଏବଂ ବୈବାହିକ ଜୀବନ

ସିଂହ ବସ୍ରଶୀକ ରାଶିଫଳ ଅନୁସାରେ, ଆସନ୍ତା ବର୍ଷ ଅପ୍ରିଲ ମାସ ପରଜଯ୍ୟନ୍ତ ପ୍ରେମ ଓ ବୈବାହିକ ଜୀବନକୁ ଅଧିକ ଭଲ କୁହାଯାଇ ପଡ଼ିବ ନାହିଁ। କିନ୍ତୁ, ମଈ ପରେ ସମୟ ଆପଣଙ୍କ ପ୍ରେମ ଓ ବୈବାହିକ ଜୀବନରେ ଶୁଭ ଫଳ ଆଣିବ। ଯଦି ଆପଣ କାହାକୁ ପ୍ରେମ କରନ୍ତି ତେବେ ଏହି ଅବଧି ଆପଣଙ୍କୁ ସଫଳତା ଦେବାରେ ସହାୟକ ହେବ। ଯଦି କୌଣସି ଲୋକ ବିବାହ କାଇବାକୁ ଚାହୁଁଛନ୍ତି ତେବେ ତାଙ୍କ ପାଇଁ ମଈ ପରେ ସମୟ ଭଲ ରହିବ।

ଶନି ଦେବ ଅଷ୍ଟମ ଘରେ ବସି ପାର୍ଟନର ସହିତ ଆପଣଙ୍କର ସମ୍ପର୍କକୁ ପରୀକ୍ଷା କରିବେ। ଏପରି ସ୍ଥିତିରେ ସାଥି ସହିତ ବିବାଦ ହେବାର ଆଶଙ୍କା ଅଛି। ସିଂହ ବାର୍ଷିକ ରାଶିଫଳ 2025 କହୁଛି ଯେ ଆପଣଙ୍କର ରାଶିର ପ୍ରଥମ ଘରେ ରାହୁ ଓ ସପ୍ତମ ଘରେ କେତୁଙ୍କ ସ୍ଥିତି ସମସ୍ଯା ବଢ଼ାଇପାରେ। ଏହାର ପରିଣାମସ୍ବରୂପ ଆପଣଙ୍କ ସାଥି ସହିତ ସମ୍ପର୍କରେ ଉତ୍ଥାନ-ପତନ ସାମ୍ନା କରିବାକୁ ପଡ଼ିବ। ଲୋକଙ୍କୁ ସମ୍ପର୍କରେ ମଧୁରତା ରଖିବା ପାଇଁ ଧାର୍ଯ୍ୟବାନ ହେବାକୁ ପଡ଼ିବ।

ଶୁକ୍ର ଦେବଙ୍କୁ ପ୍ରେମ ଓ ବିବାହର କାରକ ଗ୍ରହ କୁହଯାଏ ଯିଏ ଆପଣଙ୍କର 29 ଜୁନ 2025 ରୁ 26 ଜୁଲାଇ 2025 ଓ 02 ନଭେମ୍ବର ରୁ 26 ନଭେମ୍ବର 2025 ପର୍ଯ୍ୟନ୍ତ ଅବଧିରେ ଆପଣଙ୍କ ପାଇଁ ଫଳଦାୟୀ ରହିବେ। ସାଙ୍ଗରେ ଆପଣଙ୍କୁ ପ୍ରେମ ଏବଂ ବିବାହ ମାମଲାରେ ଶୁଭ ଫଳ ପ୍ରଦାନ କରିବେ।

ଏଠାରେ କ୍ଲିକ କରି ମାଗଣାରେ କରାନ୍ତୁ, ନାମ ଦ୍ବାରା କୁଣ୍ଡଳୀ ମିଳନ !

ସିଂହ ରାଶି ଲୋକଙ୍କ ପାଇଁ ବାର୍ଷିକ ରାଶିଫଳ: ସ୍ବାସ୍ଥ୍ୟ

ସିଂହ ବାର୍ଷିକ ରାଶିଫଳ ଅନୁସାରେ ଆସନ୍ତା ବର୍ଷ ସିଂହ ରାଶି ଲୋକଙ୍କୁ ଗୋଡ଼ରେ ଦରଜ ହୋଇପାରେ ଯାହାର କାରଣ ଶନି ଦେବଙ୍କର ଅଷ୍ଟମ ଘରେ ରହିବା। ଏହି ବର୍ଷ ରାହୁ ସପ୍ତମ ଘରେ ଓ କେତୁ ପ୍ରଥାମ ଘରେ ବିରାଜମାନ ହେବେ ଯିଏ ଆପଣଙ୍କୁ ସ୍ବାସ୍ଥ୍ୟ ସହିତ ଜଡ଼ିତ ସମସ୍ଯା ଦେବେ।

ସପ୍ତମ ଘରେ ଶନି ଦେବଙ୍କର ଉପସ୍ଥିତିକୁ ଅନୁକୂଳ କୁହାଯିବ ନାହିଁ କାରଣ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବ। ଏପରି ସ୍ଥିତିରେ ଆପଣଙ୍କର ଚିନ୍ତା ବଢ଼ିବ।

କିନ୍ତୁ ମଈ 2025 ରେ ହେବାକୁ ଗୁରୁ ଗ୍ରହଙ୍କର ଗୋଚର ଶୁଭ ରହିବ। ଏହାର ପରିଣାମସ୍ବରୂପ, ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ।

ପ୍ରଭାବଶାଳୀ ପ୍ରତିକାର

  • ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ ଓ ବିଶେଷ ରୂପରେ ମଙ୍ଗଳବାର ଦିନ ଏହାର ପାଠ ଫଳଦାୟୀ ହେବ।
  • ପ୍ରତିଦିନ 44 ଥର “ଓଁ ମନ୍ଦାୟ ନମଃ” ପାଠ କରନ୍ତୁ।
  • ପ୍ରତିଦିନ ଆଦିତ୍ୟ ହୃଦୟମ ସ୍ତୋତ୍ର 19 ଥର ପାଠ କରନ୍ତୁ।

ନିଜର ରାଶି ଅନୁସାରେ ପଢ଼ନ୍ତୁ, ସବୁଠାରୁ ସଠିକ ଆପଣଙ୍କର ଆଜିର ରାଶିଫଳ

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ମାଈକୁଣ୍ଡଳୀ ସହିତ ଜଡ଼ିତ ଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ!

ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

ପ୍ରଶ୍ନ 1. ସିଂହ ରାଶି ଲୋକଙ୍କ ପାଇଁ କ’ଣ 2025 ଭଲ ରହିବ?

ଉତ୍ତର 1. ସିଂହ ରାଶି ଲୋକଙ୍କୁ 2025 ରେ କ୍ୟାରୀଅର କ୍ଷେତ୍ରରେ କିଛି ଭଲ ସୁଯୋଗ ପ୍ରାପ୍ତ ହେବ।

ପ୍ରଶ୍ନ 2. କ’ଣ ବର୍ଷ 2025 ରେ ସିଂହ ରାଶି ଭାଗ୍ୟଶାଳ ରହିବ?

ଉତ୍ତର 2. ସିଂହ ରାଶି ଲୋକଙ୍କ ପାଇଁ ବର୍ଷ 2025 ରେ ବିଭିନ୍ନ କ୍ଷେତ୍ରରେ ମିଶାମିଶି ପରିଣାମ ମିଳିବ।

ପ୍ରଶ୍ନ 3. କ’ଣ 2025 ଏକ ଭାଗ୍ୟଶାଳୀ ବର୍ଷ ହେବ?

ଉତ୍ତର 3. ସିଂହ ରାଶି ଲୋକଙ୍କ ପାରିବାରିକ ଜୀବନ ପାଇଁ ବର୍ଷ 2025 ରେ ମଈ ପରେ ସମୟ ଭଲ ରହିବ।

ପ୍ରଶ୍ନ 4. ସିଂହ ରାଶି ଲୋକଙ୍କୁ କାହାର ପୂଜା କରିବା ଉଚିତ?

ଉତ୍ତର 4. ସିଂହ ରାଶି ଲୋକମାନେ ସୂର୍ଯ୍ୟଙ୍କ ସହିତ ହନୁମାନଙ୍କର ପୂଜା କରିବା ଉଚିତ।