Personalized
Horoscope

ବାର୍ଷିକ ରାଶିଫଳ 2025

ମାଇକୁଣ୍ଡଳୀର ଏହି ବାର୍ଷିକ ରାଶିଫଳ 2025 ବିଶେଷ ରୂପରେ ଆପଣଙ୍କ ପାଇଁ ପ୍ରସ୍ତୁତ ହୋଇଛି ଯାହା ମାଧ୍ୟମରେ ଆପଣଙ୍କୁ ବର୍ଷ 2025 ପାଇଁ ସମସ୍ତ 12 ଟି ରାଶିର ଲୋକଙ୍କ ଜୀବନର ବିଭିନ୍ନ କ୍ଷେତ୍ର ବିଷୟରେ ବିସ୍ତୃତରେ ଭବିଷ୍ୟବାଣୀ ପ୍ରଦାନ କରିବ। ଏହି ଲେଖାରେ ଆପଣ କ୍ୟାରୀଅର, ବୃତ୍ତି, ପ୍ରେମ ଜୀବନ, ବ୍ୟବସାୟ, ସ୍ବାସ୍ଥ୍ୟ, ପରିବାର ଇତ୍ୟାଦି ସହିତ ଜଡ଼ିତ ଭଲ ମନ୍ଦର ସୂଚନା ପାଇବେ। ଏହି ଅବଧିରେ ପ୍ରମୁଖ ଚାରୋଟି ଗ୍ରହ ଯେପରି ଶନି, ବୃହସ୍ପତି, ରାହୁ ଓ କେତୁଙ୍କର ଗୋଚରର ପ୍ରଭାବ 12ଟି ରାଶିକୁ କିପରି ପ୍ରଭାବିତ କରିବ ସେ ବିଷୟରେ ଜାଣିବେ।

ବାର୍ଷିକ ରାଶିଫଳ 2025

Read in English - Yearly Horoscope 2025

ଏହି ବର୍ଷର ସ୍ବାମୀ ଗ୍ରହ ହେଉଛନ୍ତି ମଙ୍ଗଳ ଓ ଅଙ୍କ 9 ସହିତ ଜଡ଼ିତ। ଏହଈ ଗ୍ରହ ସ୍ପଷ୍ଟତା ଓ ଅନୁଶାସନର ପ୍ରତିନିଧିତ୍ବ କରନ୍ତି। ଆସନ୍ତା ବର୍ଷରେ 29 ମାର୍ଚ୍ଚ 2025 ରେ ଶନି ମହାରାଜଙ୍କର ସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳିବ। 18 ମଈ 2025 ରେ ରାହୁଙ୍କର ଗୋଚର କୁମ୍ଭ ରାଶିରେ ହେବ ଓ କେତୁ 18 ମଈ 2025ରେ ସିଂହ ରାଶିରେ ପ୍ରବେଶ କରିବେ।

ବାର୍ଷିକ ରାଶିଫଳ ଅନୁସାରେ ଏହି ବର୍ଷ ଯେଉଁ ରାଶିମାନଙ୍କୁ ଅଧିକ ଲାଭ ମିଳିବ ସେଗୁଡ଼ିକ ହେଉଛନ୍ତି ମେଷ, ତୁଳା, ବିଛା, ମିଥୁନ ଓ ମୀନ ରାଶି କାରଣ ଆପଣଙ୍କ ଉପରେ ଶୁଭ ଗ୍ରହ ବୃହସ୍ପତି ଦେବ ଓ ଶନି ମହାରାଜଙ୍କର କୃପା ରହିବ। ଏହି ବର୍ଷ ମକର ରାଶିଲୋକଙ୍କୁ ସାଢ଼େସାତୀର ଅଶୁଭ ପ୍ରଭାବରୁ ମୁକ୍ତି ମିଳିବ କାରଣ ବର୍ଷ 2025ରେ ଶନି ସାଢ଼େ ସାତୀର ଅନ୍ତ ହେବ।

ଆଷ୍ଟ୍ରୋବାର୍ତ୍ତା : ଆମର ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ପାଆନ୍ତୁ ସମସ୍ତ ସମସ୍ୟାର ସମାଧାନ।

ମେଷ

ଏହି ରାଶିଫଳ 2025 ଅନୁସାରେ, ବର୍ଷ 2025ରେ ମେଷ ରାଶି ଲୋକଙ୍କ ପାଇଁ ଶନି ମହାରାଜ ମାର୍ଚ୍ଚ 2025 ପର୍ଯ୍ୟନ୍ତ ଅନୁକୂଳ ରହିବେ। ଏହା ପରେ ଏହି ରାଶିର ସାଢ଼େ ସାତୀ ଆରମ୍ଭ ହେବେ। ଏପରି ସ୍ଥିତିରେ, ଏହି ଲୋକଙ୍କର କ୍ୟାରୀଅର, ଆର୍ଥିକ ଜୀବନ ଓର ପ୍ରେମ ଜୀବନରେ ମିଶାମିଶି ପରିଣାମ ପ୍ରାପ୍ତ ହେବ। ଏହି ବର୍ଷ ହେବାକୁ ଥିବା ଗୁରୁ ଗ୍ରହଙ୍କ ଗୋଚର ଆପଣଙ୍କୁ ଧନ ରୋଜଗାର କରିବା ପାଇଁ ସୁଯୋଗ ଆଣିଦେବ ଓ କ୍ୟାରୀଅର କ୍ଷେତ୍ରରେ ଭଲ ସୁଯୋଗ ମିଳିବ। ସମ୍ପର୍କରେ ତାଳମେଳ ରହିବ।

ମାର୍ଚ୍ଚ 2025 ରେ ମେଷ ରାଶି ଲୋକଙ୍କ ବାର୍ଷିକ ରାଶିଫଳ 2025 କହୁଛି ଯେ ଆପଣଙ୍କ ପାଇଁ ଆରମ୍ଭ ହେବାକୁ ଥିବା ସାଢ଼େ ସାତୀ ଆପଣଙ୍କୁ ମିଶ୍ରିତ ପରିଣାମ ଦେବ। ଆପଣଙ୍କୁ ଲାଭ ମିଳିବ କିନ୍ତୁ ଖର୍ଚ୍ଚ ମଧ୍ୟ ବଢ଼ିବ। ଅଗସ୍ଟ 2025 ପରେ ଆପଣଙ୍କୁ ପର୍ଯ୍ୟାପ୍ତ ଧନ ମିଳିବ। ଏହି ବର୍ଷ ଛାୟା ଗ୍ରହ ରାହୁ ଓ କେତୁଙ୍କର ସ୍ଥିତି ଆପଣଙ୍କର ଜୀବନରେ ସଫଳତା ଓ ଧନ ସମୃଦ୍ଧି ଆଣିବ।

ବିସ୍ତୃତରେ ପଢ଼ନ୍ତୁ: ବାର୍ଷିକ ମେଷ ରାଶିଫଳ 2025

ବୃଷ

ବୃଷ ରାଶିଫଳ କହୁଛି ଯେ ବୃଷ ରାଶି ଲୋକଙ୍କୁ ବର୍ଷ 2025 ରେ ଶନି ଦେବ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସକାରାତ୍ମକ ପରିଣାମ ଦେବେ କାରଣ ଶନି ଦେବ ଆପଣଙ୍କର ଚନ୍ଦ୍ର ରାଶିର ଏକାଦଶ ଘରେ ବିରାଜମାନ ରହିବେ। ଏପରି ପରିସ୍ଥିତରେ ଏହି ଲୋକଙ୍କର କ୍ୟାରୀଅର, ଆର୍ଥିକ ଜୀବନ ଓ ପ୍ରେମ ଜୀବନ ଶୁଭ ପ୍ରମାଣିତ ହେବ। ବର୍ଷ 2025ରେ ହେବାକୁ ଥିବା ଗୁରୁ ଗୋଚର ଆପଣଙ୍କ ପାଇଁ ଅନୁକୂଳ ରହିବ କାରଣ ଏହା ଆପଣଙ୍କୁ ଭଲ ଧନ ଓ କ୍ୟାରୀଅର କ୍ଷେତ୍ରରେ ନୂଆ ସୁଯୋଗ ଦେବ।

କ୍ୟାରୀଅର ବିଷୟରେ କହିବାକୁ ଗଲେ, ଏହି ଲୋକଙ୍କୁ ଚାକିରିରେ ସଫଳଲତା ଓ ଧନ ସମୃଦ୍ଧି ମିଳିବ। ଯେବେ ଶନି ମହାରାଜ 13 ଜୁଲାଇ 2025 ରୁ ଆରମ୍ଭ କରି 28 ନଭେମ୍ବର 2025 ପର୍ଯ୍ୟନ୍ତ ବକ୍ରୀ ଅବସ୍ଥାରେ ରହିବେ, ସେହ ସମୟରେ ଆପଣଙ୍କୁ ଚାକିରି ସମ୍ବନ୍ଧରେ ନକରାତ୍ମକ ପରିଣାମ ସାମ୍ନା କରିବାକୁ ପଡ଼ିବ। ସାଙ୍ଗରେ, ଅପନକ ପାଇଁ ପଇସା ରୋଜଗାର କରିବା ସହଜ ହେବ ନାହିଁ। ବର୍ଷ 2025 ଆପଣଙ୍କ ଜୀବନର ପ୍ରତ୍ଯେକ କ୍ଷେତ୍ର ପାଇଁ ଅନୁକୂଳ ରହିବ ବୋଲି ସମ୍ଭାବନା ଅଛି।

ବିସ୍ତୃତରେ ପଢ଼ନ୍ତୁ: ବାର୍ଷିକ ବୃଷ ରାଶିଫଳ 2025

ମିଥୁନ

ବାର୍ଷିକ ରାଶିଫଳ ଭବିଷ୍ୟବାଣୀ କହୁଛି ଯେ ମିଥୁନ ରାଶି ଲୋକଙ୍କ ପାଇଁ ବର୍ଷ 2024ରେ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସ୍ଥିତି ଅନୁକୂଳ ରହିବ କାରଣ ଆପଣଙ୍କର ଚନ୍ଦ୍ର ରାଶିର ଦଶମ ଘରେ ଶନି ଉପସ୍ଥିତ ରହିବେ। ଶନି ମହାରାଜଙ୍କର ଏହି ସ୍ଥିତି ଆପଣଙ୍କୁ କ୍ୟାରୀଅର ରେ ଶୁଭ ଫଳ ପ୍ରଦାନ୍ କରିବ। ଏପରି ସ୍ଥିତିରେ ଆପଣ କ୍ୟାରୀଅରରେ ସଫଳତ ପାଇବା ସହିତ ସନ୍ତୁଷ୍ଟ ରହିବେ। ଏହି ଲୋକମାନଙ୍କୁବିଦେଶରୁ କ୍ୟାରୀଅର ସମ୍ବନ୍ଧରେ ନୂଆ ସୁଯୋଗ ମିଳିବ ଓ ଏହି ସୁଯୋଗ ଫଳଦାୟୀ ହେବ।

ଯେବେ ଶନି ଦେବ 13 ଜୁଲାଇ 2025 ରୁ ଆରମ୍ବ କରି 28 ନଭେମ୍ବର 2025 ପର୍ଯ୍ୟନ୍ତ ବକ୍ରୀ ଅବସ୍ଥାରେ ରହିବେ ସେତେବେଳେ ଆପଣଙ୍କର ଭାଗ୍ଯ ଦୁର୍ବଳ ହୋଇଯିବ। ତେବେ ସମ୍ଭାବନା ଅଛି ଯେ ଆପଣଙ୍କୁ ଭାଗ୍ୟର ସମର୍ଥନ ମିଳିବ ନାହିଁ। ଧନ ଲାଭରେ ହ୍ରାସ ଘଟିବ। ବର୍ଷ 2025 ରେ ଶନି ଦେବ ଆପଣଙ୍କର ଦଶମ ଗହରେ ବିରାଜମାନ ରହିବେ ସେଥିପାଇଁ ସେ ଆପଣଙ୍କର କ୍ୟାରୀଅରରେ ବିକାଶ ଓ ସଫଳତା ଆଣିବେ।

ବିସ୍ତୃତରେ ପଢ଼ନ୍ତୁ: ବାର୍ଷିକ ମିଥୁନ ରାଶିଫଳ 2025

କର୍କଟ

ଏହି ବର୍ଷ ପାଇଁ ବାର୍ଷିକ ରାଶିଫଳ 2025 ଭବିଷ୍ୟବାଣୀ ଅନୁଯାୟୀ ଏହି ବର୍ଷ କର୍କଟ ରାଶି ଲୋକଙ୍କ ଜାତକରେ ଶନି ଗ୍ରହ ମାର୍ଚ୍ଚ 2025ରୁ ଆପଣଙ୍କର ନବମ ଘରେ ଉପସ୍ଥିତ ରହିବେ। ଏହି ଘରେ ବସିଥିବା ଶନି ଆପଣଙ୍କ ପାଇଁ ଭଲ ବୋଲି କୁହାଜୀବ ନାହିଁ କାରଣ ସେ ଆପଣଙ୍କର କ୍ୟାରୀଅର, ଆର୍ଥିକ ଜୀବନ ଓ ସମ୍ପର୍କରେ ମିଶାମିଶି ପରିଣାମ ଦେବେ।

ଆର୍ଥିକ ଜୀବନ ବିଷୟରେ କହିବାକୁ ଗଲେ, ଗୁରୁଙ୍କ ସ୍ଥିତିକୁ ଦେଖିବାକୁ ପଡ଼ିବ। ବୃହସ୍ପତି ମହାରାଜ 09 ଜୁନ 2025 ରୁ ଆରମ୍ଭ କରି 09 ଜୁଲାଇ 2025 ସମୟରେ ଅସ୍ତ ଅବସ୍ଥାରେ ରହିବେ। ଏହାର ପରିଣାମସ୍ବରୂପ, ଆପଣଙ୍କ ପାଖକୁ ଆସୁଥିବା ଧନର ପ୍ରବାହ ଅଧିକ ଭଲ ରହିବ ନାହିଁ ଓ ଖର୍ଚ୍ଚ ମଧ୍ୟ ବଢ଼ିବ। ପ୍ରେମ ଜୀବନ ବିଷୟରେ କହିବାକୁ ଗଲେ, ପ୍ରେମର କାରକ ଗ୍ରହ ଶୁକ୍ର 18 ମାର୍ଚ୍ଚ 2025 ରୁ 28 ମାର୍ଚ୍ଚ 2025 ଅବଧିରେ ଅସ୍ତ ହେବେ। ଏହି ସମୟରେ ଆପଣଙ୍କର ସ୍ବାସ୍ଥ୍ୟ ଦୁର୍ବଳ ରହିବ। ଆପଣଙ୍କ ରାଶି ପାଇଁ ଶୁକ୍ର ଚତୁର୍ଥ ଘରର ପ୍ରଭୁ ଓ ଏହି ଘର ସୁଖ ସୁବିଧା ସହିତ ଜଡ଼ିତ। ଶୁକ୍ର ଦେବ ଆପଣଙ୍କ ରାଶି ପାଇଁ ଅଶୁଭ ବିବେଚନା କରାଯାଏ ସେଥିପାଇଁ ସ୍ବାସ୍ଥ୍ୟ ସମସ୍ଯା ଆପଣଙ୍କୁ ହଇରାଣ କରିପାରେ।

ବିସ୍ତୃତରେ ପଢ଼ନ୍ତୁ: ବାର୍ଷିକ କର୍କଟ ରାଶିଫଳ 2025

ଆପଣ ଓ ଆପଣଙ୍କ ଜୀବନସାଥୀର ନାମ ଦ୍ବାରା କେତୋଟି ଗୁଣ ମିଶୁଛି? ଜାଣିବା ପାଇଁ ବେ କ୍ଲିକ କରନ୍ତୁ, ନାମ ଦ୍ବାରା କୁଣ୍ଡଳୀ ମିଳନ

ସିଂହ

ବାର୍ଷିକ ରାଶିଫଳ ଅନୁଯାୟୀ ସିଂହ ରାଶି ଲୋକଙ୍କ ପାଇଁ ମାର୍ଚ୍ଚ ମାସରେ ଶନିଙ୍କର ସ୍ଥିତି ଅନୁକୂଳ ନୁହେଁ କାରଣ ଏହା ଆପଣଙ୍କର ଅଷ୍ଟମ ଘରେ ରହିବେ। ଶନି ଦେବ ଅପଣଣୁ କ୍ୟାରୀଅର, ଆର୍ଥିକ ଜୀବନ ଓ ସମ୍ପର୍କରେ ଶୁଭ ପରିଣାମ ନ ଦେଇପାରନ୍ତି। ଏହି ବର୍ଷ ହେବାକୁ ଥିବା ଗୁରୁ ଗୋଚର ମଧ୍ୟ ଆପଣଙ୍କ ଜୀବନର ବିଭିନ୍ନ ଦିଗ ଯେପରି ଆର୍ଥିକ ଦିଗ ପାଇଁ ଦୁର୍ବଳ ରହିବ।

ଆର୍ଥିକ ଜୀବନ ପାଇଁ ଆମକୁ ପ୍ରଥମେ ବୃହସ୍ପତିଙ୍କର ସ୍ଥିତି କୁ ଦେଖିବାକୁ ପଡ଼ିବ କାରଣ ସେ 09 ଜୁନ 2025 ରୁ 09 ଜୁଲାଇ 2025 ଯାଏଁ ଅସ୍ତ ରହିବେ। ଧନର ପ୍ରଭାବ ହ୍ରାସ ପାଇବ। ପ୍ରେମ ଜୀବନ ବିଷୟରେ କହିବାକୁଗଲେ ଶୁକ୍ର ଦେବା 18 ମାର୍ଚ୍ଚ 2025 ରୁ 28 ମାର୍ଚ୍ଚ 2025 ପର୍ଯ୍ୟନ୍ତ ଅସ୍ତ ରହିବେ ଯାହା ଆପଣଙ୍କର ତୃତୀୟ ଘରର ସ୍ବାମୀ ଓ ସେ ଭାବ, ବାଣୀ ଓ ସଂଚାର କୌଶଳ ସହିତ ଜଡ଼ିତ। ଏହାର ପରିଣାମସ୍ବରୂପ ଆପଣଙ୍କୁ ପାର୍ଟନର ସହିତ ଭଲ ସମ୍ପର୍କ ରଖିବାରେ ଅସୁବିଦଧା ହୋଇପାରେ।

ବିସ୍ତୃତରେ ପଢ଼ନ୍ତୁ: ବାର୍ଷିକ ସିଂହ ରାଶିଫଳ 2025

କନ୍ୟା

କନ୍ୟା ବାର୍ଷିକ ରାଶିଫଳ ଭବିଷ୍ୟବାଣୀ କହୁଛି ଯେ ଏହି ବର୍ଷ କନ୍ୟା ରାଶି ଲୋକଙ୍କ ପାଇଁ ଶନି ଦେବଙ୍କର ସ୍ଥିତ ମାର୍ଚ୍ଚ 2025 ପର୍ଯ୍ୟନ୍ତ ଆପଣଙ୍କ ପାଇଁ ଭଲ ନୁହେଁ କାରଣ ସେ ଆପଣଙ୍କର ସପ୍ତମ ଘରର ପ୍ରବହ ଓ ଆପଣଙ୍କର ଦଶମ ଘରେ ଗୋଚର କରିବେ। ରହୁ ଆପଣଙ୍କର ଷଷ୍ଠ ଘରେ ଓ କେତୁ ଆପଣଙ୍କର ଦ୍ଵାଦଶ ଘରେ ରହିବେ। ସପ୍ତମ ଘରେ ଉପସ୍ଥିତ ଥିବା ଶନି ଆପଣଙ୍କର ରୋଜଗାରର ମାର୍ଗରେ ସମସ୍ଯା ଆଣିବେ ଯାହା ଫଳରେ ଆପଣଙ୍କୁ ଅସୁବିଦ୍ଧ ହେବ।

ଶନି ମହାରାଜ 13 ଜୁଲାଇ 2025 ରୁ ଆରମ୍ଭ କରି 28 ନଭେମ୍ବର 2025 ପର୍ଯ୍ୟନ୍ତ ନିଜର ବକ୍ରୀ ଅବସ୍ଥାରେ ରହିବେ ଓ ଧନରେ ହ୍ରାସ ଘଟିବ। ଆପଣଙ୍କର ଆର୍ଥିକ ଜୀବନ ବିଷୟରେ କହିବାକୁ ଗଲେ ଆମକୁ ଗୁରୁ ଗ୍ରହଙ୍କ ସ୍ଥିତିକୁ ଦେଖିବାକୁ ପଡ଼ିବ। ବୃହସ୍ପତି 09 ଜୁନ 2025 ରୁ 09 ଜୁଲାଇ ପର୍ଯ୍ୟନ୍ତ ଅସ୍ତ ରହିବେ ସେଥିପାଇଁ ଆପଣଙ୍କୁ ପ୍ରାପ୍ତ ହେବାକୁ ଥିବା ଧନର ମାର୍ଗରେ ସମସ୍ଯା ଆସିବ। ନବମ ଘରେ ହେବାକୁ ଥିବା ଗୁରୁ ଗୋଚର ଆପଣଙ୍କ ପାଇଁ ଶୁଭ ହେବ।

ବିସ୍ତୃତରେ ପଢ଼ନ୍ତୁ: ବାର୍ଷିକ କନ୍ୟା ରାଶିଫଳ 2025

ତୁଳା

ବାର୍ଷିକ ରାଶିଫଳ କହୁଛି ଯେ ଏହି ବର୍ଷ ତୁଳା ରାଶି ଲୋକଙ୍କୁ ମାର୍ଚ୍ଚ ମାସରେ ଶନି ଗ୍ରହ ଶୁଭ ଫଳ ପ୍ରଦାନ୍ କରିବେ କାରଣ ଏହା ଆପଣଙ୍କର ଷଷ୍ଠ ଘରେ ରହିବେ। ଶଂ ଇଏହି ଘରେ ରହିବା ଯୋଗୁଁ ଆପଣଙ୍କୁ କ୍ୟାରୀଅର, ଆର୍ଥିକ ଓ ପ୍ରେମ ଜୀବନରେ ଭଲ ପରିଣାମ ମିଳିବ। ଛାୟା ଗ୍ରହ ରହୁ ଓ କେତୁଙ୍କର ସ୍ଥିତି ଆପଣଙ୍କୁ କାର୍ଯ୍ୟରେ ଅଶୁଭ ଫଳ ଦେବ। ଆପଣଙ୍କର ଆର୍ଥିକ ସ୍ଥିତି ବିଷୟରେ କହିବାକୁ ଗଲେ ବୃହସ୍ପତି 09 ଜୁନ 2025 ରୁ 09 ଜୁଲାଇ 2025 ପର୍ଯ୍ୟନ୍ତ ଅସ୍ତ ରହିବା ହେତୁ ଧନ ସଂଗ୍ରହ କରିବାରେ ଅସୁବିଧା ହେବ।

ସେହି ସମୟରେ ନଭେମ୍ବର ଓ ଡିସେମ୍ବର ମାସରେ ଗୁରୁ ଗ୍ରହ ବକ୍ରୀ ହେବେ ଓ ଏପରି ସ୍ଥିତିରେ ଆପଣଙ୍କ ସାମ୍ନାରେ ଏକ ବଡ଼ ଖର୍ଚ୍ଚ ଆସିବ ଓ ଧନ ଲାଭ କମ ହେବ। ପ୍ରେମ ଜୀବନ ବିଷୟରେ କହିବାକୁ ଗଲେ ଆପଣଙ୍କୁ ପ୍ରେମ ଜୀବନରେ ଅସଫଳତା ସାମ୍ନା କରିବାକୁ ପଡ଼ିବ। ଶୁକ୍ର ଦେବ ଆପଣଙ୍କ ରାଶିର ସ୍ବାମୀ ଯିଏ ଲଗ୍ନ ଘରକୁ ପ୍ରତିନିଧିତ୍ବ କରନ୍ତି। ଏବେ ସେ ଅସ୍ତ ଅବସ୍ଥାରେ ଥିବାରୁ ଆପଣକୁ ସ୍ବାସ୍ଥ୍ୟ ସମସ୍ଯା ହୋଇପାରେ।

ବିସ୍ତୃତରେ ପଢ଼ନ୍ତୁ: ବାର୍ଷିକ ତୁଳା ରାଶିଫଳ 2025

ଆଜି ଚନ୍ଦ୍ର କେତେବେଳେ ବାହାରିବେ? ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ।

ବିଛା

ବାର୍ଷିକ ରାଶିଫଳ ଅନୁଯାୟୀ ବୃଷ ରଶୀ ଲୋକଙ୍କ ପାଇଁ ମାର୍ଚ୍ଚ 2025 ରୁ ଶନି ଆପଣଙ୍କୁ ସକାରାତ୍ମକ ଫଳ ଦେବେ ନାହିଁ କାରଣ ଏହା ଆପଣଙ୍କର ପଞ୍ଚମ ଘରର ଉପସ୍ଥିତ ରହିବେ। ଏହି ଲୋକଙ୍କୁ କ୍ୟାରୀଅର, ଆର୍ଥିକ ଓ ପ୍ରେମ ଜୀବନରେ ଶୁଭ ପରିଣାମ ମିଳିବ ନାହିଁ। ଏହି ବର୍ଷ ବୃହସ୍ପତିଙ୍କର ଗୋଚର ଆପଣଙ୍କୁ ଭଲ ମାତ୍ରାରେ ଧନ ଦେବ ଓ ଆପଣଙ୍କୁ ଭାଗ୍ୟର ସମର୍ଥନ ମିଳିବ। ବର୍ଷ 2025 ରେ ରାହୁ ଓ କେତୁଙ୍କର ସ୍ଥିତି ଭଲ ରହିବ ନାହିଁ ଓ ଆପଣଙ୍କୁ ଧନ-ସମୃଦ୍ଧି ଭଲ ଭାବରେ ନ ମିଳିପାରେ।

ଶନି ଦେବ 13 ଜୁଲାଇ 2025 ରୁ 28 ନଭେମ୍ବର ପର୍ଯ୍ୟନ୍ତ ନିଜର ରାଶିରେ ବକ୍ରୀ ଅବସ୍ଥାରେ ରହିବେ। ଏହାର ପରିଣାମ ସ୍ବରୂପ, ଆପଣଙ୍କୁ ପ୍ରଗତିର ରାସ୍ତାରେ ଉତ୍ତମ ପରିଣାମ ମିଳିବ ନାହିଁ। ଆର୍ଥିକ ଜୀବନ ବିଷୟରେ କହିବାକୁ ଗଲେ ବୃହସ୍ପତି ଗ୍ରହ 09 ଜୁନ ରୁ 09 ଜୁଲାଇ ପର୍ଯ୍ୟନ୍ତ ଅସ୍ତ ଅବସ୍ଥାରେ ରହିବେ। ଏପରି ପରିସ୍ଥିତିରେ ଧନ ପ୍ରାପ୍ତିର ରାସ୍ତା ଟିକେ କଷ୍ଟକର ଦେଖାଯାଉଛି। ନଭେମ୍ବର ରୁ ଆରମ୍ଭ କରି ଡିସେମ୍ବର ପର୍ଯ୍ୟନ୍ତ ଗୁରୁ ବକ୍ରୀ ରହିବେ ସେଥିପାଇଁ ଏହି ଅବଧିରେ ଆପଣଙ୍କର ଖର୍ଚ୍ଚ ବଢ଼ିପାରେ। ପ୍ରେମ ଜୀବନ ଓ ସମ୍ପର୍କକୁ ଦେଖିଲେ, 18 ମାର୍ଚ୍ଚ ରୁ 28 ମାର୍ଚ୍ଚ ବେଳେ ଶୁକ୍ର ଅସ୍ତ ରହିବେ ସେହି ସମୟ ଆପଣଙ୍କ ସାଥି ସହିତ ସମ୍ପର୍କ ଖରାପ ହୋଇପାରେ କାରଣ ଶୁକ୍ର ସପ୍ତମ ଘରେ ରହିବେ।

ବିସ୍ତୃତରେ ପଢ଼ନ୍ତୁ: ବାର୍ଷିକ ବିଛା ରାଶିଫଳ 2025

ଧନୁ

ବାର୍ଷିକ ରାଶିଫଳ କହୁଛି ଯେ ବର୍ଷ 2025ରେ ଧନୁ ରାଶି ଲୋକଙ୍କ ପାଇଁ ମାର୍ଚ୍ଚ ମାସରେ ଶନିଙ୍କର ସ୍ଥିତି ଅନୁକୂଳ ନୁହେଁ କାରଣ ଏହା ଆପଣଙ୍କର ଚତୁର୍ଥ ଘରେ ରହିବେ। ଶନି ଦେବଙ୍କର ଏହି ସ୍ଥିତି ଶନି ଢୈୟା କୁହଯାଏ। ଏପରି ପରିସ୍ଥିତିରେ ଆପଣଙ୍କର କ୍ୟାରୀଅର, ଆର୍ଥିକ ଓ ପ୍ରେମ ଜୀବନରେ ଭଲ ପରିଣାମ ମିଳିବ ନାହିଁ।

ଏହି ବର୍ଷ ଗୁରୁ ଗ୍ରହଙ୍କର ଗୋଚର ବର୍ଷର ପ୍ରଥମ 6 ମାସ ପାଇଁ ଭଲ ହେବ କିନ୍ତୁ ଏହା ପରେ ଆର୍ଥିକ ଜୀବନ ଦୁର୍ବଳ କରିଦେବ। ସମ୍ଭାବନା ଅଛି ଯେ ଆପଣଙ୍କୁ ଭାଗ୍ୟର ସମର୍ଥନ ନ ମିଳିପାରେ। ବର୍ଷ 2025 ରେ ଛାୟା ଗ୍ରହ ରାହୁ ଓ କେତୁଙ୍କ ସ୍ଥିତି ଆପଣଙ୍କ ଜୀବନରେ ସଫଳତା ଓ ସମୃଦ୍ଧି ଆଣିବ। ବାର୍ଷିକ ରାଶିଫଳ 2025 ଅନୁଯାୟୀ ଆର୍ଥିକ ଜୀବନ ଦେଖିଲେ ବୃହସ୍ପତି 09 ଜୁନ 2025 ରୁ 09 ଯୁକଯ ଯାଏଁ ଅସ୍ତ ରହିବେ ସେଥିପାଇଁ ତାଙ୍କର ନକରାତ୍ମକ ପ୍ରଭାବ ଆପଣଙ୍କର ଖର୍ଚ୍ଚ ବଢ଼ାଇପାରେ ଓ ଏହାକୁ ପରିଚାଳନା କରିବା କଷ୍ଟକର ହୋଇପାରେ। ଶୁକ୍ର ଆପଣଙ୍କର ରାଶିର ଷଷ୍ଠ ଘରେ ଓ ଏକାଦଶ ଘରର ସ୍ବାମୀ ହୋଇଥିବା ଯୋଗୁଁ ପାର୍ଟନର ସହିତ ସମ୍ପର୍କ ଦୁର୍ବଳ ହୋଇପାରେ।

ବିସ୍ତୃତରେ ପଢ଼ନ୍ତୁ: ବାର୍ଷିକ ଧନୁ ରାଶିଫଳ 2025

ଏଠାରେ କ୍ଲିକ କରି ମାଗଣାରେ କରାନ୍ତୁ, ନାମ ଦ୍ବାରା କୁଣ୍ଡଳୀ ମିଳନ !

ମକର

ବାର୍ଷିକ ରାଶିଫଳ ଅନୁସାରେ, ବର୍ଷ 2025 ରେ ମକର ରାଶି ଲୋକଙ୍କ ପାଇଁ ଶନି ମହାରାଜ ମାର୍ଚ୍ଚ 2025 ରୁ ଅନୁକୂଳ ସ୍ଥିତିରେ ରହିବେ କାରଣ ଏହା ଆପଣଙ୍କର ତୃତୀୟ ଘରେ ରହିବେ। ଏପରି ପରିସ୍ଥିତିରେ, ଶନି ମହାରାଜ ଆପଣଙ୍କୁ କ୍ୟାରୀଅର କ୍ଷେତ୍ରରେ ପ୍ରଗତିର ମାର୍ଗରେ ନେଇଯିବେ। ଏହି ବର୍ଷ ବୃହସ୍ପତିଙ୍କର ଗୋଚର ଆପଣଙ୍କୁ ଧନ ସହିତ ଜଡ଼ିତ ମାମଲାରେ ସଫଳତା ଦେବ। ସାଙ୍ଗରେ, ଛାୟା ଗ୍ରହ ରାହୁ ଓ କେତୁ ମଧ୍ୟ ଆପଣଙ୍କର ଜୀବନରେ ସୁଖ ସମୃଦ୍ଧି ଆଣିବେ।

ଆର୍ଥିକ ଜୀବନ ପାଇଁ ଆମକୁ ବୃହସ୍ପତିଙ୍କର ସ୍ଥିତିର ବିଶ୍ଳେଷଣ କରିବାକୁ ହେବେ ଯାହା କି 09 ଜୁନ 2025 ରୁ ଓ ଜୁଲାଇ 2025 ପର୍ଯ୍ୟନ୍ତ ଅସ୍ତ ରହିବେ ସେଥିପାଇଁ ଧନର ପ୍ରବାହ ଭଲ ରହିବ ନାହିଁ। ଶୁକ୍ରଙ୍କୁ ସୁଖ ଏବଂ ଐଶ୍ଵର୍ଯର ଗ୍ରହ ବିବେଚନା କରାଯାଏ ଓ ଏହା ଆପଣଙ୍କ ଜୀବନରେ ବିଳାସର ଆନନ୍ଦ ଆଣିଦେବେ। ଆପଣଙ୍କ କୁଣ୍ଡଳୀରେ ଶୁକ୍ର ଆପଣଙ୍କର ପଞ୍ଚମ ଏବଂ ଦଶମ ଘରର ସ୍ବାମୀ ତଥା ଏହା 29 ଜୁନ 2025 ରୁ 26 ଜୁଲାଇ 2025 ସମୟରେ ପଞ୍ଚମ ଘରେ ଦୃଢ଼ ସ୍ଥିତିରେ ରହିବେ। ଏପରି ସ୍ଥିତିରେ ଅପଣଣୁ ପର୍ଯ୍ୟାପ୍ତ ମାତ୍ରାରେ ଧନ ମିଳିବ ଓ ଆପଣ ସମ୍ପର୍କରେ ଆଗକୁ ବଢ଼ିବେ।

ବିସ୍ତୃତରେ ପଢ଼ନ୍ତୁ: ବାର୍ଷିକ ମକର ରାଶିଫଳ 2025

କୁମ୍ଭ

ବାର୍ଷିକ ରାଶିଫଳ ଅନୁଯାୟୀ ଏହି ବର୍ଷ କୁମ୍ଭ ରାଶି ଲୋକଙ୍କ ପାଇଁ ଶନି ମହାରାଜ ମାର୍ଚ୍ଚ ମାସରୁ ହାରାହାରି ପରିଣାମ ପ୍ରଦାନ୍ କରିବେ କାରଣ ସେ ଆପଣଙ୍କର ଦ୍ଵିତୀୟ ଘରର ସ୍ବାମୀ। ସାଙ୍ଗରେ ଗୁରୁ ମହାରାଜଙ୍କର ଗୋଚର ମଧ୍ୟ ଏହି ବର୍ଷ ହାରାହାରି ଫଳ ଦେବ କାରଣ ସେ ଆପଣଙ୍କର ଚତୁର୍ଥ ଘରେ ରହିବେ। ରାହୁ ଓ କେତୁଙ୍କର ଶୁଭ ସ୍ଥିତି ଆପଣଙ୍କୁ ଜୀବନରେ ଅପାର ସଫଳତା ଓ ସମୃଦ୍ଧି ଆଣିବ।

ଆର୍ଥିକ ସ୍ଥିତି ବିଷୟରେ କହିବାକୁ ଗଲେ ବୃହସ୍ପତି 09 ଜୁନ 2025 ରୁ 09 ଜୁଲାଇ 2025 ପର୍ଯ୍ୟନ୍ତ ଅସ୍ତ ଅବସ୍ଥାରେ ରହିବେ। ଏପରି ପରିସ୍ଥିତିରେ ପଇସା ରୋଜଗାର କରିବାର ମାର୍ଗରେ ସମସ୍ଯା ଆସିପାରେ। ଆପଣଙ୍କ ରାଶି ପାଇଁ ଶୁକ୍ରଙ୍କୁ ଭଲ ଗ୍ରହ କୁହାଜୀବ କାରଣ ସେ ଚତୁର୍ଥ ଓ ନବମ ଘରର ସ୍ବାମୀ। ଆପଣଙ୍କର ଚତୁର୍ଥ ଘରର ସ୍ବାମୀ ଭାବବରେ ସେ 29 ଜୁନ 2025 ରୁ 26 ଜୁଲାଇ 2025 ପର୍ଯ୍ୟନ୍ତ ପଞ୍ଚମ ଘରେ ରହିବେ। ଏପରି ସ୍ଥିତିରେ ଆପଣଙ୍କୁ ନିଜର ସମ୍ପର୍କରେ ଉତ୍ଥାନ-ପତନ ଦେଖିବାକୁ ମିଳିବ। ଯଦି ଆପଣ ଅବିବାହିତ ତେବେ ଏହି ସମୟରେ ବିବାହ ହୋଇପାରେ।

ବିସ୍ତୃତରେ ପଢ଼ନ୍ତୁ: ବାର୍ଷିକ କୁମ୍ଭ ରାଶିଫଳ 2025

ମୀନ

ବାର୍ଷିକ ରାଶିଫଳ କହୁଛି ଯେ ଏହି ବର୍ଷ ମୀନ ରାଶି ଲୋକଙ୍କୁ ଶନି ଦେବ ମାର୍ଚ୍ଚ 2025 ରୁ ଅଧିକ ଭଲ ପରିଣାମ ଦେବେ ନାହିଁ କାରଣ ସେ ଆପଣଙ୍କର ପ୍ରଥମ/ଲଗ୍ନ ଘରେ ରହିବେ। ଶନି ଗ୍ରହ କ୍ୟାରୀଅର, ପ୍ରେମ ଓ ଆର୍ଥିକ ଜୀବନ ଇତ୍ୟାଦି କ୍ଷେତ୍ରରେସୁବହ ଫଳ ଦେବେ ନାହିଁ। ବାର୍ଷିକ ରାଶିଫଳ 2025 ଅନୁଯାୟୀ ଏହି ବର୍ଷ ହେବାକୁ ଥିବା ଗୁରୁ ଗୋଚର ଆପଣଙ୍କ ତୃତୀୟ ଘରେ ହେବ। ଏହା ବ୍ୟତୀତ, ବର୍ଷ 2025ରେ ଛାୟା ଗ୍ରହ ରାହୁ ଓ କେତୁଙ୍କ ସ୍ଥିତି ଆପଣଙ୍କର ଜୀବନରେ ସୌଭାଗ୍ୟ ଓ ସୁଖ-ସମୃଦ୍ଧି ଆଣିଦେବ।

ଆର୍ଥିକ ଜୀବନ ବିଷୟରେ କହିଲେ, ଗୁରୁ ଗ୍ରହ 09 ଜୁନ 2025 ରୁ 09 2025 ପର୍ଯ୍ୟନ୍ତ ଅସ୍ତ ରହିବା ହେତୁ ଆପଣଙ୍କୁ ଧନ ସହିତ ଜଡ଼ିତ ମାମଲାରେ ଉତ୍ଥାନ-ପତନ ସାମ୍ନା କରିବାକୁ ପଡ଼ିବ। ଗୁରୁଙ୍କ ଏହି ସ୍ଥିତିର ଯୋଗୁଁ ଆପଣ ଭଲ ମାତ୍ରାରେ ଧନ ଲାଭ ପ୍ରାପ୍ତ କରିପାରିବେ ନାହିଁ। ପ୍ରେମ ଜୀବନ ପାଇଁ ଶୁକ୍ର ଆପଣଙ୍କ ରାଶି ପାଇଁ ଶୁଭ ନୁହନ୍ତି କାରଣ ଏହା ଆପଣଙ୍କର ତୃତୀୟ ଓ ଅଷ୍ଟମ ଘରର ସ୍ବାମୀ। ଏହାର ପରିଣାମସ୍ଵରୂପ ଆପଣଙ୍କୁ ପ୍ରେମ ଜୀବନରେ ସମସ୍ଯା ଦେଖିବାକୁ ମିଳିପାରେ।

ବିସ୍ତୃତରେ ପଢ଼ନ୍ତୁ: ବାର୍ଷିକ ମୀନ ରାଶିଫଳ 2025

ନିଜର ରାଶି ଅନୁସାରେ ପଢ଼ନ୍ତୁ, ସବୁଠାରୁ ସଠିକ ଆପଣଙ୍କର ଆଜିର ରାଶିଫଳ

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ମାଈକୁଣ୍ଡଳୀ ସହିତ ଜଡ଼ିତ ଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ

ପ୍ରାୟତଃ ପଚରା ଯାଉଥିବା ପ୍ରଶ୍ନ

ପ୍ରଶ୍ନ 1. 2025 ରେ କ’ଣ ହେବ ମେଷ ରାଶି ଲୋକଙ୍କର?

ଉତ୍ତର 1. ମେଷ ରାଶି ଲୋକମାନେ 2025 ରେ ନିଜର ଜୀବନରେ ଅନେକ ପରିବବର୍ତ୍ତନ ଦେଖିବେ ।

ପ୍ରଶ୍ନ 2. ମୀନ ରାଶିର ଭାଗ୍ଯୋଦୟ କେବେ ହେବ?

ଉତ୍ତର 2. ମଈ 2025 ପରେ ଆପଣଙ୍କ କ୍ୟାରୀଅର ପାଇଁ ଭଲ ରହିବ।

ପ୍ରଶ୍ନ 3. 2025 ରେ କନ୍ୟା ରାଶି ଲୋକଙ୍କର ପ୍ରେମ ଜୀବନ କିପରି ରହିବ?

ଉତ୍ତର 3. 2025 ଆରମ୍ଭରେ ଆପଣଙ୍କର ପ୍ରେମ ଜୀବନ ପାଇଁ ଭଲ ରହିବ।

ପ୍ରଶ୍ନ 4. 2025 ରେ ସିଂହ ରାଶି ଲୋକଙ୍କର ସ୍ବାସ୍ଥ୍ୟ କିପରି ରହିବ?

ଉତ୍ତର 4. ସିଂହ ରାଶି ଲୋକଙ୍କର ସ୍ୱାସ୍ଥ୍ୟରେ ଏହି ବର୍ଷ ଉତ୍ଥାନ-ପତନ ଆସିପାରେ।